
19 ନଭେମ୍ବର ରୁ ଫେସବୁକ ସମେତ ସୋସିଆଲ ମିଡିଆରେ ଓଡ଼ିଶା ସରକାର ଗଞ୍ଜେଇ ଚାଷକୁ ଖୁଲମ ଖୁଲା ପ୍ରୋତ୍ସାହନ ଦେବା କଥା ଦାବି କରାଯାଉଛି। କୁମାର ଦେବୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Be ready to take best award from sh.Naveen Pattnaik for best business man of Ganjei of Odisha ଲେଖି ପୋଷ୍ଟ କରିଛନ୍ତି। ଏହା ଛାଡ଼ା ଫେସବୁକ ଏବଂ ଟୁଇଟରରେ ଓଡ଼ିଶାରେ ଗଞ୍ଜେଇ ଚାଷ ହେବାର ଗୁଜବ ଭାଇରାଲ ହେଉଛି। 18 ନଭେମ୍ବର ସକାଳୁ ସୋସିଆଲ ମିଡିଆରେ ଗଞ୍ଜେଇ ଚାଷକୁ ଓଡିଶାରେ ପ୍ରୋତ୍ସାହନ ଦେବା କଥା ଲୋକଙ୍କୁ ହଜମ ହେଇନଥିଲା। କିଛି ଲୋକ ଏହାକୁ ବିରୋଧ କଲେ ତ କିଛି ଲୋକ ଏହାକୁ ସ୍ୱାଗତ କରିଲେ। କିଛି ଦିନ ପୂର୍ବରୁ ନବିନ ସରକାର ରାଜ୍ୟରେ ମଦ କାରବାରକୁ ଖୁବ ପ୍ରୋତ୍ସାହନ ଦେଇଛନ୍ତି,ତେଣୁ ରାଜ୍ୟ ସରକାରଙ୍କ ଗଞ୍ଜେଇ ଚାଷକୁ ଅନୁମତି ଦେବା ଗୁଜବକୁ ଲୋକମାନେ ତସ୍ୟ ମଧ୍ୟ ମାନିଲେ।

ଦାବିର ଲିଙ୍କ ଦେଖନ୍ତୁ- Facebook
ଓଡିଶା ଏକ୍ସକ୍ଲୁସିବ ନାମକ ପେଜରେ ଲେଖା ଜାଇଛି ଯେ, ଏଥର ଗଞ୍ଜେଇ ଚାଷ ହୋବ ଖୁଲମ ଖୁଲା, ଆପଣମାନେ ଖୁସିତ? ପୋଷ୍ଟରେ ରାଜ୍ୟ ସରାକର ଗଞ୍ଜେଇ ଚାଷକୁ ଅନୁମତି ଦେବା କଥା ଲେଖା ଯାଇଛି।

| Original link | ARCHIVE link |
ଏହି ଗୁଜବ ରାଜ୍ୟ ବାସିଙ୍କୁ ଦୋହଲାଇ ଦେଇଛି। ଗୋଟେପଟେ ରାଜ୍ୟର ମହିଳା ରାଜ୍ୟକୁ ନିସା ମୁକ୍ତ କରିବାରେ ଲାଗିଛନ୍ତି ,ତେବେ ଅନ୍ୟପଟେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନିସାକୁ ପ୍ରୋତ୍ସାହନ ଦୋଉଛନ୍ତି। ଏହାଛଡ଼ା ଟୁଇଟରରେ ମଧ୍ୟ ଏହି ଗୁଜବକୁ ୟୁଜରର୍ସ ମାନେ ଖୁବ ବିରୋଧ କରିଛନ୍ତି।
କରାଯାଇଥିବା ଦାବି ସତ୍ୟ ନା ନହିଁ ସେ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ
କୁମାର ଦେବୁ ଫେସବୁକରେ ପୋଷ୍ଟ କରିଥିବା ଦାବିର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କୁମାର କରିଥିବା ପୋଷ୍ଟ ସହିତ କନକ ନ୍ୟୁଜର ଏକ ଭିଡିଓ ପୋଷ୍ଟ କରିଥିଲେ। ନ୍ୟୁଜରେ କୁହାଯାଇଛି ଯେ, ଏଥର ମଦ ପରେ ଗଞ୍ଜେଇ କୁ ସରକାରୀ ପ୍ରୋତ୍ସାହନ ଦିଆଯିବା ନେଇ ପ୍ରସ୍ତାବ ଦିଆ ଯାଇଛି। ଏନେଇ ଅବକାରି ବିଭାଗ ଯୁଗ୍ମ ସଚିବ ଶ୍ରୀ SBK ପ୍ରଧାନ ବିଭାଗୀୟ ଆୟୁକ୍ତ ମାନଙ୍କୁ ଚିଠି ଲେଖିଥିଲେ। 19 ନଭେମ୍ବରରେ ଏହି ପ୍ରସ୍ତାବକୁ ନେଇ ବୌଠକ କରାଯିବା କଥା କୁହାଯାଇଛି।
ଏହି ପ୍ରସ୍ତାବର ଏକ ଫୋଟୋ ଆମକୁ ଓଡ଼ଆ ନ୍ୟୁଜ ପେଜରେ ମିଳିଲା।

ପ୍ରସ୍ତାବରେ ଲେଖା ଯାଇଛି ଯେ, ଗଞ୍ଜେଇର ଔଷଧୀୟ ଗୁଣ ଭରିରହଛି। ଏଣୁ ଡାକ୍ତରି ଉପଚାରରେ ବ୍ୟବହାର କରିବା ପାଇଁ ରାଜ୍ୟରେ ଗଞ୍ଜେଇ ଚାଷ ପାଇଁ ଅନୁମତି ମଗା ଯାଇଥିଲା।ଏନେଇ 19 ନଭିମ୍ବରରେ ଏକ ବୌଠକ ବସିଥିଲା ବୌଠକରେ ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଗଲା ନାହିଁ। ଏହି ବୌଠକରେ ଗଞ୍ଜେଇର ଓୌଷଧୀୟଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥାନ ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହି ପ୍ରସ୍ତାବକୁ ଆଇନ ବିଭାଗ ଖାରଜ କରିଛି। ଅବକାରି ସଚିବ ଅଧ୍ୟକ୍ଷତାରେ ଏହି ବୌଠକରେ ଗଞ୍ଜେଇ ଚାଷକୁ ନେଇ ବିସ୍ତୁତ ଭାବେ ଆଲୋଚନା କରା ଯାଇଥିଲା ଏବଂ ଏହି ପ୍ରସ୍ତାବକୁ ଆଇନ ବିଭାଗ ସମ୍ପୁର୍ଣ୍ଣ ରୁପେ ଖଣ୍ଡନ କରିଛି।
ଓଡ଼ିଶାର ommcom news ଚାନେଲରେ ଗଞ୍ଜେଇ ଚାଷ ରାଜ୍ୟରେ ନ ହେବାର ଖବର ପ୍ରକାସିତ କରାଯାଉଛି। ଯେଉଁଥିରେ ରାଜ୍ୟ ସରକର ଗଞ୍ଜେଇ ଚାଷକୁ ନାଁ କରିଛନ୍ତି। ଏହା ସହିତ ଏହି ପୋଷ୍ଟରେ ଅବକାରି ସଚିବ ସୁଶୀଲ କୁମାର ଲୋହାନୀଙ୍କର ବାଇଟ ମଧ୍ୟ ରହିଛି। ଯେଉଁଥିରେ ସେ କହିଛନ୍ତି ଯେ, ଏପରି ପ୍ରସ୍ତାବ ଆଗରୁ ମଧ୍ୟ ଆସିଛି। ଆମେ ଏହି ପ୍ରସ୍ତାବକୁ ଲଅକୁ ମଧ୍ୟ ପଠାଇଥିଲୁ। କିନ୍ତୁ ସେଠି ପ୍ରସ୍ତାବକୁ ଖାରଚ କରା ଯାଇଥିଲା।

ପୋଷ୍ଟର ଲିଙ୍କ ଦେଖନ୍ତୁ- ommcom
ଏହା ଛଡ଼ା ହିନ୍ଦୀ ନ୍ୟଜ ପୋର୍ଟଲ जागरण ରେ ମଧ୍ୟ ଏହି ଖବରକୁ ପ୍ରସାରିତ କରାଯାଇଛି। ପୋଜର ଅନୁଛେଦରେ ଓଡ଼ିଶା ସରକାର ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ନ ଦେବା କଥା

ଏଥିରୁ ଜାଣଗା ଗଲା ଯେ, ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇ ନାହାନ୍ତି। ବରଂ ଗଞ୍ଜେଇ ଚାଷ ପାଇଁ ଅନେକ ଶିଳ୍ପ ସଂସ୍ଥାନ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଏହାକୁ ଖଣ୍ଡନ କରିଛନ୍ତି।
ଶେଷ କାଥା
ରାଜ୍ୟ ସରକାର ଗଞ୍ଜେଇ ଚାଷ କୁ ପ୍ରୋତ୍ସାହନ ଦେଉଥିବା ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଏହି ପ୍ରସ୍ତାବ କିଛି ଶିଳ୍ପ ସଂସ୍ଥାନ ରାଜ୍ୟ ସରକାରଙ୍କ ପାଖରେ ରଖିଥିଲେ। ଏହି ପ୍ରସ୍ତାବକୁ ନେଇ 19 ନଭେମ୍ବରରେ ଲୋକସଭା ଭବନେରେ ଅବକାରି ସଚିବ ଅଧ୍ୟକ୍ଷତାରେ ଏକ ବୌଠକ ବସିଥିଲା। ଯେଉଁଥିରେ ଏହି ପ୍ରସ୍ତାବକୁ ଖଣ୍ଡନ କରାଯାଇଛି। ଏଣୁ ସୋସିଆଲ ମିଡିଆରେ ଭଆଇରାଲ ହେଉଥିବା ଗୁଜବ ମିଥ୍ୟା ଅଟେ। ରାଜ୍ୟ ସରକାର ଗଞ୍ଜେଇ ଚାଷ ପାଇଁ କୌଣସି ଅନୁମତି ଦେଇନାହାନ୍ତି।

