ବନାରସରେ ତାଲିମ ପାଇଁ ଇଭିଏମ୍ ମେସିନଗୁଡିକ ନିଆଯାଉଥିବା ଭିଡିଓକୁ ନିର୍ବାଚନ ସମୟରେ ଇଭିଏମ୍ ସ୍କାମ୍ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। 

False Political

ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇ ଏହାର ପରିଣାମ ମଧ୍ୟ ଆସି ସାରିଛି। ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ଜିତିବା ପରେ ସପା ନେତା ଅଖିଲେଶ ଯାଦବ ଏବଂ ଅନ୍ୟାନ୍ୟ ନେତା ବିଜେପି ଉପରେ ଇଭିଏମ୍ ସ୍କାମ୍ ଅଭିଯୋଗ ଲଗାଇଛନ୍ତି। 

ସୋସିଆଲ ମିଡିଆରେ ଏକ କିଡେଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ବାରାଣାଶୀରେ ଇଭିଏମ୍ ବଦଲାଉଥିବାର ଏକ ବଡ ଷଡଯନ୍ତ୍ରର ପରଦା ଫାଶ କରା ଯାଇଛି। ଭାଇରାଲ ଭିଡିଓରେ କିଛି ଲୋକେ ଇଭିଏମ୍ ଟ୍ରକ୍ ଉପରେ ଚଢି ଇଭିଏମ୍ ସ୍କାମ୍ ହେଇଥିବା ଦାବି କରୁଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନିର୍ବାଚନ ଆୟୋଗ କହିବା ଅନୁଯାୟୀ ସେହି ଇଭିଏମ୍ ମେସିନଗୁଡିକକୁ ତାଲିମ ଦେବା ପାଇଁ ନିଆ ଯାଉଥିଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

୯ ମାର୍ଚ୍ଚରେ ଅମିୟ ପାଣ୍ଡବ ନାମକ ଜଣେ ଫେସବୁକ ୟବାହାରକାରୀ ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, “ବନାରସରୁ ୩ ଟ୍ରକ୍ ଇଭିଏମ୍ ଲୁଚାଛପା, ବିନା ପୋଲିସ ରେ ଅଜ୍ଞାନ୍ତ ସ୍ଥାନକୁ ନିଆ ଯାଉଥିବା ବେଳେ ଲୋକ ସନ୍ଦେହ କରି ପିଛା କରିବାରୁ୨ ଟି ଟ୍ରକ୍ ଉଭାନ ହୋଇଗଲା, ମାତ୍ର ଗୋଟିଏ ଟ୍ରକ୍ ଲୋକଙ୍କ ଦ୍ଵାରା ଜବତ ହେଲା। ଚାନ୍ଦା ହୋରି ପରେ ଏବେ ଭୋଟ୍ ଚୋରୀ।”

Facebook | Archive

ଆମ ଅନୁସନ୍ଧାନ: 

ମୁଖ୍ୟଶବ୍ଦ ଗୁଡିକ ବ୍ୟବହାର କରି ଆମେ ଆମ ଅନୁସନ୍ଧାନ ଆରମ୍ଭ କରିଲୁ। ଫଳାଫଳରେ ଆମକୁ ୮ ମାର୍ଚ୍ଚରେ ଆଜ ତକ୍ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ ଭାଇରାଲ ଭିଡିଓ ନେଇ ସପା ନେତା ଅଖିଲେଶ ଯାଦବ ଅଭିଯୋଗ ଲଗାଇଥିଲେ ଯେ ବାରାଣାଶୀରେ ଏକ ଇଭିଏମ୍ ଗାଡି ଜବତ ହୋଇଛି ଏବଂ ନ୍ନିର୍ବାଚନ ପରିଣାମ ଆସିବା ପୂର୍ବରୁ ଇଭିଏମ୍ ଘୋଟାଲା ଆରମ୍ଭ ହେଇ ସାରିଛି।  

ଅଖିଲେଶ ଯାଦବଙ୍କ ଅଭିଯୋଗର ଉତ୍ତରରେ ବାରାଣାଶୀ ଡିଏମ କହିଛନ୍ତି ଯେ ନିର୍ବାଚନ ସହିତ ଏହି ଇଭିଏମର କୌଣସି ସମ୍ପର୍କ ନାହିଁ।  ଗଣନାଆରିଙ୍କୁ ତାଲିମ ଦେବା ପାଇଁ ଏହି ଇଭିଏମ୍ ଗୁଡିକର ବ୍ୟବହାର କରା ଯିବାରଥିଲା। 

ଏହି ବିଷୟ ନେଇ ୮ ମାର୍ଚ୍ଚକୁ ନିର୍ବାଚନ ଆୟୋଗ ଦ୍ଵାରା ଏକ ଟୁଇଟରେ ପ୍ରେସ୍ ବିଜ୍ଞପ୍ତି ଜାରି କରା ଯାଇଛି। ଏଥିରେ କୁହା ଯାଇଛି ଯେ ଅବ୍ୟବହୃତ ଇଭିଏମ୍ ମେସିନ ଗୁଡିକୁ ତାଲିମ ପାଇଁ ଇଭିଏମ୍ ଗୋଦାମରୁ ୟୁପି କଲେଜ୍ ନିଆଯାଉଥିଲା ଯାହାର ମାର୍ଚ୍ଚ ୯ ରେ କଲେଜ୍ ର ଗଣନାକାରୀଙ୍କୁ ଦିଆଯାଇଥିବା ତାଲିମରେ ବ୍ୟବହାର ହୋଇଥାନ୍ତା। ରାସ୍ତାରେ ଲୋକମାନେ ଗାଡିକୁ ଅଟକାଇ ଏହି ତାଲିମ ମେସିନଗୁଡିକ ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମ୍ ବୋଲି ଗୁଜବ ପ୍ରଚାର କରିଥିଲେ। 

ନିର୍ବାଚନରେ ବ୍ୟବହୃତ ଇଭିଏମ୍ ଗୁଡିକ ସିଆରପିଏଫ୍ ଅଧୀନରେ ଷ୍ଟ୍ରଙ୍ଗ ରୁମରେ ସିଲ୍ କରି ରଖା ଯାଇଛି ଏବଂ ସିସିଟିଭିନଜରରେ ଅଛି ଯାହା ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କ ଦ୍ଵାରାନିରନ୍ତର ନଜର ରକ୍ଷା ଯାଉଛି। 

ଏଏନଆଇ ଦ୍ଵାରା କରା ଯାଇଥିବା ଏକ ଟୁଇଟରେ ବାରାଣାଶୀ ଡିଏମ୍ ଘଟନା ସମ୍ପର୍କରେ ସ୍ପାସ୍ତିକରଣ ଦେଇ କହିଛନ୍ତି ଯେ ଗାଡିରେ  ଇଭିଏମ ଗୁଡିକ ତାଲିମ ଉଦ୍ଦେଶ୍ୟରେ ନିଆଯାଉଥିଲା। 

ଏହା ପରେ ଆମେ ବାରାଣାଶୀ ଡିଏମ୍ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସ୍ପଷ୍ଟ ଭାବରେ କହିଲେ ଯେ ଇଭିଏମ୍ ସହିତ କୌଣସି ଟ୍ୟାମ୍ପାରିଂ ହୋଇନାହିଁ। ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। 

ଏହି ପ୍ରସଙ୍ଗରେ ଆମେ ଉପ ଜିଲ୍ଲା ନିର୍ବାଚନ ଅଧିକାରୀ ରଣବିଜଯ ସିଂଙ୍କ ସହ ଯୋଗାଯୋଗ କରିଲୁ। ସେ ଆମକୁ କହିଛନ୍ତି ଯେ ଡିଏମ୍ ସାର ଏହି ଖବରକୁ ଅସ୍ଵୀକାର କରିଛନ୍ତି। ଉଦୟ ପ୍ରତାପ ଡିଗ୍ରୀ କଲେଜରେ ଗଣନା କର୍ମଚାରୀଙ୍କୁ ତାଲିମ ଦେବାର ନିର୍ନାୟ ନିଆ ଯାଇଥିଲା। ସେଥିପାଇଁ ଇଭିଏମ୍ ଗୁଡିକ ଗାଡିରେ ନିଆ ଯାଉଥିଲା। ସେହି ମେସିନ ଗୁଡିକ ତାଲିମ ଏବଂ ସଚେତନତାର ମେସିନ ଥିଲା। ନିର୍ବାଚରେ ବ୍ୟବହାର ହେଇଥିବା ଇଭିଏମ୍ ମେସିନ ଗୁଡିକ ସହିତ ଏହାର କୌଣସି ସମ୍ପର୍କ ନାହିଁ। ନିର୍ବାଚନରେ ବ୍ୟବହୃତ ଇଭିଏମ୍ ଗୁଡିକ ସିଆରପିଏଫ୍ ଅଧୀନରେ ଷ୍ଟ୍ରଙ୍ଗ ରୁମରେ ସିଲ୍ କରି ରଖା ଯାଇଛି ଏବଂ ସିସିଟିଭି ନଜରରେ ଅଛି। ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। ନିର୍ବାଚନ ଇଭିଏମ୍ ମେସିନ୍ ଗୁଡିକରେ କୌଣସି ପରିବର୍ତ୍ତନ କରା ଯାଇ ନାହିଁ।

ଶେଷକଥା

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ବାରାଣାଶୀରେ ଇଭିଏମ୍ ଘୋଟାଲାର ଦାବି ମିଥ୍ୟା ଅଟେ। ଇସିଆଇ ଏବଂ ବାରାଣାଶୀ ଡିଏମ୍ ଦ୍ଵାରା ସ୍ପଷ୍ଟ କରା ଯାଇଛି ଯେ ନିର୍ବାଚନରେ ବ୍ୟବହାର ହେଇଥିବା ମେସିନ୍ ଗୁଡିକ ସହିତ କୌଣସି ଟ୍ୟାମ୍ପାରିଂ କରା ଯାଇ ନାହିଁ। ଗଣନାକାରୀ କର୍ମଚାରିଙ୍କୁ ଦିଆଯାଇଥିବା ତାଲିମରେ ବ୍ୟବହାର ହେଇଥିବା ଇଭିଏମ୍ ମେସିନ୍ କୁ ନିର୍ବାଚନରେ ବ୍ୟବହାର ହେଇଥିବା ମେସିନ୍ ଦାବି ସହିତ ଗୁଜବ ପ୍ରଚାରିତ ହେଉଛି।

Avatar

Title:ବନାରସରେ ତାଲିମ ପାଇଁ ଇଭିଏମ୍ ମେସିନଗୁଡିକ ନିଆଯାଉଥିବା ଭିଡିଓକୁ ନିର୍ବାଚନ ସମୟରେ ଇଭିଏମ୍ ସ୍କାମ୍ ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *