
୨୮ ମେ ୨୦୨୦ ରେ ଜଣେ ଟୁଇଟର ୟୁଜର ନିଜ ତ୍ଵିଟୀର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମ ଆଗରେ ମିଛ କହିଛନ୍ତି ଯେ ଓଡ଼ିଶା ରେ କୋରୋନା ମୃତହାର ପୁରା ବିଶ୍ଵରେ ସବୁଠାରୁ କମ। କୋରୋନା ଆକ୍ରାନ୍ତ, ମୃତ ଏବଂ ଆରୋଗ୍ୟ ଚାର୍ଟ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ତଥ୍ୟ ଅନୁସାରେ ଭାରତରେ ହି ଓଡିଶାଠାରୁ ଭଲ ସ୍ଥିତିରେ ଅନେକ ରାଜ୍ୟ ଅଛନ୍ତି।
ଏହି ପୋଷ୍ଟ ଫେସବୁକର “ସାଇବର ଆର୍ମୀ ବିଜେପି ଓଡ଼ିଶା (ଅଫିସିଆଲ)” ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ମୃତହାର ଗଣନା କରିଲୁ। ପୋଷ୍ଟ ଦାବି ଅନୁଯାୟୀ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୫୯୩, ମୋଟ୍ ମୃତ୍ୟୁ ୭ ଏବଂ ମୋଟ୍ ଆରୋଗ୍ୟ ୮୧୨ ଅଟେ ବୋଲି କୁହା ଯାଇଅଛି। ଏହି ତଥ୍ୟ ନେଇ ମୃତହାର ଗଣନା କରିଲେ:-
ମୃତହାର = (ମୋଟ୍ ମୃତ୍ୟୁ / ମୋଟ୍ ଆକ୍ରାନ୍ତ) x ୧୦୦
- ମୃତହାର = (୭ / ୧୫୯୩ ) x ୧୦୦
- ମୃତହାର = ୦.୦୦୪୩୯ x ୧୦୦
- ମୃତହାର = ୦.୪୪ %
ଆମେ ଆଜି କା ଦିନର ଓଡିଶାର ମୃତହାର ଗଣନା କରିଲୁ। ଏହି ଗଣନା କରିବା ପାଇଁ ଆମେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପାଇବାର କଲ୍ୟାଣ ମନ୍ତ୍ରାଳୟ ରୁ ମୋଟ୍ ମୃତ୍ୟୁ ଏବଂ ମୋଟ୍ ଆକ୍ରାନ୍ତ ସଂଖ୍ୟା ବାହାର କରିଲୁ।
ମୃତହାର = (ମୋଟ୍ ମୃତ୍ୟୁ / ମୋଟ୍ ଆକ୍ରାନ୍ତ) x ୧୦୦
- ମୃତହାର = (୭ / ୧୯୪୮) x ୧୦୦
- ମୃତହାର = ୦.୦୦୩୫୯ x ୧୦୦
- ମୃତହାର = ୦.୩୬ %
ଏହା ପରେ ଆମେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସାଇଟ ଯାଇ ଆଜି କା ଦିନର ଭାରତରେ କୋରୋନ ଆକ୍ରାନ୍ତ ଏବଂ ମୃତ୍ୟୁ ର ତଥ୍ୟ ବାହାର କରିଲୁ।
ଆମେ ମୃତହାର ସୂତ୍ର ବ୍ୟବହାର କରି ମୃତହାର ସଂଖ୍ୟା ଗଣନା କରିଲୁ।
ମୃତହାର = (ମୋଟ୍ ମୃତ୍ୟୁ / ମୋଟ୍ ଆକ୍ରାନ୍ତ) x ୧୦୦
- ମୃତହାର = (୫୩୯୪ / ୯୩୩୨୨) x ୧୦୦
- ମୃତହାର = ୦.୦୫୭୭ x ୧୦୦
- ମୃତହାର = ୫.୭୮ %
ଏହା ପରେ ଆମେ ବିଶ୍ଵ ର କୋରୋନା ମୃତହାର ବାହାର କରିଲୁ। ଏହା ପାଇଁ ଆମେ ବିବିସି ୱେବ୍ସାଇଟରୁ ତଥ୍ୟ ଖୋଜି ବାହାର କରିଲୁ।
ମୃତହାର = (ମୋଟ୍ ମୃତ୍ୟୁ / ମୋଟ୍ ଆକ୍ରାନ୍ତ) x ୧୦୦
- ମୃତହାର = (୩୭୨୦୦୨ / ୬୧୩୨୩୦୪) x ୧୦୦
- ମୃତହାର = ୦.୦୬୦୬ x ୧୦୦
- ମୃତହାର = ୬.୧ %
ଉପର ସମସ୍ତ ଗଣନା ପରେ ଆମେ ଜାଣିବାକୁ ପାଇଲୁ ଯେ ବିଶ୍ଵ ମୃତହାର ସଂଖ୍ୟା ୬.୧%, ଭାରତ ମୃତହାର ସଂଖ୍ୟା ୫.୭୮% ଆଉ ଓଡ଼ିଶା ମୃତହାର ସଂଖ୍ୟା ୦.୩୬% ଅଟେ। ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ କହିବା ଯେ ଓଡିଶା ମୃତହାର ସଂଖ୍ୟା ବିଶ୍ଵା ଠାରୁ କମ ସତ୍ୟ ଅଟେ।
ଏହା ପରେ ଆମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୮ ମେ ରେ ନ୍ୟୁଜ ୧୮ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର ଦିନ କହିଛନ୍ତି ଯେ ରାଜ୍ୟର ମୃତହାର ସଂଖ୍ୟା ୦.୪୬% ଅଟେ, ଯେଉଁଟା ଭାରତର ଅନ୍ୟ ରାଜ୍ୟ ଏବଂ ବିଶ୍ଵ ସାରା ଦେଶର ମୃତହାର ଠାରୁ କମ। ଗୋଟିଏ ଭିଡିଓ ମେସେଜ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୪.୫ କୋଟି ଲୋକଙ୍କ ଜୀବନ ବଞ୍ଚାଇବାର ଲକ୍ଷ ରକ୍ଷା ଯାଇ ଥିଲା ଓ ଏହି ଲକ୍ଷ ସରକାର ସୁନିଶ୍ଚିତ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସମସ୍ତ ଲୋକଙ୍କ ଜୀବନ କୁ କୋରୋନା ଠାରୁ ବଞ୍ଚାଇବା। କୋରୋନା ବିରୁଦ୍ଧରେ ଲଢେଇ କରୁଥିବା ଲୋକଙ୍କ ମନୋବଳ ବଢାଇବା ପାଇଁ ସେ ସମସ୍ତ ଓଡିଶା ବାସୀଙ୍କୁ ବନ୍ଦେ ଉତ୍କଳ ଜନନୀ ମଧ୍ୟ ଗାଇବା ପାଇଁ କହିଛନ୍ତି।
News 18 | Archive
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଓଡ଼ିଶା ରାଜ୍ୟର କୋରୋନା ମୃତହାର ବିଶ୍ଵ ରେ ସବୁ ଠାରୁ କମ। ପୋଷ୍ଟରେ ଓଡିଶା ର ମୃତ ସଂଖ୍ୟା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ କହି ଥିବା କଥାକୁ ମିଥ୍ୟା ବୋଲି ଦାବି କରି ଗୁଜବ ସୃଷ୍ଟି କରା ଯାଇ ଅଛି। ବିଶ୍ଵ ସାରା କୋରୋନା ମୃତହାର ସଂଖ୍ୟା ୬.୧% ଏବଂ ଭାରତର କୋରୋନା ମୃତହାର ସଂଖ୍ୟା ୫.୭୮% ଥିବା ସମୟରେ ଓଡିଶାର କୋରୋନା ମୃତହାର ସଂଖ୍ୟା ୦.୩୬% ଅଟେ।

Title:କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମରେ ମିଛ କହିଛନ୍ତି କି ଓଡ଼ିଶାରେ କୋରୋନା ମୃତ୍ୟୁହାର ଦୁନିଆ ରେ ସବୁ ଠାରୁ କମ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False