
ଦୁଷର୍ମ ପୀଡିତାଙ୍କ ବାପାଙ୍କୁ ଗୁଳିକରି ହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫିରୋଜାବାଦରେ। 13 ଫେବ୍ରୁଆରି ରେ ଡ଼ି.ଟିଭି ଓଡ଼ିଆ ସାଇଟରେ ଛପି ଥିବା ଏହି ପୋଷ୍ଟ ଫିରୋଜାବାଦର ଜଣେ ୧୫ ବର୍ଷୀୟା ନାବାଳିକା ଗତବର୍ଷ ଅଗଷ୍ଟରେ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ପୀଡିତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏନେଇ ଅଭିଯୁକ୍ତ ଅଚମନ ଉପାଧ୍ୟାୟ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଅନୁଯାୟୀ ଏଯାଏ ଏହି ମାମଲରେ ଅଭିଯୁକ୍ତକୁ ପୋଲିସ ଗିରଫ କରିପାରିନାହିଁ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ତା’ର ସମ୍ପତ୍ତି ଜବତ କରିଥିଲେ ମଧ୍ୟ ଉପାଧ୍ୟାୟ ଠାବ କରିବାରେ ପୁଲିସ ବିଫଳ ରହିଛି। ସେପଟେ ଉପାଧ୍ୟାୟ ତା’ବିରାଧରେ ମାମଲା ପ୍ରତ୍ୟାହାର ପାଇଁ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଇ ଚାଲିଥିଲା। ସେ ପୀଡ଼ିତାଙ୍କ ବାପାଙ୍କୁ ଗୋଳି କରି ମରିଛନ୍ତି ବୋଲି ଦାବି କରା ଯାଇଅଛି। ତେବେ ଧମକ ବିଷୟରେ ପୁଲିସ ଜଣାଇ ଦିଆଯାଇଥିଲେ ମଧ୍ୟ ପରିବାରର ସୁରକ୍ଷା ପାଇଁ କିଛି ପଦେକ୍ଷପ ନିଆଯାଇ ନଥିଲା। ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୩ ଜଣ ପୁଲିସ ଅଧିକାରୀ ସେମାନଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ସେହି ୩ ଜଣ ପୁଲିସଙ୍କୁ ନିଲମ୍ବିତ କରଯାଇଛି।
ଏହି ଖବରଟି ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ:
14 ଫେବ୍ରୁଆରି ଦି ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ 15 ବର୍ଷୀୟ ଦୁଷ୍କର୍ମ ପୀଡ଼ିତାଙ୍କ ବାପାଙ୍କ ହତ୍ୟାର ୩ ଦିନ ପରେ ଫିରୋଜାବାଦ ପୋଲିସ ଖୁନିକୁ ଗିରଫ କରିଛନ୍ତି। ସେହି ୩୩ ବୟସ ଯୁବକ ପୋଲିସ ଏଙ୍କାଉଣ୍ଟର ଗୁଳିରୁ ଆହତ ହେଲା ପରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି। ଯେତେବେଳେ ପୀଡ଼ିତାଙ୍କ ବାପା ଏହି ଯୁବକଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା କେସ ଫେରାଇ ନେବାକୁ ଅସ୍ଵୀକାର କରିଥିଲେ, ସେହି ରାଗରେ ଏହି ଯୁବକ ତାଙ୍କୁ ଗୁଳି କରି ହତ୍ୟା କରି ଦେଇଥିଲେ। ହତ୍ୟା କରିଥିବା ଯୁବକ ଆଚମନ ଉପାଧ୍ୟାୟ ଓ ତାଙ୍କ ସାଥି ଗୋବିନ୍ଦକୁ ପୋଲିସ ବାଏପାସ ରୋଡ ନିକଟରେ ଏଙ୍କାଉଣ୍ଟର ପରେ ଗିରଫ କରିଛନ୍ତି। ଏହି ଏଙ୍କାଉଣ୍ଟରରେ ୨ ଟି ପୋଲିସ କର୍ମଚାରୀ ମଧ୍ୟ ଆହତ ହେଇଛନ୍ତି।
୧୩ ଫେବ୍ରୁଆରିରେ ଦି ଷ୍ଟେଟ୍ସମେନ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଦୁଶକର୍ମ ପୀଡ଼ିତାଙ୍କ ବାପାଙ୍କୁ ଗୁଳି ମାରି ହତ୍ୟା କରିଥିବା ଯୁବକକୁ ପୋଲିସ ଗିରଫ କରିଛି। ସେହି ଯୁବକଙ୍କ ନାମ ଆଚମନ ଉପାଧ୍ୟାୟ ଓ ପୋଲିସ ସହିତ ଗୁଳି ମାଡ କରିଲା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏସ.ପି. ପ୍ରବଳ ପ୍ରତାପ ସିଙ୍ଗ କହିଛନ୍ତି ଯେ ଆଚମନଙ୍କ ଉପରେ ପୋଲିସ ୫୦ ହଜାର ଟଙ୍କା ଇନାମ ମଧ୍ୟ ରଖିଥିଲେ। ଏଙ୍କାଉଣ୍ଟର ସମୟରେ ଉପାଧ୍ୟାୟ ଓ ତାଙ୍କ ଗୋଟିଏ ସାଥିକୁ ପୋଲିସ ଗିରଫ କରିଥିଲା ବେଳେ ତାଙ୍କର ଆହୁରି ଗୋଟିଏ ସାଥି ଫେରାର ହେଇଯାଇଛି। ଏହି ଏଙ୍କାଉଣ୍ଟରରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହେଇଛନ୍ତି। ସୋମବାର ରାତି ପୀଡ଼ିତାଙ୍କ ବାପା କୁ ଗୁଳି ମାରି ହତ୍ୟା କରା ଯାଇଥିଲା। ଏହି ମାମଲା ନେଇ ୩ ପୋଲିସ କର୍ମୀଙ୍କୁ ମଧ୍ୟ ସସ୍ପେନ୍ଡ କରା ଯାଇଅଛି।
୧୨ ଫେବ୍ରୁଆରି ରେ ନ୍ୟୁଜ ନେସନ ନିଜ ୟୁଟ୍ୟୁବ ଛେନାଲରେ ମଧ୍ୟ ଏହି ବିଷୟରେ ନ୍ୟୁଜ ପ୍ରକାଶିତ କରିଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଦୁଶକର୍ମ ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଥିବା ଖୁନିଙ୍କୁ ଧରି ନପାରିଥିବା କଥା ମିଥ୍ୟା ଅଟେ। ପୋଲିସ ଏଙ୍କାଉଣ୍ଟର ପରେ ହତ୍ୟା କରିଥିବା ଯୁବକ ଆଚମନ ଉପଧ୍ୟାୟ ଓ ତାଙ୍କ ସାଥି ଗୋବିନ୍ଦଙ୍କୁ ବାଏପାସ ରୋଡ ନିକଟରେ ଗିରଫ କରିଛନ୍ତି।

Title:କ’ଣ ଫିରୋଜାବାଦର ଦୁଷ୍କର୍ମ ପୀଡ଼ିତାଙ୍କ ବାପାର ଖୁନିଙ୍କୁ ପୋଲିସ ବର୍ତମାନ ସୁଧା ଗିରଫ କରି ପାରି ନାହିଁ? ଜାଣନ୍ତୁ ସତ।
Fact Check By: Siddharth SahuResult: False