
ନିକଟରେ ଭାରତ ନିଜ ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛି। ଏହି ଅବସରରେ ଦେଶ ସାରା ଅନେକ ସ୍ଥାନରେ ହୋଇଥିବା ପତକା ଉତ୍ତୋଳନର ଭିଡିଓ ଦେଖିବାକୁ ମିଳିଛି। କିନ୍ତୁ, କିଛି ଲୋକେ ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯାହା ଏକ ରାଜନୈତିକ ରଙ୍ଗ ଦେଇଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକେ ଟିଏମସି ପାର୍ଟି ପତକା ଉତ୍ତୋଳନ କରୁଛନ୍ତି ଏବଂ ରାଷ୍ଟ୍ର ଗୀତ ଗାଉଛନ୍ତି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ମମତା ବାନେର୍ଜିର ଟିଏମସି ପାର୍ଟି କାର୍ଯ୍ୟକର୍ତ୍ତା ମାନେ ଗଣତନ୍ତ୍ର ଦିବସ ଦିନ ନିଜ ପାର୍ଟି ପତକା ଉତ୍ତୋଳନ କରିହାନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଏହି ଭିଡିଓ ସୋସିଆଲ ମିଡିଆରେ ସେତେବେଳେ ଭାଇରାଲ ହେବାକୁ ଲାଗିଲା ଯେତେବେଳେ ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିଜ ଟୁଇଟର ହେଣ୍ଡେଲରେ ଭିଡିଓ ପୋଷ୍ଟ କରି କହିଥିଲେ, “ଏହା ଲଜ୍ଜାଜନକ ଯେ ଟିଏମସି ସଦସ୍ୟ ମାନେ ଜାତୀୟ ସଙ୍ଗୀତକୁ ଅପମାନିତ କରୁଛନ୍ତିଯେତେବେଳେ ପୁରୁଲିଆର ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ବାଉରୀ ଉପସ୍ଥିତ ଥିଲେ। ଗଣତନ୍ତ୍ର ଦିବସ ପାଳନ କରିବା ପାଇଁ ଜାତୀୟ ପତକା ବଦଳରେ ଟିଏମସି ପତକା ଉତ୍ତୋଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ”
ଆମ ଅନୁସନ୍ଧାନ:
ପୋଷ୍ଟରେ କରା ଯାଇଥିବା ଦାବିର ଯାଞ୍ଚ କରିବା ପାଇଁ ଆମେ ଫେସବୁକରେ ସମ୍ପୃକ୍ତ ମୁଖ୍ୟଶବ୍ଦ ବ୍ୟବହାର କରି ଆମ ଅନୁସନ୍ଧାନ ଆରମ୍ଭ କରିଲୁ। ଫଳସ୍ଵରୂପ ‘ରଘୁନାଥପୁରର ଗର୍ବ ମମତା’ ନାମକ ଏକ ଫେସବୁକ ଏକାଉଣ୍ଟରେ ୨୬ ଜାନୁଆରୀରେ ସମାନ ଘଟଣା ସମ୍ବନ୍ଧିତ କିଛି ଫୋଟୋ ପୋଷ୍ଟ ହେଇଥିବା ପାଇଲୁ। ପୋଷ୍ଟର କ୍ୟାପସନ୍ ରେ କୁହା ଯାଇଛି ଯେ “ଆଜି କିଛି ଦଲାଲ ମାନେ ପୋଷ୍ଟର ସତ୍ୟତାକୁ ବିକୃତ କରିଛନ୍ତି ଏବଂ ଅସଲି ଫୋଟୋକୁ କ୍ରପ୍ କରି ବିଭ୍ରାନ୍ତ ସୃଷ୍ଟି କରିଛନ୍ତି।”
ଫ୍ୟାକ୍ଟ କ୍ରିଷେଣ୍ଡୋ ବଙ୍ଗଳା ଦଳ ଟିଏମସି ନେତା ପୂର୍ଣଚନ୍ଦ୍ର ବାଉରୀଙ୍କ ସହିତ ଅଗାଯୋଗ କରିଲା। ପୂର୍ଣଚନ୍ଦ୍ର ବାଉରୀ ଭାଇରାଲ ଦାବିକୁ ଖଣ୍ଡନ କରି କହିଲେ, “ମୁଁ ଏହି ବିଷୟରେ ଅବଗତ ଅଛି। ୨୬ ଜାନୁଆରୀରେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ମୁଁ ଏହି ଭାଇରାଲ ଭିଡିଓକୁ ମିଥ୍ୟା ବୋଲି କହିଛି। ଗଣତନ୍ତ୍ର ଦିବସ ପାଳନ କରିବା ପାଇଁ ଆମେ ପ୍ରଥମେ ଜାତୀୟ ପତକା ଉତ୍ତୋଳନ କରିଥିଲୁ ଏବଂ ପରେ ପାର୍ଟି ପତକା ଉତ୍ତୋଳନ କରିଥିଲୁ।”
ସର୍ଚ୍ଚ କରିଲା ପରେ ୨୬ ଜାନୁଆରୀରେ ବିଧାୟକ ପୂର୍ଣଚନ୍ଦ୍ର ବାଉରୀଙ୍କ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ଭିଡିଓ ଆମେ ପାଇଲୁ। ଏହି ପୋଷ୍ଟର କ୍ୟାପସନ୍ ରେ ଲେଖା ହେଇଛି, “ଗତ କାଲୀ ଗଣତନ୍ତ୍ର ଦିବସ ଅବସରରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏକ ଭିଡିଓ ମାଧ୍ୟମରେ ଟିଏମସିକୁ ଅପମାନିତ କରିବା ପାଇଁ ଚେଷ୍ଟା କରିଛନ୍ତି। ଏହା ଆମର ଟିଏମସି ସଂସ୍କୃତି ନୁହେଁ। ଆମେ ସମସ୍ତେ ଭାରତର ସମ୍ବିଧାନକୁ ପାଳନ କରୁ। ଲୋକଙ୍କୁ ଭ୍ରମିତ କରିବା ପାଇଁ ଏହି ପ୍ରକାର ସଂସ୍କୃତି କେବଳ ବିଜେପି ଦ୍ଵାରା ବ୍ୟବହୃତ ହୁଏ।”
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ ପ୍ରମାଣିତ ହେଇଛି ଯେ ଉପରୋକ୍ତ ଦାବି ମିଥ୍ୟା ଏବଂ ଭିତ୍ତିହୀନ ଅଟେ। ଜାତୀୟ ପତକା ବଦଳରେ ପାର୍ଟି ପତକା ଉତ୍ତୋଳନ କରି ଗଣତନ୍ତ୍ର ଦିବସ ପାଳନ ଖବର ଭ୍ରମାତ୍ମକ ଅଟେ। ଟିଏମସି ବିଧାୟକ ପ୍ରଥମେ ଜାତୀୟ ପତକା ଏବଂ ପରେ ପାର୍ଟି ପତକା ଉତ୍ତୋଳନ କରିଥିଲେ।

Title:କ’ଣ ଗଣତନ୍ତ୍ର ଦିବସରେ ଜାତୀୟ ପତକା ବଦଳରେ ଟିଏମସି ପାର୍ଟି କାର୍ଯ୍ୟକର୍ତ୍ତା ମାନେ ନିଜ ପାର୍ଟି ପତକା ଉତ୍ତୋଳନ କରିଛନ୍ତି?ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False
