କ’ଣ ବାଇକ୍ ରେ ଅମ୍ଳଜାନ ସିଲିଣ୍ଡର ନେଇ ଯାଉଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ।

False Social

ସମଗ୍ର ଭାରତରେକୋଭିଡ-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ସୋସିଆଲ ମିଡିଆରେ ଏହା ନେଇ ମିଥ୍ୟା ଖବର ମଧ୍ୟ ବୃଦ୍ଧି ପାଇଛି। ରୋଗୀ ମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଦେଖା ଯାଇଥିବା ବେଳେ ସୋସିଆଲ ମିଡିଆରେ ସାହାଜ୍ଯ ପାଇଁ କ୍ରନ୍ଦନ ଚାଲିଥିବା ବେଳେ ବାଇକ୍ ରେ ବସିଥିବା ସମୟରେ ଜେନ ମହିଳା ଅମ୍ଳଜାନ ସିଲିଣ୍ଡର ଧରି ବସିଥିବାର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ସହିତ ପୋଷ୍ଟରେ “ଆତ୍ମନିର୍ଭର ଭାରତ” ଲେଖା ଯାଇଅଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ହାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୫ ଏପ୍ରିଲ ରେ “ବଙ୍ଗଳା ନ୍ୟୁଜ ୨୪” ନାମକ ୱେବସାଇଟରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ନ୍ୟୁଜ ୱେବସାଇଟ ଅନୁଯାୟୀ ଜିଆଉଳ ହସନ ନାମକ ଜଣେ ବ୍ଯାଙ୍କ ଅଧିକାରୀ ତାଙ୍କ କରୋନା ପୀଡ଼ିତ ମାଁଙ୍କୁ ଅମ୍ଳଜାନ ସିଲିଣ୍ଡର ସହିତ ମୋଟରସାଇକଲ୍ ରେ ଡାକ୍ତରଖାନା ନେଇ ଯାଉଥିଲେ। ବାଙ୍ଗଳା ନ୍ୟୁଜ ଅନୁଯାୟୀ ଏହି ଘଟଣା ବାଙ୍ଗଲାଦେଶର ଝାଲୋକଟି ଅଞ୍ଚଲରେ ଘଟିଥିଲା। 

BN.jpg

Bangle News24 | Archive

ୟୁଟ୍ୟୁବରେ ସର୍ଚ କରିଲା ପରେ ଆମକୁ ୧୯ ଏପ୍ରିଲ ରେ ଡିସିବି ନ୍ୟୁଜ ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ ମଧ୍ୟ କୁହା ଯାଇଅଛି ଯେ ଯେତେବେଳେ ଜିଆଉଳ ହସନ ନିଜ କରୋନା ପୀଡ଼ିତ ମାଆଙ୍କ ପାଇଁ ଆମ୍ବୁଲେନ୍ସ ଯୋଗାଡ଼ କରି ପାରିଲେ ନାହିଁ ସେତେବେଳେ ସେ ତାଙ୍କୁ ମୋଟରସାଇକଲରେ ଅମ୍ଳଜାନ ସିଲିଣ୍ଡର ସହିତ ଡାକ୍ତରଖାନା ନେଇ ଯାଇଥିଲେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲାଯେ ଭାଇରାଲ ହେଉଥିବା ଫୋଟୋ ବାଙ୍ଗଲାଦେଶର ଅଟେ। ଏହି ଫୋଟୋ ଭାରତର ହେଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Avatar

Title:କ’ଣ ବାଇକ୍ ରେ ଅମ୍ଳଜାନ ସିଲିଣ୍ଡର ନେଇ ଯାଉଥିବା ଫୋଟୋ ଭାରତର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *