
ବିଗତ କିଛି ଦିନରୁ ଶିବ ସେନା ଦଳ ଗଣମାଧ୍ୟମରେ ଖୁବ ଚର୍ଚାରେ ରହିଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ମୁମ୍ବାଇରେ ରହୁ ଥିବା ଜଣେ ଭାରତୀୟ ନୌସେନା ଅଫିସର ମଦନ ଶର୍ମାଙ୍କୁ ଆକ୍ରମଣ କରିବା ଅଭିଯୋଗ ମଧ୍ୟ ସାମନାକୁ ଆସିଛି। ଏହି ଘଟଣା ନେଇ ଆଉ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମାହାରାଷ୍ଟ୍ର ପୋଲିସ ଉପସ୍ଥିତିରେ ଶିବ ସେନା କାର୍ଜ୍ୟକର୍ତା ଗୋଟିଏ ଲୋକ ଉପରେ ଆକ୍ରମଣ କରିଛନ୍ତି। ସେହି ବ୍ୟକ୍ତିଙ୍କ ସହିତ ଝଗଡ଼ା କରିଲା ପରେ ତାକୁ ମାରୁ ଥିବା ମଧ୍ୟ ଭିଡିଓରେ ଦେଖିବା କୁ ମିଳିଛି।
ଆମକୁ ଏହି ଭିଡିଓ ଅନ୍ୟ ଦାବି ସହିତ ଫେସବୁକରେ ଭାଇରାଲ ହେଇଥିବା ମିଳିଲା। ଏହି ଫେସବୁକ ପୋଷ୍ଟରେ କୁହା ଯାଇଅଛି ଯେ ଶିବ ସେନା ସଦସ୍ୟ ମାନେ ଆଇ.ଡି.ବି.ଆଇ ବ୍ଯାଙ୍କ ମ୍ୟାନେଜର ଉପରେ ଆକ୍ରମଣ କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ 13 ସେପ୍ଟେମ୍ବର ରେ ଟାଇମ୍ସ ନାଓ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଶିବ ସେନା କାର୍ଯ୍ୟକର୍ତ୍ତା ଭାରତୁୟ ନୌସେନା ଅଫିସର ମଦନ ଶର୍ମାଙ୍କ ଉଓରେ ଆକ୍ରମଣ କରିଲା ପରେ ବର୍ତମାନ ଯୁବା କଂଗ୍ରେସ ଦଳ କାର୍ଯ୍ୟକର୍ତ୍ତା ମାହାରାଷ୍ଟ୍ରର ଗୋଟିଏ ଆଇ.ଡି.ବି.ଆଇ ବ୍ଯାଙ୍କ ମ୍ୟାନେଜର ଉପରେ ଆକ୍ରମଣ କରିବା ଘଟଣା ସାମନା କୁ ଆସିଛି।

ଏହି ପ୍ରମାଣ ନେଇ ଆମେ ଘଟଣା ବିଷୟରେ ୟୁଟ୍ୟୁବରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ 10 ସେପ୍ଟେମ୍ବର ରେ ନ୍ୟୁଜ ୧୮ ଲୋକମତ ଚ୍ୟାନାଲରେ ଏହି ଘଟଣା ବିଷୟରେ ପ୍ରସାରିତ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ପୋଲିସର ଉପସ୍ଥିତିରେ ଆଇ.ଡି.ବି.ଆଇ ବ୍ଯାଙ୍କ ମ୍ୟାନେଜର ଉପରେ ହେଉଥିବା ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ମାହାରାଷ୍ଟ୍ରର ମଳକାପୁର ଅଞ୍ଚଳରେ ଘଟିଛି। ଯୁବା କଂଗ୍ରେସ କାରଜ୍ୟକର୍ତ୍ତା ବ୍ଯାଙ୍କ ମ୍ୟାନେଜର ଉପରେ ଆକ୍ରମଣ କରିଛନ୍ତି ବଳି କୁହା ଯାଇଅଛି।
ଫେକ୍ଟ କୃସେଣ୍ଡୋ ମାଲକାପୁର ଆଇ.ଡି.ବି.ଆଇ ବ୍ଯାଙ୍କମ୍ୟାନେଜର ଅନିଲ ସାଭ୍ଲେକ ସହିତ ସମ୍ପର୍କ କରିଲା। ଅନିଲ ସାଭ୍ଲେ କହିବା ଅନୁଯାୟୀ ଏହି ଘଟଣା ୨୪ ଅଗଷ୍ଟରେ ଘଟିଥିଲା। ଏହି ଘଟଣାର କିଛି ଦିନ ପୂର୍ବରୁ ସେ ମଳକାପୁରର ଆଇ.ଡି.ବି.ଆଇ ବ୍ଯାଙ୍କ ମ୍ୟାନେଜର ପଦବୀରେ ନିଯୁକ୍ତ ହେଇଥିଲେ। ଭିଡିଓରେ ଯେଉଁ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହେଇଛି ସେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଥିଲେ। ଆକ୍ରମଣ କରୁଥିବା ବ୍ୟକ୍ତି ଚାହୁଁ ଥିଲେ ଯେ ତାଙ୍କ ରୁଣ ଶୀଘ୍ର ମଞ୍ଜୁରୀ ହେଇଯାଉ। ରୁଣ ମଞ୍ଜୁରୀ ବିଳମ୍ବ ହେବାରୁ ତାଙ୍କ ଉପରେ ଆକ୍ରମଣ କରା ଯାଇଥିଲା। ଆକ୍ରମଣ କରିଥିବା ଲୋକଙ୍କ ରାଜନୀତି ସମ୍ବନ୍ଧ ବିଷୟରେ କୌଣସି ଜ୍ଞାନ ନାହିଁ।
ଏହା ପରେ ଆମେ ମାଲକାପୁର ପୋଲିସ ଥାନାରେ ଫୋନ ଲଗାଇ ସହାୟକ ପୋଲିସ ଇନ୍ସପେକତାର ସ୍ମିତା ମଷାଏଙ୍କ ସହିତ କଥା ହେଳୁ। ସ୍ମିତାଙ୍କ କହିବା ଅନୁଯାୟୀ ଏହି ଘଟଣା ୨ ଅଗଷ୍ଟରେ ଘଟିଥିଲା ଯାହା ପରେ ୫ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରା ଯାଇଅଛି। ଚାଷୀଙ୍କ ପାଇଁ ରୁଣ ମଞ୍ଜୁରୀରେ ବିଳମ୍ବ ହେବା କାରଣରୁ ଏହି ଘଟଣା ଘଟିଥିଲା। ଆକ୍ରମଣ କରିଥିବା ଲୋକେ ସ୍ଥାନୀୟ କଂଗ୍ରେସ ଅଧ୍ୟକ୍ଷ ବନ୍ଧୁ ଚଉଧରୀ ଏବଂ ଯୁବ କଂଗ୍ରେସ ଦଳ କାର୍ଯ୍ୟକର୍ତ୍ତା ଅଟନ୍ତି।
ଶେଷକଥା:
ସମସ୍ତ ତଥ୍ୟ ଯାଞ୍ଚ କରିଲା ପରେ ପ୍ରମାଣ ହେଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଭିଡିଓରେ ଆକ୍ରମଣ କରୁଥିବା ଲୋକେ ଯୁବା କଂଗ୍ରେସ କାର୍ଯ୍ୟକର୍ତ୍ତା ଅଟନ୍ତି। ଏହି ଭିଡିଓକୁ ଶିବ ସେନା ଲୋକେ ଆକ୍ରମଣ କରୁଥିବା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଅଛି।

Title:କ’ଣ ଭିଡିଓରେ ମାରପିଟ ହେଉଥିବା ଲୋକେ ଶିବ ସେନା ଦଳର କାର୍ଜ୍ୟକର୍ତା ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False