
ତାଲିବାନ ଆଫଗାନିସ୍ତାନ ଉପରେ ନିଜ ଅଧିକାର ଜମାଇବା ପରେ ସେଠିକାର ସ୍ଥାନୀୟ ଲୋକେ ଭୟବିତ ହୋଇ ଦେଶ ଛାଡି ପଳାଇବାର ଚେଷ୍ଟା କରୁଛନ୍ତି। ନିକଟରେ ଏପରି ଏକ ଘଟନା ଦେଖିବାକୁ ମିଳିଥିଲା ଯେଉଁଥିରେ ଦୁଇଟି ଲୋକେ ଆକାଶରୁ ବିମାନରୁ ଖସି ପଡିଥିଲେ।
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେକିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଉଡୁଥିବା ବିମାନର ଟର୍ବାଇନ ଇଞ୍ଜିନ ଉପରେ ସୋଇଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନର କ୍ରୁରତା ନେଇ ଲୋକେ ଭୟଭୀତ ହେଇଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସାବଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଏଫଆରଏମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ଏକ ପ୍ରେମର ଯାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ସମାନ ଭିଡିଓ ୧୮ ଅଗଷ୍ଟ ୨୦୨୦ ରେ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ଟି ୨୦୨୦ରୁ ଇଣ୍ଟର୍ନେଟରେ ଉପଲବ୍ଧ ଥିବାରୁ ଏହାର ବର୍ତ୍ତମାନ ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଚାଲୁଥିବା ସଂଘର୍ଷ ସହିତ ଜଡିତ ହେଇଥିବା ସମ୍ଭବ ନୁହେଁ।
ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ସମାନ ଭିଡିଓ ୨୪ ଅଗଷ୍ଟ ୨୦୨୦ ରେ ଏକ ଟୁଇଟର ହେଣ୍ଡେଲରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା। ଭିଡିଓର ବାମ ପାର୍ଶ୍ଵରେ ସ୍ପଷ୍ଟ ଭାବରେ ଦେଖା ଯାଉଛି ଯେ ଏହା ଏକ ଟିକଟକ୍ ଭିଡିଓ ଅଟେ ଯେଉଁଟା ‘ହୁଇକ୍ଵାନହୋୱା’ ନାମକ ଟିକଟକ୍ ଏକାଉଣ୍ଟର ଭିଡିଓ ଅଟେ।
ଏହା ପରେ ଆମେ ଗୁଗୁଲରେ ‘ହୁଇକ୍ଵାନହୋୱା’ ‘ହୁଇକ୍ଵାନହୋୱା’ ଲେଖି ସର୍ଚ କରିଲା ପରେ ଆମକୁ ଏକ ଫେସବୁକ ଏକାଉଣ୍ଟ ମିଳିଲା। ଏହି ଫେସବୁକ ଏକାଉଣ୍ଟ ଅନୁଯାୟୀ ଏହି ନାମ ଭିଡିଓରେ ଥିବା ବ୍ୟଥୀଙ୍କର ଅଟେ ଏବଂ ସେ ଫୋଟୋଶପ୍ ରେ ଡିଜାଇନ କରନ୍ତି। ସେ ଭିତନାମ ଦେଶର ନାଗରିକ ଅଟନ୍ତି।
https://www.facebook.com/huyquanhoa
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ଏକ ଏଡିଟ୍ କରା ଯାଇଥିବା ଭିଡିଓ ଅଟେ। ଭିଡିଓରେ ଥିବା ବ୍ୟକ୍ତି ଭିଏତନାମ ଦେଶର ଡିଜାଇନର ଅଟନ୍ତି। ଭାଇରାଲ ଭିଏଅକୁ କମ୍ପୁଟର ଗ୍ରାଫିକ୍ସ ମାଧ୍ୟମରେ ସୃଷ୍ଟି କରା ଯାଇଛି।

Title:କ’ଣ ତାଲିବାନ ଭୟରେ ଆଫଗାନିସ୍ତାନର ଜଣେ ବ୍ୟକ୍ତି ଉଡୁ ଥିବା ବିମାନ ବାହାରେ ସୋଇଛି?
Fact Check By: Siddharth SahuResult: False
