
ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ଉସଲମାନ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ କିଛି ଫଳ ବସ୍ତା ସହିତ ବୋମା ଏବଂ ବନ୍ଧୁକ ଗୋଳି ଅଛି। ପୋଷ୍ଟ ଦାବି ଅନୁଯାୟୀ ବୋମା ଏବଂ ଗୋଳି ସହିତ ଗ୍ରାଫ ହେଇଥିବା ବ୍ୟକ୍ତି ଆସାମ କଂଗ୍ରେସ ଦଳ ନେତା ଅମଜାଦ ଅଲ୍ଲୀ ଅଟନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୦ ସେପ୍ଟେମ୍ବର ରେ ଜଣେ ଫେସବୁକ ବ୍ୟବହାରକାରୀ ଦୁଇଟି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, “ଆସାମର କଂଗ୍ରେସ ନେତା ଅମଜାଦ ଅଲ୍ଲୀ ସେଓ ବାକ୍ସରୁ ବନ୍ଧୁକ, ଗୁଳି ଏବଂ ବୋମା ସହ ଗିରଫ ହେଲେ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଦୁଇଟି ଫୋଟୋର ସତ୍ୟତା ଜାଣିବାକୁ ଚେଷ୍ଟା କରିଲୁ।
ଫୋଟୋ ୧:
ଭାଇରାଲ ହେଉଥିବା ପ୍ରଥମ ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ପୋଲିସ ଜଣେ ଦୋଷୀଙ୍କୁ ଗିରଫ କରିଛି। କିନ୍ତୁ ଏହି ଫୋଟୋରେ ପୋଲିସ ନୀଳ ରଙ୍ଗ ୟୁନିଫର୍ମ ପିନ୍ଧିଛନ୍ତି। ଆମେ ଜାଣିଛୁ ଯେ ଭାରତର ପୋଲିସର ୟୁନିଫର୍ମ ଖାକୀ ରଙ୍ଗର ଅଟେ। ଏହା ନେଇ ଆମକୁ ଏହି ଫୋଟୋ ଭାରତ ହେଇଥିବାର ଦାବି ଉପରେ ସନ୍ଦେହ ହେଲା। ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋରେ ଥିବା ପୋଲିସ ବାଙ୍ଗଲାଦେଶର ଅଟେ। ବାଙ୍ଗଲାଦେହ ପୋଲିସର ୟୁନିଫର୍ମ ନୀଳରଙ୍ଗର ହେଇଥିବା ବେଳେ ଆସାମ ପୋଲିସର ୟୁନିଫର୍ମ ଖାକୀ ରଙ୍ଗର ଅଟେ। ଭାଇରାଲ ଫୋଟୋରେ ପୋଲିସ ୟୁନିଫର୍ମରେ ଲାଗି ଥିବା ଲୋଗୋ ମଧ୍ୟ ଆସାମ ପୋଲିସର ଲୋଗୋ ଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ ଅଟେ। ନିମ୍ନରେ ଆପଣ ବାଙ୍ଗଲାଦେଶ ପୋଲିସ ଏବଂ ଆସାମ ପୋଲିସ ୟୁନିଫର୍ମର ତୁଳନା ଦେଖି ପାରିବେ।

ଏହା ପରେ ଆମକୁ ରିଭର୍ସ ଇମେଜ ସର୍ଚ ଦ୍ଵାରା ୧୬ ମାର୍ଚ ୨୦୧୮ ର ଏକ ବ୍ଲଗ୍ ମିଳିଲା ଯେଉଁଥିରେ ସମାନ ଅଟୋ ପ୍ରକାଶିତ କରା ଯାଇ ଲେଖା ହୋଇଛି ଯେ ଚାରମୋନାଇ ପିରର ଜଣେ ଶିକ୍ଷକଙ୍କୁ ପୋଲିସ ଦୁଷ୍କର୍ମ କରିବା ଅଭିଝୋଗରେ ଗିରଫ କରିଥିଲେ। ଏହି ବ୍ୟକ୍ତିଙ୍କ ନାମ ହେଉଛି ମୋବାରକ ହୋସେନ ଯିଏ ଏକ ଝିଅ ସହିତ ଡୁହକର୍ମ କରିଥିଲେ। ପୀଡ଼ିତାର ବାପା ତ୍ରିଶାଳ ପୋଲିସ ଥାନାରେ ଏହି ଘଟଣାର ରିପୋର୍ଟ କରିଥିଲେ।

ଏହା ପରେ ଆମେ ଗୁଗୁଲ ମ୍ୟାପରେ ଯାଇ ତ୍ରିଶାଲ ପୋଲିସ ଥାନା ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ତ୍ରିଶାଲ ପୋଲିସ ଥାନା ଯେଉଁଠାରେ ମୋବାରକଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗର ମାମଲା ରୁଜୁ କରା ଯାଇଥିଲା ସେହି ପୋଲିସ ଥାନା ବାଙ୍ଗଲାଦେଶର ଅଛି।

ଏହା ପରେ ଆମେ ଏହି ଘଟନା ସମ୍ବନ୍ଧିତ ତଥ୍ୟ ସର୍ଚ କରିଲୁ। ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୬ ମଇ ୨୦୧୮ ମସିହାରେ ଦି ଡେଲି ଷ୍ଟାର ପତ୍ରିକା ୱେବସାଇଟରେ ଏହି ଘଟା ବିଷୟରେ ଉଲ୍ଲେଖ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ତ୍ରିଶାଲ ଉପଜିଲ୍ଲାରେ ଏକ ମଦରସା ଶିକ୍ଷକ ଦ୍ଵାରା ନାବିଳକ ଝିଅ ଦୁଷ୍କର୍ମ ହେଇ ସାରିଲା ପରେ ଆତ୍ମହତ୍ୟା କରିଥିଲେ। ତ୍ରିଶାଲ ପୋଲିସ ଥାନା ଅଧିକାରୀ ଯାଇକୁର ରେହମାନ ସୂଚନା ଦେଇଥିଲେ ଯେ ପୀଡ଼ିତା ଚତୁର୍ଥ ଶ୍ରେଣୀରେ ପଢୁଥିଲେ ଏବଂ ଗୋୟଶାପାରା ସରକାରୀ ପ୍ରାର୍ଥୟକ ବିଦ୍ୟାଳୟର ଛାତ୍ରୀ ଥିଲେ ଏବଂ ସେ ନିକଟରେ ଥିବା ମଦରସାରେ ଆରବୀ ଭାଷା ଶିଖିବାକୁ ଯାଉଥିଲେ। ଏହି ଘଟଣା କାରଣରୁ ପୀଡ଼ିତା ନିଜକୁ ଘରର ଏକ ରୁମ୍ ରେ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ଏହି ଘଟନା ପରେ ପୋଲିସ ଅଭିଯୋଗୀ ମୋବାରକ ହୋସେନଙ୍କୁ ଗିରଜ କରିଥିଲେ।

ଫ୍ୟାକ୍ଟ କ୍ରିଷେଣ୍ଡୋ ଆସାମ ରାଜ୍ୟ କଂଗ୍ରେସ କମିଟି ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ ଆସାମ କଂଗ୍ରେସରେ ଅମଜାଦ ଅଲ୍ଲୀ ନାମକ କୌଣସି ବରିଷ୍ଠ ନେତା ନାହାନ୍ତି କିମ୍ବା ଆସାମ କଂଗ୍ରେସର ଏପରି କୌଣସି ଘଟଣା ସାମନାକୁ ଆସି ନାହିଁ। ସେ କହିଛନ୍ତି ଯେ ଏହି ଅଭିଯୋଗ ଗୁରୁତର ଅଟେ। ହାଇରାଲ ହେଉଥିବା ଦାବି ମିଥ୍ୟା ଅଟେ ବୋଲି ସେ ଆମକୁ ଜଣାଇଲେ।
ଫୋଟୋ 2:
ଏହି ଫୋଟୋ ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ଭିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ ଜାମ୍ମୁ କାଶ୍ମୀର ପୋଲିସ ଦ୍ଵାରା ତାଙ୍କ ଅଫିସିଆଲ ଟୁଇଟର ହେଣ୍ଡେଲରେ ସମାନ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ଟୁଇଟରେ ଲେଖା ଯାଇଛି ଯେ ଶ୍ରୀନଗର ସହରରେ କିଛି ସଦିଗ୍ଧ ଆତଙ୍କବାଦୀଙ୍କୁ ପୋଲିସ ପୋଲିସ ଗିରଫ କରିଛି ଏବଂ ତାଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳି ବରାମଦ କରିଛି।
A brief exchange of fire on the outskirts of Srinagar city. Three suspected militants arrested among them one is injured.Arms and ammunition recovered. Investigations started. pic.twitter.com/lT9AoRnu5H
— J&K Police (@JmuKmrPolice) October 29, 2018
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଇଛି ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ହେଉଥିବା ପ୍ରଥମ ଫୋଟୋ ବାଙ୍ଗଲାଦେଶର ଅଟେ ଏବଂ ଦ୍ଵିତୀୟ ଫୋଟୋ କାଶ୍ମୀରର ଅଟେ। ଆସାମ କଂଗ୍ରେସ ଦଳରେ ଆମଜାଦ ଅଲ୍ଲୀ ନାମର କୌଣସି ନେତା ମଧ୍ୟ ନାହାନ୍ତି।

Title:କ’ଣ ଫୋଟୋରେ ଥିବା ବ୍ୟକ୍ତି ଆସାମର କଂଗ୍ରେସ ନେତା ଅମଜାଦ ଅଲ୍ଲୀ ଯାହାକୁ ଆସାମ ପୋଲିସ ବନ୍ଧୁକ ଏବଂ ବୋମା ସହିତ ଗିରଫ କରିଛି?
Fact Check By: Siddharth SahuResult: False
