
ରାନୁଙ୍କୁ ଆଜି କିଏ ନଚିହ୍ନିଛି। ପଶ୍ଚିମ ବଙ୍ଗର ରାନାଘାଟ ସ୍ଟେଶନରେ ଗୀତ ଗାଈ ଭିକ୍ଷା ମାଙ୍ଗି ଯିବାନ କାଟୁଥିବା ରାନୁ ମଣ୍ଡଲ ରାତାରାତି ଷ୍ଟାର ହେଇଯାଇଛନ୍ତି। କିଛି ଦିନ ମଧ୍ୟରେ ସେ ବଲିଉଡର ଜଣେ ପ୍ରସିଦ୍ଧ ଗାୟିକା ହେଇ ସାରିଛନ୍ତି। କିନ୍ତୁ ଗତ କିଛି ମାସ ଧରି ରାନୁଙ୍କୁ ବିଭିନ୍ନ ବିଷୟ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରା ଯାଉଅଛି। ସେଇଟା ତାଙ୍କ ଫେନ ସହିତ ସେଲଫି କଥା ହେଉ ବା ତାଙ୍କ ମେକଅପ ଉପରେ ଚର୍ଚା ହେଉ, ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରି ଚାଲିଛନ୍ତି। ଗତ କିଛି ମାସ ପୂର୍ବରୁ ଏପରି ଗୋଟିଏ କଥା ନେଇ ରାନୁ ପୁଣି ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି। ଜାଣନ୍ତୁ ଏପରି କେଉଁ କଥା।
୨୯ ଅଗସ୍ତ ୨୦୧୯ ରେ ଯୂଟ୍ୟୁବର ଅଲିୱୂଡ ନ୍ଯୁଜ ଚ୍ୟାନେଲରେ ଏହା ଦାବି କରା ଯାଇଅଛି ଯେ ରାତାରାତି ଷ୍ଟାର ହେଇଥିବା ରାନୁଙ୍କୁ ପୁରସ୍କାର ଦେଲେ ସଲମାନ ଖାନ। ସଲମାନ ସହିତ ଅକ୍ଷ କୁମାର ମଧ୍ୟ ରାନୁଙ୍କୁ ଦେଇ ଛନ୍ତି ବଡ ଉପହାର। ସୋସିଆଲ ମିଡିଆରେ ରାନୁଙ୍କ ଗୀତ ଭାଇରାଲ ହେଲା ପରଠୁ ସେ ପାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସଫଳତା। ହିମେଶ ରେଶମୀୟାଁଙ୍କ ଫିଲ୍ମରେ ଗୀତା ଗାଇବା ପାଇଁ ହିମେଶ ରାନୁଙ୍କୁ ୭ ଲକ୍ଷ ଟଙ୍କା ଦେଇଥିଲେ। ଏହି ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ରାନୁଙ୍କ ଘର ନଥିବା କଥା ସୁନିଲା ପରେ ସଲମାନ ଖାନ ମୁମ୍ବାଇରେ ତାଙ୍କୁ ୫୫ ଲକ୍ଷ ଟଙ୍କାର ଗୋଟିଏ ଘର ଉପହାରରେ ଦେଇଛନ୍ତି। ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୧,୫୭,୭୩୦ ଜଣ ଦେଖି ସାରିଛନ୍ତି।
୨୮ ଅଗସ୍ତ ରେ ଦି ସେଣ୍ଟିନେଲ ନାମକ ଫେସବୁକ ପେଜର ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ସଲମାନ ଖାନ ଇଣ୍ଟର୍ନେଟ ସେଂଶେଷଣ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାରରେ ଦେଇଛନ୍ତି। ଏହି ପୋଷ୍ଟରେ ଅନେକ ଲୋକ ସଲମାନ ଖାନଙ୍କ ପ୍ରସଂଶା ମଧ୍ୟ କରିଛନ୍ତି।

୩ ମାସ ପୂର୍ବରୁ ଗ୍ଲେଜ ଗାଲୱେ ନାମ ଫେସବୁକ ପେଜରେ ମଧ୍ୟ ଏହି ବିଷୟରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଗୋଟିଏ ଝୋପଡି ବା ଚାଳ ଘରେ ରହୁ ଥିବା ରାନୁଙ୍କ ହଟାତ ଏପରି ମହଳ ପରି ଘରେ ରହିବା କଥା ପ୍ରକୃତର ରେ ଅଧଭୂତ କଥା। ରାନାଘାଟ ସ୍ଟେଶନରେ ଗୀତ ଗାଉ ଥିଲା ବେଳେ ଅତୟେନ୍ଦ୍ର ଚକ୍ରବର୍ତୀ ନାମ ଜଣେ ଯୁବକ ରାନୁଙ୍କ ଭିଡିଓ ନେଇଥିଲେ ଓ ଏହା ପରେ ରାନୁ ଷ୍ଟାର ହେଇଗଲେ। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ସଲମାନଙ୍କ କହିବା ପରେ ହିମେଶ ରାନୁଙ୍କୁ ଗାଇବା ପାଇଁ କହିଥିଲେ। ଏହି ଭିଡିଓରେ କରା ଯାଇଥିବା ଦାବି ଅନୁସାରେ ଯେତେବେଳେ ସଲମାନଙ୍କୁ ରାନୁଙ୍କ ଦରିଦ୍ର ଅବସ୍ତା ବିଷୟରେ ଜଣା ପଡିଲା, ସେ ରାନୁଙ୍କୁ ଗୋଟିଏ ଫ୍ଲାଟ ଦେଇ ଦେଲେ ଓ ରାନୁ ଏବେ ସେହି ଘରେ ଆରାମରେ ରହୁଛନ୍ତି। ଏହି ଭିଡିଓକୁ ଗତ ୩ ମାସରେ ୧୨ ଲକ୍ଷ ଲୋକ ଦେଖି ସାରିଛନ୍ତି ଏବଂ ୩୧,୦୦୦ ଲୋକେ ଏହାକୁ ଲାଇକ କରି ସାରିଛନ୍ତି।
https://www.facebook.com/Glazegalwa/videos/520680518745858/?t=93
ଏହି ବିଷୟରେ ସତ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମେ ପ୍ରଥମେ ଗୁଗୁଲରେ ଯାଇ “କ’ଣ ସଲମାନ ଖାନ ରାନୁଙ୍କୁ ଘର ଉପହାର ଦେଲେ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଏହି ବିଷୟ ଜଡିତ କିଛି ତଥ୍ୟ ଆମ ସାମ୍ନାକୁ ଆସିଲା।
୨୫ ସେପ୍ଟେମ୍ବର ୨୦୧୯ ରେ ନ୍ୟୁଜ ନେଶନ ଅନଲାଇନ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ରାନୁ କୋଲକାତାର ସ୍ଟେଶନରେ ଗୀତ ଗାଉ ଥିବା ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହେଇଥିଲା। ଏହା ପରେ ସେ ହିମେଶ ରେଶମିଆଁଙ୍କ ସାହାଜ୍ୟରେ ଅନେକ ଗୀତ ଗାଇଛନ୍ତି। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ସଲମାନ ଖାନ ରନୁଙ୍କୁ ଘର ଓ ଗାଡ଼ି ଦେବା କଥାକୁ ମିଥ୍ୟା କହି ଖଣ୍ଡିତ କରିଛନ୍ତି। ସଲମାନ ଏହା ମଧ୍ୟ କହିଛନ୍ତି ଯେ ସେ ଏପରି କିଛି କରି ନାହାନ୍ତି ଓ ଯେଉଁ କାମ ସେ କରି ନାହାନ୍ତି ସେ କାମର ଶ୍ରେୟ ସେ ନେବେନି।

୩୦ ଅଗସ୍ତ ୨୦୧୯ ରେ ଜୀ ନ୍ୟୁଜ ପତ୍ରିକାର ଗୋଟିଏ ଅନୁଛେଦରେ ରାନଘାଟର “ଆମ୍ରା ଶୋବାଇ ଶୋଇତାନ କ୍ଲବ” ର ଜଣେ ସଦସ୍ୟ “ଵିକି ବିଷୱାସ” ଏହା କହିଛନ୍ତି ଯେ ତାଙ୍କ କ୍ଳବର ଦୁଇଟି ସଦସ୍ୟ ରାନୁଙ୍କ ଗୀତ ଗାଇବା ଭିଡିଓ ଉଠାଇଥିଲେ ଯେଉଁଟା ସୋସିଆଲ ମିଡିଆରେ ଭାଇରାଲ ହେଇଅଛି। ସେ ସମୟ ପରଠୁ ଏହି କ୍ଲବର ଲୋକେ ରାନୁଙ୍କର ଧ୍ୟାନ ରଖୁଛନ୍ତି। ବିକି ବିଶ୍ବାସ ଏହି କଥାର ମଧ୍ୟ ପୁଷ୍ଟି କରିଛନ୍ତି ଯେ ସଲମାନ ଖାନ ରାନୁଙ୍କୁ କୌଣସି ଘର ଉପହାରରେ ଦେଇ ନାହାନ୍ତି। ଏହି ସବୁ କଥାର ମିଥ୍ୟା।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା ପାଇଁ ପାଇଲୁ ଯେ ରାନୁ ମଣ୍ଡଳଙ୍କୁ ଘର ଉପହାରରେ ଦେବା ଗୋଟିଏ ମିଥ୍ୟା ଖବର ଓ ନିଜେ ସଲମାନ ଖାନ ଏହି ଖବରଟି କୁ ଖଣ୍ଡିତ କରିଛନ୍ତି। ରାନୁଙ୍କୁ ଉପହାରରେ ଘର ଓ କାର ମିଳିଥିବା କଥା ସମୁର୍ଣ ଭାବେ ମିଥ୍ୟା।

Title:କ’ଣ ସଲମାନ ଖାନ ଦେଇଛନ୍ତି ରାତାରାତି ହେଇଯାଇଥିବା ଷ୍ଟାର ରାନୁ ମଣ୍ଡଲଙ୍କୁ ୫୫ ଲକ୍ଷ ଟଙ୍କାର ଘର? ଜାଣନ୍ତୁ ସତ।
Fact Check By: Siddharth SahuResult: False