କ’ଣ ପୋଷ୍ଟରେ ଥିବା ଫୋଟୋ ବିଗତ ଦିନ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False Military Social

ତିନି ଦିନ ପୂର୍ବରୁ ତାମିଲନାଡୁର କୁନ୍ନୁର ଅଞ୍ଚଳରେ ଏକ ଭାରତ ସେନା ହେଲିକପ୍ଟର ଦୁର୍ଘଟଣା ହେଇଥିଲା। ଏହି ବିମାନରେ ଚିଫ୍ ଅଫ୍ ଡିଫେନ୍ଶ୍ ଷ୍ଟାଫ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଭାରତ ସେନା ଯବବା ଯାତ୍ରା କରୁଥିଲେ। କିନ୍ତୁ ସେହି ହେଲିକପ୍ଟର ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପୋଷ୍ଟରେ ଥିବା ଫୋଟୋ ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

ପୋଷ୍ଟରେ ଏକ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଭାଇରାଲ କରି କୁହା ଯାଇଛି ଯେ ତାମିଲନାଡୁର ନିଳଗିରି ଜିଲ୍ଲାରେ ବାୟୁସେନାହେଲିକପ୍ଟର ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରା ଯାଇଛି। ସିଡିଏସ୍ ବିପିନ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ, ତାଙ୍କ ପ୍ରତିରକ୍ଷା ସହାୟକ, ସୁରକ୍ଷା କମାଣ୍ଡୋ ଏବଂ ବାୟୁସେନା କର୍ମଚାରୀ ମାନେ ହେଲିକପ୍ଟରରେ ଥିଲେ। ତେବେ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଉପଲବ୍ଧ ନାହିଁ। 

ShareChat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଚଳିତ ବର୍ଷ ୨୧ ସେପ୍ଟେମ୍ବର ଡେକାନ୍ ହେରାଲ୍ଡ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଭାଇରାଲ ଫୋଟୋ ଜାମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ଭାରତ ବାୟୁ ସେନାର ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରର ଫୋଟୋ ଅଟେ। ଏହି ଦୁର୍ଘଟଣାରେ ଦୁଇଟି ପାଇଲଟଙ୍କର ମୃତ୍ୟୁ ହେଇଥିବାର ସୂଚନା ଦିଆ ଯାଇଛି। ଉଧମପୁରରେ ଏକ ଟ୍ରେନିଂ ସମୟରେ ଭାରତ ବାୟୁସେନାର ଚିତାହ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। 

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨୧ ସେପ୍ଟେମ୍ବରରେ ରିପବ୍ଲିକ ୱାର୍ଲ୍ଡ ନାମକ ନ୍ୟୁଜ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଭାଇରାଲ ଫୋଟୋର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ କୁହା ଯାଇଛି ଯେ ଜାମୁ କାଶ୍ମୀରର ଉଧମପୁର ଏବଂ ରାମବାଣ ଅଞ୍ଚଳ ମଧ୍ୟରେ ଥିବା ଶିବଗଡ଼ର ଜଙ୍ଗଲରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେଇଛି। ଆଘାତ ହେଇଥିବା ଏକ ପାଇଲଟଙ୍କୁ ହସ୍ପିଟାଲ ନିଯା ଯାଇଥିଲା। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଜାମୁ କାଶ୍ମୀରରେ ସେପ୍ଟେମ୍ବର ମାସରେ ହୋଇଥିବା ଏକ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ। ଭାଇରାଲ ଫୋଟୋର ବିପିନ ରାୱତଙ୍କର ହେଲିକପ୍ଟର ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ପୋଷ୍ଟରେ ଥିବା ଫୋଟୋ ବିଗତ ଦିନ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *