ଆମେ ଜାଣିଛୁ ଯେ ଅଣ୍ଡା ଶରୀର ପାଇଁ ଏକ ଆବଶ୍ୟକ ପୋଷଣ ବୋଲି ଗ୍ରହଣ କରା ଯାଏ। ଏହା ବଜାରରେ କମ୍ ମୂଲ୍ୟରେ ଏବଂ ସୁବିଧାରେ ଉପଲବ୍ଧ ହେଇଥିବାରୁ ଲୋକମାନେ ଅଣ୍ଡାକୁ ନିଜ ଭୋଜନର ଏକ ଆବଶ୍ୟକ ଅଂଶ ପରି ବ୍ୟବହାର କରନ୍ତି। କିନ୍ତୁ ଯଦି ଏହି ଅଣ୍ଡା କ୍ଷତିକାରକ ହୋଇଯାଏ ତେବେ ଏହା ବିପଦ ମଧ୍ୟ ଆଣି ପାରେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପ୍ଲାଷ୍ଟିକ୍ ଅଣ୍ଡା ଉତ୍ପାଦନ କରୁଥିବା ଜଣା ପଡୁଛି। ଏହା ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଚିନ୍ତା ବ୍ଯତୀତ କରି ଜନସାଧାରଣକୁ ଅଣ୍ଡା ସେବନ ନକରିବା ପାଇଁ ଅନୁରୋଧ କରୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ପ୍ଲାଷ୍ଟିକ୍ ଖେଳନା ଅଣ୍ଡା ଉତ୍ପାଦନ କରା ଯାଉଛି ଯାହା ଭୋଜନ ପାଇଁ ନୁହେଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ଦେଖନ୍ତୁ ଆର୍ଟିଫିସିଆଲ କୁକୁଡ଼ା ଅଣ୍ଡା ର ପ୍ରସ୍ତୁତ । କେବେ ଏ ଅଣ୍ଡା ଖାଆନ୍ତୁ ନାହିଁ

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓର ଏକ ଛୋଟ କ୍ଲିପ୍ ୟୁଟ୍ୟୁବ ରେ ୬ ବର୍ଷ ପୂର୍ବରୁ ପୋଷ୍ଟ ହେଇଥିବା ମିଳିଲା।

ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ଯେଉଁଠାରେ ଅଣ୍ଡା ଉତ୍ପାଦନ କରା ଯାଉଛି ସେଠାରେ କିଛି ଷ୍ଟିକର ରଖା ଯାଇଛି। ଏହା ଦେଖି ଆମକୁ ସନ୍ଦେହ ହେଲା ଯେ କ’ଣ ଏହି ସ୍ଥାନରେ ଭୋଜନରେ ବ୍ୟବହାର କରା ଯାଉଥିବା ଅଣ୍ଡାର ଉତ୍ପାଦନ ହେଉଛି?

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଷ୍ଟିକରର କେଉଁଠାରେ ବ୍ୟବହୃତ ହୁଏ। ଷ୍ଟିକରର ୟାନ୍ଡେକ୍ସ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ଗୋଟିଏ ୱେବସାଇଟରେ ଅଣ୍ଡାରେ ଏହି ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଲା। ୱେବସାଇଟରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହା ଏକ ଖେଳନା ଅଣ୍ଡା ଅଟେ ଯାହା ଶିଶୁ ମାନଙ୍କ ପାଇଁ ଉତ୍ପାଦନ କରା ଯାଏ। ଏହା ଏକ ସ୍ପଞ୍ଜ ପରି ଜିନିଷ ଯାହାକୁ ହାତରେ ଚିପିଲେ ଲୋକଙ୍କୁ ଚାପ ମୁକ୍ତ କରିଥାଏ।

ଚାଇନାର ଏକ ୱେବସାଇଟରେ ମଧ୍ୟ ଏହି ଖେଳନା ପ୍ଲାଷ୍ଟିକ୍ ଅଣ୍ଡା ଅନ୍ଲାଇନ ବିକ୍ରୟ ହେଉଥିବା ଦର୍ଶାଇଛି। ଏହି ୱେବସାଇଟରେ ମଧ୍ୟ କୁହା ଯାଇଛି ଯେ ଏହା ଏକ ଖେଳନା ପ୍ଲାଷ୍ଟିକ୍ ଅଣ୍ଡା ଅଟେ।

ତେବେ କ’ଣ ଆମ ଦେଶରେ ଭୋଜନ ପାଇଁ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରୟ ହେଉଛି?

ଏହା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣର (FSSAI) ଏକ ରିପୋର୍ଟ ମିଳିଲା। ୨୦୧୮ ମସିହାର ଏହି ରିପୋର୍ଟ ରେ FSSAI ସ୍ପଷ୍ଟ କରିଛି ଯେ ପ୍ଲାଷ୍ଟିକ୍ ଅଣ୍ଡା ଉତ୍ପାଦନ ହେଉଥିବା ଦାବି ମିଥ୍ୟା ଅଟେ। ଏହା ସହିତ FSSAI କହିଛି ଯେ ଶସ୍ତାରେ ଜିନିଷ ଉତ୍ପାଦନ କରି ଅଧିକ ଦରରେ ବିକ୍ରୟ କରିବା ପାଇଁ ନକଲି ସାମଗ୍ରୀର ଉତ୍ପାଦନ କରା ଯାଇଥାଏ। କିନ୍ତୁ ପ୍ଲାଷ୍ଟିକ୍ ବ୍ୟବହାର କରି ଅଣ୍ଡା ଉତ୍ପାଦନ କରିବା ଅସଲି କୁକୁଡ଼ା ଅଣ୍ଡାରୁ ଅଧିକ ଦର ହେବ।

FSSAI ଏହା ମଧ୍ୟ କହିଛି ଯେ ଅଣ୍ଡାରେ ଜଳ ନଷ୍ଟ ହେବାର ପରିଣାମ ସ୍ୱରୂପ, ଅଣ୍ଡାର ଧଳା ଏବଂ ହଳଦିଆ ଅଂଶଗୁଡ଼ିକର ଆକାର ହ୍ରାସ ପାଇଥାଏ ଏବଂ ଦୁଇଟି ପରସ୍ପର ସହିତ ମିସିଥାନ୍ତି। ଯେତେବେଳେ ଏହିପରି ଅଣ୍ଡା ଭଙ୍ଗାଯାଏ, ଏହା ସାଧାରଣ ଅଣ୍ଡା ପରି ହଳଦିଆ କିମ୍ବା ଧଳା ଅଂଶ ଅଲଗା ଦେଇ ନଥାଏ, ଯାହା ପ୍ଲାଷ୍ଟିକ୍ କିମ୍ବା ନକଲି ଅଣ୍ଡାର ଛାପ ଦେଇଥାଏ। ଆର୍ଦ୍ରତା ହ୍ରାସ ହେତୁ ଏହା ଶୁଷ୍କ ହୋଇଯାଏ ଏବଂ କାଗଜ ପରି ଦେଖାଯାଏ ଯାହା ପ୍ଲାଷ୍ଟିକ୍ ବୋଲି ଭାବନା ସୃଷ୍ଟି କରେ।

୨୦୧୮ ମସିହାରେ FSSAI ଅଧ୍ୟକ୍ଷ ପୱନ ଅଗ୍ରୱାଲ୍ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଥିଲେ, “ଏହିପରି ଖବର ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଦେଶରେ ଖାଦ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ସେମାନଙ୍କର ଆତ୍ମବିଶ୍ୱାସକୁ ହ୍ରାସ କରେ।” ସେ ଏହା ମଧ୍ୟ କହିଛନ୍ତି ଯେ ଏପରି ଅନ୍ୟାନ୍ୟ ପୋଷ୍ଟ ମଧ୍ୟ ଭାଇରାଲ ହେଇଥିଲା ଯେପରି କି ପ୍ଲାଷ୍ଟିକ୍ ଚାଉଳ ଏବଂ ମେଲାମାଇନ ମିଶ୍ରଣ ହେଇଥିବା ଦୁଗ୍ଧ।

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଭିଡିଓ ଚୀନର ଏକ ଅଣ୍ଡା ଆକାରର ଖେଳନାର ଉତ୍ପାଦନକୁ ଦର୍ଶାଉଛି ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ବଜାରରେ ନକଲି ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରୟ ହେଉଥିବା ଦାବି ଶୀତ ଭାଇରାଲ କରୁଛନ୍ତି।

Avatar

Title:କ’ଣ ଏହି ଭିଡିଓରେ ପ୍ଲାଷ୍ଟିକ୍ ନକଲି ଅଣ୍ଡା ଉତ୍ପାଦନ କରା ଯାଉଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu

Result: False