କ’ଣ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କରା ଯାଇଥିବା ଅପିଲକୁ ସୁପ୍ରୀମ କୋର୍ଟ ଖାରଜ କରିଛି? ଜାଣନ୍ତୁ ସତ।

False Political

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ସାରା ବିଦ୍ରୋହ ଚାଲିଛି। ସେହି ସମୟରେ ଅନେକ ଲୋକ ଏହି ଆଇନକୁ ସ୍ଵୀକାର ମଧ୍ୟ କରିଛନ୍ତି। ଏହି ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଭାଇରାଲ ହେଇଅଛି। କିଛି ଦିନ ପୂର୍ବରୁ ଏହି ଆଇନ କୁ ନେଇ ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେଇଛି। 

୧୮ ଡିସେମ୍ବରରେ ଫେସବୁକର ବିଜେପି ନାମୋ ଓଡିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା ସଂଶୋଧନ ବିଲକୁ ରଦ୍ଦ କଆରିବା ପାଇଁ ହୋଇଥିବା ଅପିଲକୁ ସୁପ୍ରିମ କୋର୍ଟ ଖାରଜ କରିଲା। ଏହି ପୋଷ୍ଟରେ ଅନେକ ଲୋକ “ଭଲ ନିର୍ଣୟ ଓ ସତ୍ୟର ଜୟ” ବୋଲି ଲେଖି କମେଣ୍ଟ କରିଛନ୍ତି। 

source.jpg

Facebook | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ “ସୁପ୍ରିମ କୋର୍ଟ ହିଅରିଙ୍ଗ ଅନ ସିଅବି” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଏହି ବିଷୟ ଅହିତ ଜଡିତ କିଛି ନ୍ଯୁଜ ଚ୍ୟାନେଲ ସାଇଟରେ ଛାପି ଥିବା ଅନୁଛେଦ ମିଳିଲା। 

୧୯ ଡିସେମ୍ବରରେ ଡି ଟେଲିଗ୍ରାଫ ପତ୍ରିକାରେ ଛପି ଥିବା ଅନୁଛେଦରେ ସୁପ୍ରିମ କୋର୍ଟ ସିଏବି ଉପରେ ରୋକ ଲଗାଇ ନାହିଁ, କିନ୍ତୁ ସେ କେନ୍ଦ୍ର ସରକାରକୁ ସିଏବି ବିରୂଦ୍ଧରେ କରା ଯାଇଥିବା ଅପିଲକୁ ନେଇ ଜବାବ ମାଗିଅଛି। ଏହି ନୂଆ ଆଇନ ଅନୁସାରେ ୩୧ ଡିସେମ୍ବର ପର ଠାରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ରହୁ ଥିବା ଅଳ୍ପସଂଖ୍ୟା ଧର୍ମ ଲୋକେ- ହିନ୍ଦୁ, ପାର୍ସି, ଶିଖ, ବୌଦ୍ଧ, ଜୈନ ଓ କୃଷ୍ଟିୟାନ ଲୋକ ଯେଉଁ ମାନଙ୍କ ଉପରେ ଶୋଷଣ ହେଉଛି, ତାଙ୍କୁ ଭାରତର ନାଗରିକତା ଦିଆ ଜୀବ। ସୁପ୍ରିମ କୋର୍ଟରେ କରା ଯାଇ ଥିବା ଅପିଲରେ ଏହି ଆଇନକୁ ମୁସଲିମ ସମ୍ପ୍ରଦାୟ ଲୋକଙ୍କ ପ୍ରତି ଅନ୍ୟାୟ ବୋଲିଇ କୁହ ଯାଇଅଛି। କେନ୍ଦ୍ର ସରକାର ପକ୍ଷରୁ ଲଢୁଥିବା ଓକିଲ କେ.କେ.ଭେଣୁଗୋପାଲ ଷ୍ଟେ ଅର୍ଡର ବିରୁଦ୍ଧରେ କହିଛନ୍ତି ଯେ ଏହି ଆଇନକୁ ଲାଗୁ କରିବାର କୌଣସି ତାରିଖ ଦିଆ ଯାଇ ନାହି ଓ କୌଣସି ଠୋସ ନିୟମ ମଧ୍ୟ ବଣା ଯାଇ ନାହିଁ। 

ଏହି ବିଷୟ ନେଇ କଙ୍ଗ୍ରେସ୍ସ ଏହା କହି ଅଛି ଯେ ତାକୁ ଏହି ବିଷୟ ନେଇ କେନ୍ଦ୍ର ସରକାର ଠାରୁ ସ୍ପଷ୍ଟ କାରଣ ଦରକାର କି କାହିଁକି ସରକାର କେବଳ ୩ ଦେଶର ପୀଡିତ ଲୋକଙ୍କୁ ନାଗରିକତା ଦେବା ଆଉ କାହିଁକି ଶ୍ରୀ ଲଙ୍କା, ମ୍ୟାନମାର, ଚୀନ ଓ ନେପାଲ ପରି ଦେଶକୁ ଏହି ନୂଆ ଆଇନରେ ମିସାୟି ନାହିଁ। ଏହାପରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର କୁ ରିପୋର୍ଟ ମାଗି ଅଛି ଓ ଏହି ସିଏବି ନେୟୀ ଯେତେ ମଧ୍ୟ ଏପିଲ ଦାଖିଲା ହେଇଛି, ଏହା ୨୨ ଜାନୁଆରୀରେ କୋର୍ଟ ନିଜ ନିର୍ଣୟ ଦେବା। 

telegraph.jpg

The Telegraph | Archive 

୧୮ ଡିସେମ୍ବରରେ ୟୁଗବ୍ଧା ନାମକ ଓଡ଼ିଆ ପାତ୍ରୀକା ରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ନାଗରିକତା ସଂଶୋଧନ ଆଇନ ଉପରେ ରହିତାଦେଶ ଲାଗୁ କରିବାକୁ ସୁପ୍ରିମ କୋର୍ଟ ବୁଧବାର ଦିନ ମନା କରି ଦେଇଛନ୍ତି। ଏହି ବିବାଦୀୟ ଆଇନକୁ ନେଇ ସୁପ୍ରିମ କୋର୍ଟରେ ୫୯ ପିଟିସନର ଆଜି ଶୁଣାନି। ଏହା ସମ୍ଭିଧାନକୁ ଉଲ୍ଲଂଘନ କରୁଛି ବୋଲି ହୋଇଥିବା ଅଭିଯୋଗର ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ନୋଟିସ ଜାରି କରିଛନ୍ତି। ଜାନୁଆରୀ ଦୁଇତ୍ୟା ସପ୍ତାହ ସୁଧା ଏହାର ଜବାବ ଦଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ କହିଥିବା ବେଳେ ମାମଲାର ପରବର୍ତୀ ଶୁଣାଣୀ ପାଇଁ ଜାନୁଆରୀ ୨୨ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। 

yugabdha.png

Yugabdha | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ସିଏବି ବିରୁଦ୍ଧରେ ଦଖଲ କରା ଯାଇଥିବା ସବୁ ପିଟିସନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛି ଗୋଟିଏ ମିଥ୍ୟା କଥା। ସତ୍ୟ ଖବର ଏହା ଯେ ସୁପ୍ରିମ କୋର୍ଟ ମାମଲାର ପରବର୍ତୀ ଶୁଣାଣୀ ପାଇଁ ଜାନୁଆରୀ ୨୨ ତାରିଖ ଦେଇଛି। ଏବେ ପର୍ଯ୍ୟନ୍ତ କୌଣସି ମଧ୍ୟ ପିଟିସନ ଖାରଜ କରା ଯାଇ ନାହିଁ।    

Avatar

Title:କ’ଣ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କରା ଯାଇଥିବା ଅପିଲକୁ ସୁପ୍ରୀମ କୋର୍ଟ ଖାରଜ କରିଛି? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *