
ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଶେୟାର କରା ଯାଇଅଛି ଯେଉଁଥିରେ କୁହା ଯାଇଅଛି ଯେ ବୀର ସାବରକର ଦୁନିଆର ଏକମାତ୍ର ସ୍ଵତନ୍ତ୍ରତା ସେନାନୀ ଯାହାକୁ ୨-୨ ଆଜୀବନ କାରାବାସ ଦଣ୍ଡ ମିଳିଥିଲା ଏବଂ ସେ ତାଙ୍କର ଦଣ୍ଡ ସମ୍ପୂର୍ଣ ଭାବରେ ଭୋଗ କରିଥିଲେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସରକାରୀ ୱେବସାଇଟ ପିଆଇବି ରେ ଏହି ବିଷୟରେ ଉଲ୍ଲେଖ ହେଇଥିବା ମିଳିଲା। ଏହି ଅନୁଛେଦରେ ସୂଚନା ଦିଆ ଯାଇଅଛି ଯେ ‘ମୋର୍ଲି ମିଣ୍ଟୋ ବିରୁଦ୍ଧରେ ବିଦ୍ରୋହ କରିବା କାରଣ ଯୋଗୁ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କୁ (ଭାରତୀୟ ପରିଷଦ ଅଧିନିୟମ ୧୯୦୯) ଅନ୍ତର୍ଗତ ୧୯୧୧ ମସିହାରେ ୫୦ ବର୍ଷ କଳା ପାଣିର ସେଲୁଲାର ଜେଲରେ କାରାଦଣ୍ଡରେ ଦଣ୍ଡିତ କରା ଯାଇଥିଲା। ତାଙ୍କୁ ୧୯୨୪ ମସିହାରେ ମୁକ୍ତ କରା ଯାଇଥିଲା।
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଯଦିଓ ସାବରକରଙ୍କୁ ୨ଟା ଆଜୀବନ କାରାବାସ (୫୦ ବର୍ଷ) ଦଣ୍ଡ ହୋଇଥିଲା କିନ୍ତୁ ତାଙ୍କୁ ୧୯୨୪ ମସିହାରେ ମୁକ୍ତ କରି ଦିଆ ଯାଇଥିଲା।

୨୦ ଅକ୍ଟୋବର ୨୦୧୯ ମସିହାରେ ଡେକାନ୍ ହେରାଲ୍ଡ ପତ୍ରିକାରେ କୁହା ଯାଇଅଛି ଯେ ୧୯୧୧ ମସିହାରେ ମୋର୍ଲି ମିଣ୍ଟୋ ବିରୁଦ୍ଧରେ ବିଦ୍ରୋହ କରିଥିବାରୁଆଣ୍ଡାମାନର ସେଲୁଲାର ଜେଲରେ ସାବରକରଙ୍କୁ ୫୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରା ଯାଇଥିଲା। ରାଜନୀତିରେ ଅଂଶଗ୍ରହଣ ନକରିବାର ଅନେକ ଦୟା ନିବେଦନ ପରେ ତାଙ୍କୁ ୧୯୨୪ ମସିହାରେ ମୁକ୍ତ କରା ଯାଇଥିଲା।

ଆମକୁ ସାବରକର ନାମକ ଗୋଟିଏ ୱେବସାଇଟ ମିଳିଲା। ଏହି ୱେବସାଇଟରେ ଦର୍ଶାଅ ଯାଇଅଛି ଯେ ସାବରକରଙ୍କୁ ୨୪ ଡିସେମ୍ବର ୧୯୧୦ ରେ ଆଜୀବନ କାରାଦଣ୍ଡ, ୩୧ ଜାନୁଆରୀ ୧୯୧୧ ରେ ଦୁଇତୀୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରା ଯାଇଥିଲା। ଏଥିରେ ଉଲ୍ଲେଖ କରା ଯାଇଅଛି ଯେ ସାବରକରଙ୍କୁ ୨୧ ମେ ୧୯୨୧ ରୁ ୧୯୨୩ ମସିହା ପର୍ଯ୍ୟନ୍ତ ରତ୍ନାଗିରି ଜେଲରେ ରକ୍ଷା ଯାଇଥିଲା। ୬ ଜାନୁଆରୀ ୧୯୨୪ ମସିହାରେ ତାଙ୍କୁ ୟେରବାଡା କାରାଗାରରୁ ମୁକ୍ତ କରା ଯାଇଥିଲା ଏବଂ ସେ ରାଜନୀତିରେ ଭାଗ ନଦେବା ସର୍ତ୍ତରେ ରତ୍ନାଗିରିରେ ଅନ୍ତର୍ଭୁକ୍ତ ହୋଇଥିଲେ।

ଶେଷକଥା:
ତଥ୍ୟ ଯାଞ୍ଚ କରିଲା ପରେ ଏହା ପ୍ରମାଣିତ ହେଲା ଯେ ଯଦିଓ ସାବରକରଙ୍କୁ ୨ ଆଜୀବନ କାରାବାସ (୫୦ ବର୍ଷ) ଦଣ୍ଡ ହୋଇଥିଲା କିନ୍ତୁ ତାଙ୍କୁ ୧୯୨୪ ମସିହାରେ ମୁକ୍ତ କରି ଦିଆ ଯାଇଥିଲା। ସେ କେବଳ ୧୩ ବର୍ଷ ଜେଲରେ ରହି ଥିଲେ।

Title:କ’ଣ ସାବରକର ୨ଟା ଆଜୀବନ କାରାବାସ ପୁରା ଭୋଗ କରିଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False