
ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ କରୋନା ଭାଇରସ ଦ୍ଵାରା ଜୀବନ ଉପରେ ପ୍ରଭାବ ପଡ଼ିଥିବା କଥା ଏକ ପ୍ରସାରଣରେ କହିବା ସମୟରେ ନିଜ ଲୁହ ବୋହାଇଥିଲେ। ସେ କହିଥିଲେ “ଏହି ଭାଇରସ ଆମଠାରୁ ଅନେକ ପ୍ରିୟଜନଙ୍କୁ ଛଡାଇ ନେଇଛି। ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ସଦସ୍ୟ ହରାଇ ଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।”
ଏହା ପରେ ନ୍ୟୁୟର୍କ ଟାଇମ୍ସ ପତ୍ରିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଏହି ପତ୍ରିକାର ରଥମ ପୃଷ୍ଠାରେ କୁମ୍ଭୀରର ଚିତ୍ର ରହିଥିବା ସହିତ “ଭାରତ ପ୍ରଧାନମନ୍ତ୍ରୀ କାଣ୍ଡିଳେ” ବୋଲି ଉଲ୍ଲେଖ କରା ଯାଇଅଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଏହି ଖବର ଫ୍କେବୂକରେ ଅନ୍ୟ ଏକାଉଣ୍ଟରୁ ମଧ୍ୟ ଶେୟାର କରା ଯାଇଅଛି।
ଆମ ଅନୁଅନ୍ଧାନ:
ଆମେ ଅରଥମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ ଆମେ ଆମ ଅନୁସନ୍ଧାନ ଆରମ୍ଭ କରିଲୁ। ଏହି ଅନୁସନ୍ଧାନ ପ୍ରକ୍ରିୟାରେ ଆମେ କୌଣସି ଫଳାଫଳ ଖୋଜିବାରେ ଅସମର୍ଥ ହେଳୁ।
ଏହା ପରେ ଆମେ ନ୍ୟୁୟର୍କ ଟାଇମ୍ସ ପତ୍ରିକା ୱେବସାଇଟରେ ଯାଇ ସର୍ଚ କରିଲୁ। ଫଳାଫଳରେ ଆମେ ଜାଣିଲୁ ଯେ କେବଳ ଏହାର ଲିଡ୍ ଇମେଜ ଭାଇରାଲ ଫୋଟୋରେ ଦେଖା ଯାଇଥିବା ଚିତ୍ରଠାରୁ ଭିନ୍ନ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାହାଣୀ ମଧ୍ୟ ନ୍ୟୁୟର୍କ ଟାଇମ୍ସର ଅଫିସିଆଲ ସଂସ୍କରଣର ପ୍ରଥମ ପୃଷ୍ଠାରେ କୌଣସି ସ୍ଥାନରେ ନାହିଁ।
ଆମେ ଜାଣିବାକୁ ପାଇଲୁ ଯେ ପ୍ରଥମ ପୃଷ୍ଠାରେ ସମ୍ପୂର୍ଣ ଭିନ୍ନ କାହାଣୀ ପ୍ରକାଶିତ ହେଇଛି। ନ୍ୟୁୟର୍କ ଟାଇମ୍ସ ଦ୍ଵାରା ପ୍ରକାଶିତ ମୂଳ ଖବରକାଗଜ ଏବଂ ସୋସିଆଲ ମିଡିଆରେ ଭାଇରାଲ ଫୋଟୋର ତୁଳନା ଆପଣ ଦେଖି ପାରିବେ। ଏହା ସ୍ପଷ୍ଟ ଭାବରେ ବୁଝା ପଡ଼ୁଛି ଯେ ସୋସିଆଲ ମିଡିଆରେ ଭାଇରାଲ ଫୋଟୋକୁ କମ୍ପୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଏଡିଟ୍ କରା ଯାଇଅଛି। ଭାଇରାଲ ହେଉଥିବା ଫୋଟୋରେ ପ୍ରକୃତର କହବରକାଗଜ ଫୋଟୋରେ ପ୍ରକାଶିତ ହେଇଥିବା ଅନ୍ୟ ଖବର ସହିତ ମେଲ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଆମେ ଏହା ମଧ୍ୟ ପାଇଲୁ ଯେ “ଦୈନିକ ନ୍ୟୁୟର୍କ ଟାଇମ୍ସ” ନାମକ ଜଣେ ଟୁଇଟର ବ୍ୟବହାରକାରୀ ସମାନ ଫୋଟୋ ଟୁଇଟ କରି କହିଛନ୍ତି “ଏହି ଫୋଟୋ କଟାକ୍ଷ ଭାବରେ ପ୍ରକାଶିତ କରା ଯାଇଅଛି ଏବଂ ଉପଭୋକ୍ତା ମାନଙ୍କୁ ଅନୁରୋଧଯେ ଏହାକୁ ଗୁରୁତ ସହିତ ନିଅନ୍ତୁ ନାହିଁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ପୋଷ୍ଟ ସହିତ ଶେୟାର କରା ଯାଇଥିବା ଫୋଟୋ ଡିଜିଟାଲି ଏଡିଟ୍ କରା ଯାଇଅଛି। ନ୍ୟୁୟର୍କ ଟାଇମ୍ସ ଦ୍ଵାରା ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏପରି କୌଣସି ଖବର ପ୍ରକାଶିତ ହୋଇନାହିଁ।

Title:କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ କାନ୍ଦୁଥିବା କୁମ୍ଭୀର ଫୋଟୋ ସହିତ “ଭାରତ ପ୍ରଧାନମନ୍ତ୍ରୀ କାନ୍ଦୁଛନ୍ତି” ବୋଲି ଖବର ପ୍ରକାଶିତ କରିଛି?
Fact Check By: Siddharth SahuResult: False
