କ’ଣ ସାଉଦିଆରବରେ ଦୁଇଟି ଲୋକଙ୍କୁ ମଲର ଟ୍ରଲି ଉପରେ ଛେପ ପକାଇବା ପାଇଁ ଫାଶୀ ଡିୟା ଯାଇଅଛି?

False International

Photo Credit: BBC

ସାରା ବିଶ୍ଵରେ ଲୋକେ ବର୍ତମାନ କୋରୋନାକୁ ଡଋ ନିଜ ଜୀବନ କାଟୁଛନ୍ତି। କୌଣସି ଔଷଧ ବା ଟୀକା ଣ ବାହାରି ଥିବା କାରଣ ରୁ କୋରୋନା ଆତଙ୍କ କୁ ଅଟକାଇବା ସମ୍ଭବ ହେଉ ନାହିଁ। ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ତାଲାବନ୍ଦ ପଦକ୍ଷେପ ନେଇଛନ୍ତି। କିନ୍ତୁ କିଛି ଲୋକେ ଏପରି ମଧ୍ୟ ଅଛନ୍ତି ଯିଏ ଅନ୍ୟ ମାନଙ୍କ ପାଇଁ ସଙ୍କଟ ଛିଡ଼ା କରୁଛନ୍ତି। ସେମାନଙ୍କର କିଛି ଟା ବ୍ୟବହାର ସମାଜ ପାଇଁ ସଙ୍କଟ ହେଇ ଯାଉଛି। 

୭ ଏପ୍ରିଲ ରେ ଜଣେ ଫେସବୁକ ୟୁଜର ଫେସବୁକର ଗୋଟିଏ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ସାଉଦିଆରବର ଏହ ମଲର ଟ୍ରଲି ଉପରେ ଚିପ ପକାଇବା ଅଭିଯୋଗରେ ଦୁଇ କୋରୋନା ଜିହାଡିଙ୍କୁ ଫାଶୀ ଦିୟା ଯାଇଅଛି ବୋଲି କହିଛନ୍ତି। 

fb.jpg

Facebook | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। 

୪ ଏପ୍ରିଲ ରେ ନ୍ୟୁଜ ୧୮ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା କୁହା  ଯାଇଅଛି ଯେ ସାଉଦି ଆରବରେ ଗୋଟିଏ ଅଜ୍ଞାନ୍ତ ବ୍ୟକ୍ତି ମଲର ଟ୍ରାଲିରେ ଛେପ ପକାଇଥିଲେ। ଏହା କୁ ନେଇ ତାଙ୍କୁ ଗିରଫ କରା ଯାଇଅଛି। ସେହି ବ୍ୟକ୍ତିଙ୍କୁ ସାଉଦିର ହାଏଲ ପ୍ରାନ୍ତରେ ଗିରଫ କରା ହେଇଛି ଏବଂ ବର୍ତମାନ ତାଙ୍କ ସହ ପଚରାଉଚରା ଚାଲିଅଛି। ଯଦି ତାଙ୍କୁ ଦୋଷୀ ବୋଲି ପ୍ରମାଣ କରା ଜୀବ, ତେବେ ତାଙ୍କୁ ମୃତ୍ୟୁ ଦଣ୍ଡର ସାମନା ମଧ୍ୟ କରିବା କୁ ପଡ଼ି ପାରେ। ସାଉଦିର ଆଜେଲ ନ୍ୟୁଜ କହିବା ଅନୁଯାୟୀ ସେହି ଲୋକଙ୍କ ଛେପ ପକାଇବା ଏକ ଗମ୍ଭୀର ଅପରାଧ ଏବଂ ଏହି ଅପରାଧ ଧାର୍ମିକ ଓ ଆଇନଗତ ଭାବରେ ନିନ୍ଦନୀୟ। WHO କହିବା ଅନୁଯାୟୀ କୋରୋନା ଅଧିକାଂଶ ମୂହରୁ ବାହାରି ଥିବା ଛେପ କିମ୍ବା ଅନ୍ୟ ପଦାର୍ଥ ଦ୍ଵାରା ଆକ୍ରାନ୍ତ ହୁଏ। 

news18.jpg

News 18 | Archive

ଏହି କଥା ଟୁଇଟରରେ ସ୍ଵରାଜ ମେଗାଜିନ ମଧ୍ୟ କହି ଅଛି। 

27 ମାର୍ଚରେ ଡେଲି ମେଲ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା କୁହା ଯାଇଅଛି ଯେ ସାଉଦି ଆରବର ଗୋଟିଏ ମଲର ଟ୍ରାଲିରେ ଛେପ ପକାଇ ଥିବା ବ୍ୟକ୍ତିଙ୍କୁ ଗିରଫ କରା ଯାଇଅଛି। ଯଦି ସେହି ବ୍ୟକ୍ତି ଜଣକ କୋରୋନା ଟେଷ୍ଟ ରିପୋର୍ଟ ପୋଜିଟିଭ ଆସେ, ତାହାଲେ ତାଙ୍କୁ ମୃତ୍ୟୁ ଦଣ୍ଡର ସାମନା କରିବା କୁ ପଡି ପାରେ। ଏହି ଘଟଣା ସାଉଦିର ହାଏଲ ପ୍ରାନ୍ତରେ ଘଟି ଥିଲା। ଛେପ ପକାଇ ଥିବା ବ୍ୟକ୍ତି ସାଉଦି ଦେଶର ନାଗରିକ ନୁହନ୍ତି। ତାଙ୍କ ନାଗରିକତା ଗୋପନୀୟ ରକ୍ଷା ଯାଇଅଛି ଓ ସେ କୋରୋନା ସଂକ୍ରମିତ ହେଇଛନ୍ତି। ଏହି କଥା ବର୍ତମାନ ସୁଧା ସ୍ପଷ୍ଟ ହେଇ ପାରି ନାହିଁ ଯେ ଯେତେବେଳେ ସେହି ବ୍ୟକ୍ତିଙ୍କୁ ନିଜର କୋରୋନା ରୋଗୀ ହେବା ବିଷୟରେ ଜଣା ଥିଲା ତେବେ ସେ କହନିକି ଏପରି କାମ କରିଲେ। ସାଉଦିର ଅଧିକାରୀ ମାନେ କହିଛନ୍ତି ଯେ ସେହି ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଦେବାର ସମ୍ଭାବନା ଅଛି। 

daily mail.jpg

Daily Mail | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ବର୍ତମାନ ସୁଧା ସାଉଦି ଆରବର ମଲରେ ଟ୍ରାଲି ଉପରେ ଛେପ ପକାଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଡିୟା ଯାଇ ନାହିଁ। ସାଉଦି ଅଧିକାରୀ ମାନଙ୍କ କହିବା ଅନୁଯାୟୀ ସେଇ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଡିୟା ଯିବା ସମ୍ଭାବନା ଅଛି। ସେଥି ପାଇଁ ପୋଷ୍ଟରେ କର ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା। 

Avatar

Title:କ’ଣ ସାଉଦିଆରବରେ ଦୁଇଟି ଲୋକଙ୍କୁ ମଲର ଟ୍ରଲି ଉପରେ ଛେପ ପକାଇବା ପାଇଁ ଫାଶୀ ଡିୟା ଯାଇଅଛି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *