କ’ଣ ରାଷ୍ଟ୍ରପଟି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ପୁରୁଣା ଏବଂ ନୂତନ ଅଶୋକ ସ୍ତମ୍ବର ତୁଳନା କରି ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

False Political

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ଉପରେ ନିର୍ମାଣ ହୋଇଥିବା ଅଶୋକ ସ୍ତମ୍ବର ଉଦ୍ଦଘାଟନ କରିଥିଲେ। ଦେଖିବାକୁ ଗଲେ ଏହି ଅଶୋକ ସ୍ତମ୍ବ ପୁରୁଣା ଅଶୋକ ସ୍ତମ୍ବ ଠାରୁ ଟିକେ ଭିନ୍ନ ବୋଲି ଜଣା ପଡ଼ିଛି। ନୂତନ ଅଶୋକ ସ୍ତମ୍ବରେ ସିଂହର ମୂହ ଅଧିକା ଖୋଲା ଥିବା ଦାବି କରା ଯାଇଛି ଯାହା ଏକ ଗର୍ଜୁ ଥିବା ଭାରାତକୁ ଦର୍ଶାଉଛି ବୋଲି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି। 

ଆମକୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଅନେକ ଟୁଇଟର ଏକାଉଣ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। DroupadiMurmu__ ନାମର ଏକ ଟୁଇଟର ହେଣ୍ଡେଲ ମଧ୍ୟ ଦେଖିବାକୁ ମିଳିଲା ଯେଉଁଥିରେ ଗତ ୫ ଦିନରେ ୨୦ ହଜାର ଫୋଲଓୟର୍ସ ଯୋଗ କରା ଯାଇଛି। 

ଅନେକ ବିଜେପି ମନ୍ତ୍ରୀ, ସାଂସଦ, ବିଧାୟକ, ସାମ୍ବାଦିକ ଏବଂ ସମ୍ବାଦ ଗଣମାଧ୍ୟମ ସଂଗଠନ ଏହି ଟୁଇଟର ଏକାଉଣ୍ଟକୁ ଦ୍ରୌପଦୀ ମୁର୍ମୁଙ୍କଅସଲି ଟୁଇଟର ଏକାଉଣ୍ଟ ବୋଲି ବିଶ୍ଵାସ କରି ଟ୍ୟାଗ୍ କରିଛନ୍ତି। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ଏକ ଟୁଇଟର ସ୍କ୍ରିନଶଟ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ସ୍କ୍ରିନଶଟ୍ ଅନୁଯାୟୀ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପୁରୁଣା ଏବଂ ନୂତନ ଅଶୋକ ସ୍ତମ୍ବର ତୁଳନା ଏକ ଟୁଇଟ ମାଧ୍ୟମରେ କରିଛନ୍ତି। ଟୁଇଟକୁ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଭାରତର ଭବିଷ୍ୟତ ଦର୍ଶାଇଛନ୍ତି। 

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ହେଉଥିବା ଟୁଇଟର ସ୍କ୍ରିନଶଟ୍ ଦ୍ରୌପଦୀ ମୁର୍ମୁଙ୍କ ଏକ ନକଲି ଟୁଇଟର ଏକାଉଣ୍ଟରୁ ଆସିଥିବା ଜଣା ପଡ଼ିଛି। 

DroupadiMurmu__ ଏହି ଟୁଇଟର ଏକାଉଣ୍ଟକୁ ବିଜେପି ବିଧାୟକ ମହେଶ କୁମାର ରାଭଲ, ନିମିଶାବେନ ସୁଥର, ଶୈଲେଶ ମେହେତା, ପଙ୍କଜ କୁମାର ଦେସାଇ, ଜଗଦୀଶ ବିଶ୍ଵକର୍ମା, ପୁରନେଶ ମୋଦୀ ଏବଂ ହର୍ଷ ସଙ୍ଘଭି ଟ୍ୟାଗ୍ କରିଛନ୍ତି। 

ଲାଇଭ୍ ଲ, ଏୟାର ନ୍ୟୁଜ ଗୁଜୁରାତ, ବିବିସି ନ୍ୟୁଜ ମରାଠୀ, ଇଟି ନାଓ, ନ୍ୟୁଜ ୧ ଇଣ୍ଡିଆ, ଜି ନ୍ୟୁଜ ୟୁକେ, ନ୍ୟୁଜ ମୋବାଇଲ, ଏସିଆ ନେଟ୍ ଶୁଭର୍ନା ନ୍ୟୁଜ ମଧ୍ୟ ଏହାକୁ ଦ୍ରୌପଦୀ ମୁର୍ମୁଙ୍କ ଟୁଇଟର ଏକାଉଣ୍ଟ ବୋଲି ଉଲ୍ଲେଖ କରିଛନ୍ତି। 

କ’ଣ କୁହା ଯାଇଛି ପୋଷ୍ଟରେ?

ଟୁଇଟର ସ୍କ୍ରିନଶଟ୍ ସେୟାର କରି ପୋଷ୍ଟରେ କୁହା ଯାଇଛି ଯେ, “ଦ୍ରୌପଦୀ ମୁର୍ମୁଙ୍କ ଟୁଇଟର ରୁ ଆପଣ ଭବିଷ୍ୟତ ଭାରତର ଦୁର୍ଦ୍ଦଶାକୁ ଦେଖିପାରିବେ, ଯଦି ଆଖିରେ ମୋଦିଆବିନ୍ଦୁ ନ ହୋଇଛି”

Facebook | Archive

ସମାନ ପୋଷ୍ଟକୁ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଇଥିବା ଦେଖି ପାରିବେ। 

ଆମ ଅନୁସନ୍ଧାନ: 

ଭାଇରାଲ ଟୁଇଟର ଏକାଉଣ୍ଟରେ ନୀଳ ଟିକ୍ ଚିହ୍ନ ନିଖୋଜ ଥିବା ହେଉଛି ପ୍ରଥମ ସନ୍ଦେହଜଣକ କଥା। ସମ୍ପୃକ୍ତ ଏକାଉଣ୍ଟ ଟୁଇଟର ଦ୍ଵାରା ଯାଞ୍ଚ ଅରା ଯାଇ ନାହିଁ। ରାଷ୍ଟ୍ରପତି ନିର୍ବାଚନ ପାଇଁ ମନୋନୀତ ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ଏହା ଅସମ୍ଭବ ଯେ ତାଙ୍କ ପରି ଜଣେ ମହାନ ନେତାଙ୍କର ଟୁଇଟର ଦ୍ଵାରା ଯାଞ୍ଚ ହୋଇଥିବା ଏକାଉଣ୍ଟ ରହିବ ନାହିଁ। ଏହା କାରଣରୁ ଭାଇରାଲ ହେଉଥିବା ଏକାଉଣ୍ଟକୁ ସନ୍ଦେହଜଣକ କରିଛି। 

କିଛି ପର୍ଯ୍ୟବେକ୍ଷଣ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଓଡ଼ିଶା ମୌକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଅଭ୍ଯାସ ଅନୁଯାୟୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କୌଣସି ଟୁଇଟର ଏକାଉଣ୍ଟକୁ ଟ୍ଯାଗ୍ କରି ନାହାଁନ୍ତି। 

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଭାଇରାଲ ଟୁଇଟର ଏକାଉଣ୍ଟ ଜୁଲାଇ ୨୦୧୭ ମସିହାରେ ସୃଷ୍ଟି କରା ଯାଇଥିଲା। କିନ୍ତୁ ଏହି ଏକାଉଣ୍ଟରେ ଉପଲବ୍ଧ ସର୍ବପୁରାତନ ଟୁଇଟ ୨୩ ଜୁନ୍ ୨୦୨୨ ରୁ ଅଟେ। ଏହା ଏକ ଅସାଧାରଣ କଥା। 

ତେବେ ଭାଇରାଲ ଟୁଇଟର ଏକାଉଣ୍ଟର ସତ୍ୟତା କ’ଣ?

ଗୋଟିଏ ଏକାଉଣ୍ଟ ଖୋଲିବା ସମୟରେ ଟୁଇଟର ପ୍ରତ୍ଯେକ ଉପଭୋକ୍ତାଙ୍କୁ ଗୋଟିଏ ସ୍ଵତନ୍ତ୍ର ପରିଚାୟକ ନ୍ୟସ୍ତ କରିଥାଏ। ଏକାକୁ ଟୁଇଟର ଆଇଡ଼ି ବା ୟୁଜର ଆଇଡ଼ି କୁହା ଯାଏ। ଉପଯୋଗକର୍ତ୍ତା ନାମ ପରି ଉପଭୋକ୍ତା ମାନେ ସେମାନଙ୍କର ଟୁଇଟର ଆଇଡ଼ି ପରିବର୍ତ୍ତନ କରି ପାରନ୍ତି ନାହିଁ। ଆପଣ ଏଠାରେ ଯେକୌଣସି ଏକାଉଣ୍ଟର ଟୁଇଟର ଆଇଡ଼ି ଯାଞ୍ଚ କରି ପାରିବେ। 

DroupadiMurmu__ ନାମକ ଏକାଉଣ୍ଟର ଟୁଇଟର ଆଇଡ଼ି ହେଉଛି ୮୮୬୬୪୭୯୦୭୫୩୭୦୮୦୩୨୧

ତେଣୁ, ଏହି ଏକାଉଣ୍ଟ ନିଜର ଉପଯୋଗକର୍ତ୍ତା ନାମକୁ ଯେକୌଣସି ଥର ବଦଳାଇ ପାରେ କିନ୍ତୁ ଏହାର ଟୁଇଟର ଆଇଡ଼ି ସର୍ବଦା ୮୮୬୬୪୭୯୦୭୫୩୭୦୮୦୩୨୧ ସ୍ଥାୟୀ ରହିବା। 

ଗୁଗୁଲରେ ଏହି ଅନନ୍ୟ ଟୁଇଟର ଆଇଡ଼ି ସର୍ଚ୍ଚ କରିଲା ପରେ, ଆମେ ୨୦୧୯ ମସିହାରେ ସୃଷ୍ଟି ହୋଇଥିବା ଗିଟହବ୍ ରେ ଏକ ଟୁଇଟର ଏପିଆଇ ଡାଟାସେଟ୍ ପାଇଲୁ ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହି ଟୁଇଟର ଆଇଡ଼ି @imkjtiwari ନାମକ ଏକ ଉପଯୋଗକର୍ତ୍ତା ନାମ ସହିତ ଜଡ଼ିତ। 

ଏହାକୁ ଟୁଇଟରରେ ସର୍ଚ୍ଚ କରିଲା ପରେ ଆମକୁ ଏକ ଡ଼ିଲିଟ୍ ହୋଇଥିବା ଏକ ଟୁଇଟର ଜବାବ ମିଳିଲା। ଏହା @JasvarJitendra ଙ୍କ ନାମର ଜଣେ ଉପଭୋକ୍ତାଙ୍କ ଆଇଡ଼ି ବୋଲି ଜଣା ପଡ଼ିଛି। ସେଠାରେ ଆପଣ ଦେଖି ପାରିବେ ଯେ ଏହି ଟୁଇଟ ଏକ ଟୁଇଟର ଉତ୍ତର ଦେଇଛି ଯାହାର ଉପଯୋଗକର୍ତ୍ତା ନାମ ବର୍ତ୍ତମାନ @DroupadiMurmu__ ଅଟେ। 

ଯଦି @imkjtiwari ଏବଂ @DroupadiMurmu__ ସହିତ ଜଡ଼ିତ ଟୁଇଟର ଆଇଡ଼ି ସମାନ, ତେବେ ଏହା ପ୍ରମାଣିତ ହେବ ଯେ ଏହି ଦୁଇଟି ଟୁଇଟର ଏକାଉଣ୍ଟ ସମାନ ଅଟେ। 

ସତ୍ୟତା ଜାଣିବା ପାଇଁ ଆମେ ଟୁଇଟର ଏପିଆଇ ବ୍ୟବହାର କରିଲୁ। ନିମ୍ନରେ ଦିଆ ଯାଇଥିବା ସ୍କ୍ରିନଶଟ୍ ରେ ଆପଣ ମାନେ ଦେଖି ପାରିବେ ଯେ ଜିତେନ୍ଦ୍ର ଯଶଭାରଙ୍କ ଉପରୋକ୍ତ ଟୁଇଟ ଏକ ଏକାଉଣ୍ଟ (@imkjtiwari) ର ଉତ୍ତରରେ ପୋଷ୍ଟ କରା ଯାଇଛି ଯାହାର ଟୁଇଟର ଆଇଡ଼ି ହେଉଛି ୮୮୬୬୪୭୯୦୭୫୩୭୦୮୦୩୨୧

@DroupadiMurmu__ ର ଟୁଇଟର ଆଇଡ଼ି ମଧ୍ୟ ୮୮୬୬୪୭୯୦୭୫୩୭୦୮୦୩୨୧ ଅଟେ। ତେଣୁ ଏହା ପ୍ରମାଣିତ ହେଉଛି ଯେ ଏହି ଦୁଇଟି ଟୁଇଟର ଏକାଉଣ୍ଟ ସମାନ ଅଟେ। 

ସମାନ ଏକାଉଣ୍ଟ ୨୦୧୭ ମସିହାରେ ଉପଭୋକ୍ତା ନାମ @kajjlam ଦ୍ଵାରା ବ୍ୟବହୃତ ହେଉଥିଲା। ଏହି ଉପଯୋଗକର୍ତ୍ତା  ନାମରେ ତ୍ଵିଇତର ସର୍ଚ୍ଚରୁ ଜଣା ପଡିଛି ଯେ ଲୋକ ମାନେ ଏହି ଉପଭୋକ୍ତାଙ୍କୁ କାଜଲ ନାମରେ ଡାକୁଥିଲେ। 

ଟୁଇଟର ଏପିଆଇ ବିବରଣୀ ଅନୁଯାୟୀ @kajjlam ଏବଂ @DroupadiMurmu__ ର ଟୁଇଟର ଆଇଡ଼ି ସମାନ ଅଟେ। ତେଣୁ, ଏହି ଦୁଇଟି ଏକାଉଣ୍ଟ ମଧ୍ୟ ସମାନ ଉପଭୋକ୍ତାଙ୍କର। 

ଉପରୋକ୍ତ ସୂଚନା ଅନୁଯାୟୀ ଆମେ କହି ପାରିବା ଯେ ଏହି ଏକାଉଣ୍ଟ ଅବଧି ମଧ୍ୟରେ ଏହାର ଉପଯୋଗକର୍ତ୍ତା ନାମ ପରିବର୍ତ୍ତନ କରିଛି। ଥରେ ଦ୍ରୌପଦୀ ମୁର୍ମୁଙ୍କ ନାମ ୨୧ ଜୁନ୍ ରେ ଘୋଷିତ ହେଲା ପରେ ଏହା ତାଙ୍କୁ ଛଦ୍ମନାମ କରି ମୁର୍ମୁଙ୍କ ପରିଚୟ ଗ୍ରହଣ କରିଛି। 

ଆମେ ଜାଣିବାକୁ ପାଇଛୁ ଯେ ୨୦୧୭ ଏବଂ ୨୦୧୯ ରେ ଏହି ଏକାଉଣ୍ଟ ଦ୍ଵାରା ଟୁଇଟ ପୋଷ୍ଟ କରା ଯାଇଥିଲା। କିନ୍ତୁ ସେହି ଟୁଇଟ ଗୁଡ଼ିକ ବର୍ତ୍ତମାନ ଡ଼ିଲିଟ୍ କରି ଦିଆ ଯାଇଛି। ବର୍ତ୍ତମାନ ଏହି ଏକାଉଣ୍ଟର ସର୍ବପ୍ରଥମ ଟୁଇଟ ହେଉଛି ୨୩ ଜୁନ୍ ୨୦୨୨। 

(୧୩ ଜୁଲାଇ) ରେ ଏହି ଏକାଉଣ୍ଟ (@DroupadiMurmu__) ର ଏକ ଆର୍କାଇଭ୍ ଲିଙ୍କରେ ଗୋଟିଏ ୱେବସାଇଟ (draupadimurmu.in) ଉଲ୍ଲେଖ କରା ଯାଇଛି। 

WHOIS ଡୋମେନ୍ ଡାଟାବେସ୍ ରେ ଉପଲବ୍ଧ ବିବରଣୀ ଅନୁଯାୟୀ, ୱେବସାଇଟ draupadimurmu.in ଗତ ମାସ ୨୧ ଜୁନ୍ ରେ ସୃଷ୍ଟି କରା ଯାଇଥିଲା। ସେହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଘୋଷିତ କରିଥିଲେ। 

ଏହି ୱେବସାଇଟ ନିୟୁସେଣ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଦ୍ଵାରା ପଞ୍ଜୀକୃତ ହୋଇଥିଲା, ଯାହାକି ନୋଏଡ଼ାର ଏକ ସଫ୍ଟୱେୟାର କମ୍ପାନୀ, ଯଦିଓ ଏହା କାନପୁରରେ ପଞ୍ଜୀକୃତ ହୋଇଥିଲା। 

ନକଲି ଏକାଉଣ୍ଟ ଗୁଡ଼ିକ ବିରୁଦ୍ଧରେ ପୋଲିସ କାର୍ଯ୍ୟନୁଷ୍ଠାନ:

ଉତ୍ତରପ୍ରଦେଶର ରାମପୁର ପୋଲିସ ଆରଟିଆଇ କାର୍ଯ୍ୟକର୍ତ୍ତା ଦାନିଶ ଖାନଙ୍କ ଅଭିଯୋଗ ଉପରେ ଦ୍ରୌପଦୀ ମୁର୍ମୁଙ୍କ ନାମରେ ନକଲି ଟୁଇଟର ଏକାଉଣ୍ଟ ବିରୋଧରେ ମାମଲା ରୁଜୁ କରିଛି। 

“ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ। ଜାଲ୍ ଏକାଉଣ୍ଟ ସୃଷ୍ଟି କରିଥିବା ଅପରାଧୀଙ୍କୁ ଚିହ୍ନଟ କରିବାକୁ ସାଇବର ସେଲ୍ ମଧ୍ୟ ଯୋଗ ଦେଉଛି। ଯେଉଁମାନେ ଦାୟୀ ସେମାନଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାମପୁର ପୋଲିସ ଇନ୍ସପେକ୍ଟର ଅଶୋକ କୁମାର କହିଛନ୍ତି”

ଅନେକ ସମ୍ବାଦ ପ୍ରବନ୍ଧ ରିପୋର୍ଟ କରିଛି ଯେ ଦ୍ରୌପଦୀ ମୁର୍ମୁଙ୍କର କୌଣସି ସୋସିଆଲ ମିଡିଆ ଏକାଉଣ୍ଟ ନାହିଁ। ଇଣ୍ଡିଆ ଟୁଡେମୁର୍ମୁଙ୍କ ବ୍ୟକ୍ତିଗତ ସହାୟକ ସୂରଜ କୁମାର ମାହାତୋଙ୍କ ସହ ଯୋଗାଯୋଗ କରିଛି। ସେ ଏହା ନିଶ୍ଚିତ କରିଛନ୍ତି ଯେ “ଏହି ସମସ୍ତ ଏକାଉଣ୍ଟ ନକଲି ଅଟେ। ତାଙ୍କର କୌଣସି ସୋସିଆଲ ମିଡିଆ ଏକାଉଣ୍ଟ ନାହିଁ।”

ଶେଷକଥା

ଆମ ଅନୁଅନ୍ଧାନ ଦ୍ଵାରା ସ୍ପଷ୍ଟ ହେଇଛି ଯେ ଟୁଇଟର ଏକାଉଣ୍ଟ @DroupadiMurmu__ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ଅଫିସିଆଲ ଏକାଉଣ୍ଟ ନୁହେଁ। ଏହା ଏକ ନକଲି ଏକାଉଣ୍ଟ ଅଟେ। ଶେଠୀ ପାଇଁ ଏହା କହିବା ଉଚ୍ଚିତ ହେବ ଯେ ଭାଇରାଲ ଟୁଇଟ ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା କରା ଯାଇ ନାହିଁ। 

Avatar

Title:କ’ଣ ରାଷ୍ଟ୍ରପଟି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ପୁରୁଣା ଏବଂ ନୂତନ ଅଶୋକ ସ୍ତମ୍ବର ତୁଳନା କରି ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *