
ନାଗରିକତା ସଂଶୋଧନ ଆଇନ କୁ ନେଇ ଅନେକ ଲୋକ ଅନେକ ପ୍ରକାର ର ପ୍ରତିକ୍ରିୟା ଦେଇଛନ୍ତି। କେତେ ଏହାର ସମର୍ଥନ କରିଛନ୍ତି ତ କେତେ ଏହାର ବିରୂଧ କରିଛନ୍ତି। ଆଶ୍ଚର୍ଯ୍ୟ ତେବେ ହେଲା ଯେବେ ବିପକ୍ଷ ରାଜନୀତି ଦଳ କଂଗ୍ରେସର ଜଣେ ନେତା ଏହି ନାଗରିକତା ସଂଶୋଧନ ଆଇନକୁ ନିଜ ସମର୍ଥନ ଦେଇଛନ୍ତି। ୧୧ ଡିସେମ୍ବର ସ୍ବରାଜ୍ୟମେଗ ସାଇଟରେ ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ କଂଗ୍ରେସ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଦେଇଛନ୍ତି। ଏହା କଂଗ୍ରେସ ପାଇଁ ଗୋଟିଏ ଲଜ୍ଜାର କଥା ମଧ୍ୟ କୁହା ଯାଇଅଛି। ରିପୋର୍ଟ ଅନୁଯାୟୀ ଜ୍ୟୋତିରାଦିତ୍ୟ ସିନ୍ଦିୟା ଏହା କହିଛନ୍ତି ଯେ ଏହି ଆଇନଟି ଭାରତର ମୂଲ୍ୟ, ସଂସ୍କାର ଏବଂ ପରମ୍ପରା ର ପ୍ରମାଣ। ସେ ଏହା ମାଢି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଭରାତର ସମ୍ଭୀଧାନ ଅନୁସାରେ ନାହିଁ, କିନ୍ତୁ ଏହି ଆଇନ “ବାସୁଦେଭ କୁଟୁମ୍ବକମ” ଅନୁସାରେ ଅଛି। ଜ୍ୟୋତିରାଦିତ୍ୟ ସିନ୍ଦିୟା ଏହା ମଧ୍ୟ କହିଛନ୍ତି ଯେ ହଜାର-ହଜାର ବର୍ଷ ଧରି ଭାରତ ସମସ୍ତଙ୍କୁ ସରଣ ଦେଇଚ୍ଚି, କିନ୍ତୁ କଂଗ୍ରେସ ସରକାର ଏପରି ଆଇନକୁ ସଦା ବେଳେ ବିରୋଧ କରିଛି।

ଏହି ବିଷୟରେ ଫେସବୁକରେ ମଧ୍ୟ ପୋଷ୍ଟ କରା ଯାଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁଶସନଧନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁଶସନଧନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ରେ ଯାଇ “ଜ୍ୟୋତିରାଦିତ୍ୟ ସିନ୍ଦିୟା ଅନ ସିଏବି ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଏହି ପୋଷ୍ଟ ଜଡିତ କିଛି ସତ୍ୟ ଆମ ସାମନା କୁ ଆସିଲା।
୧୧ଡିସେମ୍ବରରେ ରିପବ୍ଲିକ ୱାର୍ଲ୍ଡ ନାମ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା କହିଛନ୍ତି ଯେ ଭାରତୀୟ ସଂସ୍କୃତି ବାସୁଦେଭ କୁତୁମ୍ଭ କୁ ବହୁତ ମାନ୍ୟତା ଦିଏ। ଏହାର ମାନେ ହେଲା ସମସ୍ତ ମଣିଷ ଗୋଟିଏ ବଡ଼ ପରିବାର ଓ ଏହି ନାଗରିକତା ସଂଶୋଧନ ଆଇନ ଏହି ସଂସ୍କୃତିର ବିପରିତରେ ବଣା ଯାଇଅଛି। ସିନ୍ଦିୟା ଏହା ମଧ୍ୟ କହିଛନ୍ତି ଯେ ଡାଃଭୀମରାଓ ଆମ୍ବେଦକର ସମ୍ଭିଧାନ ଗଢିଲା ବେଳେ ଧର୍ମ ଏବଂ ଜାତିକୁ ନେଇ ପକ୍ଷପାତ କରି ନଥିଲେ। ସେ ଜୋର ଦଇକି ଏହି କଥା ମଧ୍ୟ କହିଛନ୍ତି ଯେ ଏହି ଆଇନ ଭାରତ ସମ୍ବିଧାନ ଏବଂ ଭାରତୀୟ ସଂସ୍କୃତି ବିରୂଧରେ ବଣା ଯାଇଅଛି।

୧୨ ଡିସେମ୍ବରରେ ଫାର୍ଷ୍ଟ ପୋଷ୍ଟ ପତ୍ରିକାରେ ଛପି ଥିବା ଅନୁଛେଦରେ ସିନ୍ଦିୟା ଏହା କହିଛନ୍ତି ଯେ ଭାରତୀୟ ସଂସ୍କୃତି ବାସୁଦେଭ କୁତୁମ୍ଭକୁ ମାନେ। ସମ୍ବିଧାନ ଗଢିବା ସମୟରେ ବାବା ସାହେବ ଆମ୍ବେଦ୍କର ଅନ୍ୟ-ଅନ୍ୟ ଜାତି ବା ଧର୍ମ ଲୋକଙ୍କୁ ନେଇ ପକ୍ଷପାତ କରି ନଥିଲେ। ନାଗରିକତା ସଂଶୋଧନ ଆଇନ ଭାରତୀୟ ସମ୍ବିଧାନ ଏବଂ ସଂସ୍କୃତି ବିପକ୍ଷରେ ବଣା ଯାଇ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଛଡ଼ା ଅନ୍ୟ ରାଜନୀତି ଦଳ ଏହି ଆଇନ ବିରୂଧରେ ଧାରଣା ଦେଉଛନ୍ତି।

ଏହି ବିଷୟରେ ସତ ଜାଣିବା ପାଇଁ ଆମେ ଟୁଇଟର ରେ ଯାଇ ଜ୍ୟୋତିରାଦିତ୍ୟ ସିନ୍ଦିୟାଙ୍କ ଟୁଇଟର ଏକାଉଣ୍ଟରୁ ତାଙ୍କ ପୋଷ୍ଟ ଖୋଜି ବାହାର କରିଲୁ।
୧୧ ଡିସେମ୍ବରରେ ସିନ୍ଦିୟା ନିଜ ଟୁଇଟର ହେଣ୍ଡେଲରେ କହିଛନ୍ତି ଯେ ସିଏବି ଦେଶର ସମ୍ବିଧାନ ଓ ମୂଳ ଭାବନା ବିପରିତ ଅଟେ। ସେ ଏହା ମଧ୍ୟ କହହିଛନ୍ତି ଯେ ସମ୍ବିଧାନ ଲେଖିବା ସମୟରେ ଆମ୍ବେଦ୍କର ଧର୍ମ ଓ ଜାତି ନଜର ରୁ ଲେଖି ନଥିଲେ। ଭରାତର ଇତିହାସ ଅଛି ଯେ ଆମେ ସମସ୍ତଙ୍କୁ ନିଜର ସ୍ଵୀକାର କରିଛୁ ଏବଂ ଧର୍ମ କୁ ନେଇ ଏପରି ଆଗରୁ ଦେଶରେ କେବେ କିଛି ହେଇ ନାହିଁ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଦାବି କରା ଯାଇଥିବା କଥା ଯେ ଜ୍ୟୋତିରାଦିତ୍ୟ ସିନ୍ଦିୟା ସିଏବି କୁ ନେଇ ନିଜ ସମର୍ଥନ ଦେଇଛନ୍ତି ଗୋଟିଏ ମିଥ୍ୟା କଥା ଅଟେ।

Title:କ’ଣ କଂଗ୍ରେସ ବରିଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଦିୟା ସିଏବି କୁ ନିଜ ସମର୍ଥନ ଦେଇଛନ୍ତି? ପ୍ରକୃତରରେ କ’ଣ କହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଦିୟା? ଜାଣନ୍ତୁ ସତ।
Fact Check By: Siddharth SahuResult: False