ପୁରୁଣା ଫଟୋକୁ ଚାଷୀ ଏବଂ ଚାଷୀ ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

False National Social

ଦୁଇ ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ 26 ଜାନୁଆରୀରେ ହିଂସାତ୍ମକ ରୂପ ନେଇଥିଲା। ଟ୍ରାକ୍ଟର ରାଲୀରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରି ଲାଲ କିଲା ସମେତ ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ଏହି ହିଂସାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠୀ ଚାର୍ଜ କରିବାକୁ ପଡ଼ିଲା।  ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପିଠିରେ ଗଭୀର ମାଡ଼ ବାଜିଥିବାର ଦେଖାଯାଉଛି।  ଏଥିରୁ ଜଣାପଡୁଛି ଯେ ବ୍ୟକ୍ତିଙ୍କୁ ବାଡି କିମ୍ବା ବେଲ୍ଟରେ ଖରାପ ମାଡ ଦିଆଯାଇଛି। ଫଟୋ ସହିତ ଦାବି କରାଯାଉଛି ଯେ 26 ଜାନୁଆରୀରେ ଟ୍ରାକ୍ଟର ରାଲିରେ ଏହି ପ୍ରଦର୍ଶନକାରୀ ପୋଲିସ୍ ଲାଟିଚାର୍ଜରେ ଗୁରୁତର ଆହତ ହୋଇଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ପ୍ରମାଣିତ ହେଲା। 

27 ଜାନୁଆରିରେ Ravi Ranveera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଚାଷିକୁ ଭାରତର ବୋର୍ଡରେ ଠିଆ ହୋଇଥିବା ଜବାନଠାରୁ ନେଇ ଖେତରେ ହେଉଥିବା ଫସଲ ପର୍ଯ୍ୟନ୍ତ ଚିନ୍ତା ଥାଏ । କିନ୍ତୁ ଦେଶର ନେତାଙ୍କୁ କେବଳ ତାଙ୍କ ପଦର ଚିନ୍ତା ଅଛି। ଏଥିପାଇଁ ଏମାନେ ସମସ୍ତଙ୍କୁ ବାଜି ଲଗାଇ ପାରିବେ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫଟୋରେ ପୋଲିସଠାରୁ ମାଡ଼ ଖାଇଥିବା ବ୍ୟକ୍ତି ଚାଷି ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ହରିୟାଣା ଟାଇମ୍ସ ଫେସବୁକ ପେଜରେ ଆମେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ 17 ଜୁନ 2019 ମସିହାର ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନ କୃଷି ଆନ୍ଦୋଳନ ନୁହେଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଏହା ପରେ ଆମକୁ Ankit lal ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଯାହାକି 2019ରେ ପୋଷ୍ଟ କରାଯାଇଥିଲା।  ଯେଉଁଥିରେ ଲେଖାଯାଇଛି ଯେ, ସର୍ବଜିତ ନାମକ ଜଣେ ଟେମ୍ପୋ ଡ୍ରାଇଭର ଏବଂ ଦିଲ୍ଲୀ ପୋଲିସ ଗାଡି ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ ସରବଜିତ୍ ଏବଂ ପୋଲିସ୍ ମଧ୍ୟରେ ସଂଘର୍ଷ ହୋଇଥିଲା, ଏହି କାରଣରୁ ପୋଲିସ ଉକ୍ତ ସର୍ଦ୍ଦାରକୁ ମାଡ ମାରିଥିଲା। ତଳେ ଲିଙ୍କ ଦେଖନ୍ତୁ। 

Times now news ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 16 ଜୁନ୍ 2019 ରେ ସରବଜିତ୍ ଏବଂ ଦିଲ୍ଲୀ ପୋଲିସ୍ ନାମକ ଜଣେ ଟେମ୍ପୋ ଡ୍ରାଇଭର ଗାଡି ସହିତ ମୁହାଁମୁହିଁ ହୋଇଥିଲେ। ଏହା ପରେ ସରବଜିତ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଭିଡିଓରେ ପୋଲିସ ସର୍ବଜିତଙ୍କୁ ଅତି ବର୍ବରତାରେ ମାଡ ମାରୁଥିବାର ନଜର ଆସୁଛନ୍ତି। ତଳେ ଭିଡିଓ ଦେଖନ୍ତୁ।

Bhaskar ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ କହିଛି ଯେ ପ୍ରଥମେ ଟେମ୍ପୋ ଡ୍ରାଇଭର ଜଣେ ପୋଲିସ କର୍ମି ମୁଣ୍ଡରେ ଆକ୍ରମଣ କରିଥିଲା। ଡ୍ରାଇଭରକୁ ଅତି ନିର୍ମମ ଭାବେ ମାଡ ମାରିବା ପରେ ସେଠାରେ ଅନେକ ଅସନ୍ତୋଷ ଦେଖାଦେଇଥିଲା। ଯାହା ପରେ ଏପରି ଆଚରଣ ଅଭିଯୋଗରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। କିଛି ଦିନ ପରେ, ଏପ୍ରିଲ 2019 ରେ ଟେମ୍ପୋ ଡ୍ରାଇଭର ସରବଜିତଙ୍କ ଉପରେ ଆକ୍ରମଣର ଅନ୍ୟ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିବା ଜଣାଯାଇଛି। 

Arvind kejriwal ମଧ୍ୟ ଭାଇରାଲ ଫଟୋରେଥିବା ବ୍ୟକ୍ତି ଉପରେ ହୋଇଥିବା ମାଡ଼କୁ ନେଇ ଟ୍ୱିଟ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ହେଉଥିବା ବ୍ୟକ୍ତି କୌଣସି ଚଷି ନୁହେଁ। କିମ୍ବା କୃଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଗୋଟେ ବର୍ଷ ପୁରୁଣା ଏବଂ 26 ଜାନୁଆରୀରେ ଦିଲ୍ଲୀରେ ହୋଇଥିବା ହିଂସା ସହିତ କୌଣସି ସମ୍ପର୍କ ନାହିଁ।

Avatar

Title:ପୁରୁଣା ଫଟୋକୁ ଚାଷୀ ଏବଂ ଚାଷୀ ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *