କ’ଣ ଆମ୍ ଆଦ୍ମି ପାର୍ଟି ନେତା କୁମାର ବିଶ୍ଵାସ ବିଜେପି ରେ ସାମିଲ ହେଲେ? ଜାଣନ୍ତୁ ସତ।

False Political

ଦିଲ୍ଲୀ ନିର୍ବାଚନ ପାଖେଇ ଆସୁଥିଲା ବେଳେ ଅନେକ ରାଜନୀତି ଦଳ ଅନେକ ପ୍ରକାରର ପଦକ୍ଷେପ ନେବାର ଦେଖା ଯାଉଅଛି। ଆମ ଆଦ୍ମି ପାର୍ଟି କୁ ଜୋର୍ଦାର ଟକ୍କର ଦେବା ପାଇଁ ବିଜେପି ପ୍ରସ୍ତୁତ ଅଛି। ଏହି ମଧ୍ୟରେ ଏପରି ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ ଆମ ଆଦ୍ମି ପାର୍ଟି ନେତା କୁମାର ବିଶ୍ଵାସ ପାର୍ଟି ଛାଡ଼ି ବିଜେପି ଦଳରେ ସାମିଲ ହେଇଛନ୍ତି। 20 ଜାନୁଆରୀ ରେ ଜଣେ ଫେସବୁକ ୟୁଜର “ଓଡ଼ିଶା ୱୀଥ ବିଜେପି” ନାମକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ଆପ ପାର୍ଟି ନେତା କୁମାର ବିଶ୍ଵାସ ବର୍ତମାନ ବିଜେପିରେ ସାମିଲ ହେଇଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ କୁମାର କହିଛିଛନ୍ତି ଯେ ରାଷ୍ଟ୍ର ହିତରେ ସେ ବିଜେପି ସହିତ। 

kumar biswas joined BJP_facebook.png

Facebook | Archive

ଏହି ଖବରଟି ଟୁଇଟରରେ ମଧ୍ୟ ଭାଇରାଲ ହେଇଅଛି। ୧୫ ଜାନୁଆରୀ ରେ ଯୋଗେନ୍ଦର ସିଂହ ନାମକ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହେଣ୍ଡେଲରେ କୁମାର ବିଶ୍ଵାସକୁ ବିଜେପି ରେ ସାମିଲ ହେବାରୁ ସ୍ଵାଗତ ଜଣାଇଛନ୍ତି। ନିଜ ଟୁଇଟର ହେଣ୍ଡେଲରେ ସେ ଏହା ମଧ୍ୟ ଲେଖିଛନ୍ତି ଯେ ଯେତେବେଳେ ଦେଶଦ୍ରୋହୀ ଓ ଭ୍ରଷ୍ଟାଚାରୀ ଲୋକେ ଏକଜୁଟ ହୋଇ ସରକାରଙ୍କ ନାମ ଖରାବ କରୁଛନ୍ତି, ସେତେବେଳେ କୁମାର ପରିକା ନେତାଙ୍କ ବିଜେପି ପାର୍ଟିରେ ଯୋଗଦାନ ଦେବା ମୋଦିଜିଙ୍କୁ ରାଷ୍ଟ୍ର ନିର୍ମାଣରେ ସହଜୟ କରିବ।

twitter fake.png

Twitter | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇନ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଆନୁସନ୍ଧାନ କରିଲୁ। ଆମ  ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ଯାଇ “କୁମାର ବିଶ୍ଵାସ ଜଏଣ୍ଡ ବିଜେପି” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପୋଷ୍ଟରେ କରା ଯାଇଥିବା ଦାବି ଜଡିତ କେତୋଟି ତଥ୍ୟ ସାମନାକୁ ଆସିଲା। 

୧୫ ଜାନୁଆରୀ ରେ ପତ୍ରିକା ଅନ୍ଲାଇନ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଛି ଯେ ଦିଲ୍ଲୀ ନିର୍ବାଚନ ସମୟ ପାଖେଇ ଆସିଲାରୁ ପୁଣି କୁମାର ବିଶ୍ଵାସଙ୍କ ବିଜେପିରେ ସାମିଲ ହେବା କଥା ସାମନାକୁ  ଆସିଛି। କିନ୍ତୁ କୁମାର ବିଶ୍ଵାସ ନିଜେ ଏହି କଥା କୁ ଖଣ୍ଡନ କରି କହିଛନ୍ତି ଯେ ସେ ବର୍ତମାନ କତର ଦେଶରେ ଅଛନ୍ତି ଓ ସେଇଠୁ ସେ ପାର୍ଟିରେ କେଉଁ ପରି ସାମିଲ ହେବେ। କିଛି ମିଡିଆ ରିପୋର୍ଟରେ ଏହା କୁହା ଯାଉଅଛି ଯେ ଯୁବକଙ୍କ ମଧ୍ୟରେ ଲୋକପ୍ରିୟ କବି କୁମାର ବିଶ୍ଵାସ ଆମ ଆଦ୍ମି ପାର୍ଟି ଛାଡି ବୁଧବାର ଦିନ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ସହ ଦେଖା କରିବେ ଓ ସେଇଠି ଜାଭେଦକର ତାଙ୍କୁ ପାର୍ଟିର ସଦସ୍ୟ ନିଯୁକ୍ତ କରି ପାରନ୍ତି। 

patrikaa.png

Patrika | Archive

ଏହି ବିଷୟ ନେଇ ୧୫ ଜାଣିଆରି ରେ କୁମାର ବିଶ୍ଵାସ ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏହା ଲେଖିଛନ୍ତି ଯେ ସେ ବର୍ତମାନ କତରରେ ଥିବା ଭାରତୀୟଙ୍କ ମଧ୍ୟରେ ଆୟୋଜିତ ଗୋଟିଏ ପ୍ରୋଗ୍ରାମରେ ସାମିଲ ଅଛନ୍ତି। ସେ ଏହି ଖବର ନେଇ ଥଟାରେ କହି ଛନ୍ତି ଯେ ଯେ ଯଦି ଲୋକେ କହିବେ ତାହାଲେ ସେ କତରରୁ ହି ବିଜେପି ରେ ସାମିଲ ହେଇ ଯିବେ? ସେ ଏହା ମଧ୍ୟ କହିଛନ୍ତି କି ଲୋକେ କାହିଁକି ଏପରି ଖବର ବାରମ୍ବାର ଭାଇରାଲ କରୁଛନ୍ତି। ଏପରି ଖବର ଭାଇରାଲ କରି ନିଜ ଆଙ୍ଗୁଳିକୁ କଷ୍ଟ ଦିଅନ୍ତୁ ନାହିଁ କହି ସେ ଥଟା କରିଛନ୍ତି। 

biswas official twitter.png

Twitter | Archive

୧୫ ଜାନୁଆରୀ ରେ ଜାଗରଣ ପତ୍ରିକାରେ ଚାପିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ବୁଧୁବାର ଦିନ କୁମାର ବିଶ୍ଵାସଙ୍କ ଆମ ଆଦ୍ମି ପାର୍ଟି ଠାରୁ ଅଲଗା ହେଇ ବିଜେପି ରେ ସାମିଲ ହେବା କଥା ଭାଇରାଲ ହେବା ମାତ୍ରେ କୁମାର ବିଶ୍ଵାସ ଏହି ଖବରଟି କୁ ଖଣ୍ଡନ କରି କହିଛନ୍ତି ଯେ ସେ ବର୍ତମାନ ଗୋଟିଏ ଏନ.ଆର.ଆଇ ଇଭେଣ୍ଟ ପାଇଁ କତରରେ ଅଛନ୍ତି। ସେ ଏହା ମଧ୍ୟ ପଚାରିଛନ୍ତି ଯେ କଣ ସେ ସେଇଠି ବସି ବ୍ବିଜେପିରେ ସାମିଲ ହେଇ ଯିବେ? କୁମାର ୨୦୧୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଏବଂ ସ୍ମୃତି ଇରାନୀଙ୍କ ବିପକ୍ଷ ରେ ହାରିଥିଲେ। ୨୦୧୭ ରେ ଆମ ଆଦ୍ମି ପାର୍ଟି ଠାରୁ ନିଜକୁ ଦୁରାଇ ସେ ଅରବିନ୍ଦ କେଜ୍ରିବାଳ କୁ ଏହାର ଦାଇ ବତାଇ ଥିଲେ। ଏହା ନେଇ ଅମନତୁଲ୍ଲାହ ଖାନ କହିଥିଲେ ଯେ କୁମାର ଜଣେ ଆର.ଏସ.ଏସ ଓ ବିଜେପି ଏଜେଣ୍ଟ। 

english jagaran.png

Jagaran | Archive

ଏହି ବିଷୟ ନେଇ ୧୫ ଜାନୁଆରୀ ରେ ସି.ଏନ.ଏନ. ନ୍ୟୁଜ ୧୮ ମଧ୍ୟ ନିଜ ୟୁଟ୍ୟୁବ ଛେନାଲରେ ଏହା କହି ଅଛି ଯେ କୁମାର ନିଜେ କହିଛନ୍ତି ଯେ ସେ ବର୍ତମାନ ବିଦେଶରେ ଅଛନ୍ତି ଓ ସେ ବିଜେପି ପାର୍ଟି ରେ ସାମିଲ ହେଉନାହାନ୍ତି। କୁମାର ଏହା ମଧ୍ୟ କହିଛନ୍ତିଯେ ଏପରି ମିଥ୍ୟା ବାରମ୍ବାର ଆସୁଛି। ଏହି ସବୁ ଖବର ଆସନ୍ତା ମାସ ଦିଲ୍ଲୀ ନିର୍ବାଚନ ପଖାଇ ଆସିବାରୁ ଜୋର ଧରୁଛି। କୁମାର ବିଶ୍ଵାସ ଆଗରୁ ଅରବିନ୍ଦ କେଜ୍ରିବାଳଙ୍କ ଖାସ ନେତା ଥିଲେ କିନ୍ତୁ ଆମ ଆଦ୍ମି ପାର୍ଟି ଛାଡିଲା ପରେ ଏପରି ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହା ନେଇ ବିଜେପି ମଧ୍ୟ ପୁଷ୍ଟି କରିଅଛି ଯେ ଦିଲ୍ଲୀ ନିର୍ବାଚନ ଏତେ ପାଖାଇ ଆସିବା ସମୟରେ କୁମାର ବିଶ୍ଵାସଙ୍କ ବିଜେପିରେ ସାମିଲ ହେବା ପ୍ରଶ୍ନ ଉଠୁ ନାହିଁ। ବିଜେପି ଏହା ମଧ୍ୟ ଅନୁରୋଧ କରଅଛି ଯେ ନିର୍ବାଚନ ସମୟରେ ଏପରି ମିଥ୍ୟା କୁ ବିଶ୍ଵାସ କରନ୍ତୁ ନାହିଁ।

https://www.youtube.com/watch?v=ySol9uaIi8c

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପ୍ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ କୁମାର ବିଶ୍ଵାସ ବିଜେପି ରେ ସାମିଲ ହେବା  ଗୋଟିଏ ମିଥ୍ୟା କଥା ଅଟେ। କୁମାର ବିଶ୍ଵାସ ନିଜେ ଏହି କଥା କୁ ଖଣ୍ଡନ କରିଛନ୍ତି। ବିଜେପି ମଧ୍ୟ ଏହା କହିଅଛି ଯେ ଦିଲ୍ଲୀ ନିର୍ବାଚନ ପାଖେଇ ଆସିବାରୁ କୁମାରଙ୍କ ବିଜେପିରେ ସାମିଲ ହେବା ପ୍ରଶ୍ନ ଊଠୁ ନାହିଁ ଓ ଏପରି ଅନୁରୋଧ କରିଛି ଯେ ଏପରି ଖବରକୁ ବିଶ୍ଵାସ କରନ୍ତୁ ନାହିଁ।

Avatar

Title:କ’ଣ ଆମ୍ ଆଦ୍ମି ପାର୍ଟି ନେତା କୁମାର ବିଶ୍ଵାସ ବିଜେପି ରେ ସାମିଲ ହେଲେ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *