କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡିକ କୁଏତର ସବୁଠାରୁ ଧନୀ ଲୋକ ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

False Social

ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ସହିତ ଅନେକ ସୁନା, ମୁଦ୍ରା, ନୋଟ୍, ସୁନା ଗାଡି, ସୁନା ଜାହାଜ ଇତିଯାଡିର ଫୋଟୋ ଦେଖିବାକୁ ମିଳିଛି। 

ଦାବି କରା ଯାଉଛି ଯେ ଏହି ସୁନା ଏବଂ ଅନ୍ୟାନ୍ୟ ଫୋଟୋ କୁଏତର ଜଣେ ଧନୀ ବ୍ୟକ୍ତି ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ। 

ଫ୍ୟାକ୍ଟ କ୍ରିସେଣ୍ଡୋର ପାଠକମାନେ ଆମର ୱ୍ହାଟ୍ସ ଆପ୍ ଫ୍ୟାକ୍ଟଲାଇନ୍ ନମ୍ବର (9049053770) କୁ ଏହି ଫୋଟୋ ଗୁଡିକ ପଠାଇ ଫ୍ୟାକ୍ଟ ଯାଞ୍ଚ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ “କୁଏତର ସବୁଠାରୁ ଧନୀ ବ୍ୟକ୍ତି ନାସି ଅଲ ଚାର୍କି ଙ୍କର ଦେହାନ୍ତ ହୋଇଛି। ତାଙ୍କର ପାଖରେ ଥିବା ଧନ ଏବଂ ସମ୍ପତ୍ତି ଦେଖନ୍ତୁ .. ଏ ସମସ୍ତ ଜିନିଷ ସୁନା, ହୀରା, ରତ୍ନ ରେ ତିଆରି ଏ ସବୁରୁ ସେ ସାଙ୍ଗରେ କିଛି ନେଇ ପାରିବେ ନାହିଁ। ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ସ୍ମାରକ …. ତୁମେ ଖାଲି ହାତରେ ଆସିଛ ଏବଂ ଖାଲି ହାତେ ତୁମେ ଚାଲିଯିବ।”

Facebook 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପ୍ରତ୍ଯେକ ଫୋଟୋ ଯାଞ୍ଚ କରି ତାହା ବିଷୟରେ ସତ୍ୟତା ସାମନାକୁ ଆଣିଛୁ। 

ଫୋଟୋ ୧: 

ପୋଷ୍ଟର ପ୍ରଥମ ଫୋଟୋରେ ଜଣେ ମୃତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ତେବେ କ’ଣ ଏହି ଫୋଟୋ ନାସୀର-ଅଲ୍-ଖରିଫିଙ୍କ ମୃତ ଶରୀର ଅଟେ? 

ଏହା ଜାଣିବା ପାଇଁ ଆମେ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୪ ଏପ୍ରିଲ୍ ୨୦୧୮ ରେ ମେଟ୍ରୋ ପତ୍ରିକା ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ନାମ ହେଉଛି ଶେରନ୍ ସୁଖେଦୋ ଅଟେ। ୨୦୧୮ ମସିହାରେ ତ୍ରିନିଦାଦ ଏବଂ ଟୋବାଗୋରେ ତାଙ୍କ ପତ୍ନୀଙ୍କ ପିତାମାତାଙ୍କ ଘର ବାହାରେ ଗୁଳି ଗୁଳି ଚାଳନାରେ ତାଙ୍କ ମୃତ୍ୟୁ ହୋଇଥିଲା। 

ଫୋର୍ବସର ଏକ ରିପୋର୍ଟରେ ଆମକୁ ନାସୀର-ଅଲ୍-ଖରିଫିଙ୍କର ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଫୋର୍ବସ ରିପୋର୍ଟରେ ଥିବା ଫୋଟୋ ଏବଂ ଭାଇରାଲ ଫୋଟୋ ସଂପୂର୍ଣ୍ଣ ଭାବରେ ଭିନ୍ନ ଅଟେ।

ଫୋଟୋ ୨: 

ଭାଇରାଲ ହେଉଥିବା ଏହି ଫୋଟୋର ନାସୀର-ଅଲ୍-ଖରିଫି କିମ୍ବା କୁଏତ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ଇଂଲାଣ୍ଡର ଏକ ବ୍ଯାଙ୍କର ଫୋଟୋ ଅଟେ। ଏହି ଫୋଟୋ ଦି ଗାର୍ଡିଆନ ୱେବସାଇଟରେ ୯ ବର୍ଷ ପୂର୍ବରୁ ପ୍ରକାଶିତ ହୋଇଥିଲା। 

ଫୋଟୋ ୩: 

ଏହି ସୁନା ରଙ୍ଗ ବିମାନର ନାମ ହେଉଛି ଡାସଲ୍ଟ ଫାଲ୍କନ୍ ୯୦୦ବି। ଏହା ଆଜେରବାଇଜାନ ଦେଶର ବ୍ୟବସାୟୀ ଟେଲମାନ ଇଜାମାଇଲୋଭଙ୍କର ଅଟେ। 

Website

ଫୋଟୋ ୪:

ଏହା ଖାଲିଲା ନାମକ ଏକ ବିଳାସପୂର୍ଣ୍ଣ ଜାହାଜ। ଏହା ଭଡ଼ାରେ ମଧ୍ୟ ଉପଲବ୍ଧ ଅଟେ। 

Yacht Charter Fleet

ଫୋଟୋ ୫: 

ଏହା ସୁନା କୋଟ୍ ଦିଆ ଯାଇ ପ୍ରସ୍ତୁତ କରା ଯାଇଥିବା ଏକ ରୋଲ୍ସ ରୋଏସ କାର ଅଟେ। ଷ୍ଟିଭ୍ ଗୋଲ୍ଡଫିଲ୍ଡ ନାମକ ଜଣେ ଅଭିନେତା ଏବଂ ନିର୍ମାତାଙ୍କ ଗାଡି ଅଟେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର କୁଏତର ସବୁଠାରୁ ଧନୀ ବ୍ୟକ୍ତି ନାସୀର-ଅଲ୍-ଖରିଫିଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଅନ୍ୟାନ୍ୟ ସ୍ଥାନରୁ ବିଭିନ୍ନ ଫୋଟୋକୁ ଏକତ୍ର କରି ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଭାଇରାଲ ହେଉଥିବା ଫୋଟୋ ଗୁଡିକ କୁଏତର ସବୁଠାରୁ ଧନୀ ଲୋକ ନାସୀର-ଅଲ୍-ଖରିଫିଙ୍କ ସମ୍ପତ୍ତି ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *