
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି କିଛି ପିଲାମାନଙ୍କ ସହିତ ଅଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ବ୍ୟକ୍ତିଙ୍କର ଶରୀର ଅକ୍ଷମ ଅଟେ କିନ୍ତୁ ତାଙ୍କର ୭ ଟି ଛୁଆ। ଏହି କାରଣ ହେତୁ ଭାରତ ଗରିବ ଏବଂ ବେରୋଜଗାର ସଂଖ୍ୟା ଅଧିକ।
ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଙ୍ଗଲାଦେଶର ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୬ ମାର୍ଚ୍ଚ ୨୦୧୭ ରେ ଗେଟି ଇମେଜେସ ୱେବସାଇଟରେ ଅପ୍ଲୋଡ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଏହା ମହମ୍ମଦ ଆଲାମଗିରଙ୍କ ତାଙ୍କ ପରିବାର ସହ ଏକ ଫୋଟୋ ଅଟେ। ପୋଲିଓ କାରଣରୁ ଭିନ୍ନକ୍ଷମ ହୋଇଥିଲେ। ମ୍ୟାନମାରରେ ହେଇଥିବା ହିଂସା କାରଣରୁ ସେ ନିଜ ପରିବାର ସହିତ ବାଂଲାଦେଶର କକ୍ସ ବାଜାରର କୁଟୁପାଲାଙ୍ଗ ଶରଣାର୍ଥୀ ଶିବିରରେ ଆଶ୍ରୟ ନେବାକୁ ଆସିଥିଲେ।

ଉପରୋକ୍ତ ୱେବସାଇଟରେ ଏହି ଫୋଟୋର ଫୋଟୋଗ୍ରାଫରଙ୍କ ନାମ ପ୍ରୋବାଲ୍ ରାଶିଦ ବୋଲି ଉଲ୍ଲେଖ କରା ଯାଇଛି। ଏହା ପରେ ଆମେ ଗୁଗୁଲରେ ତାଙ୍କ ନାମ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ତାଙ୍କର ୱେବସାଇଟ ମିଳିଲା ଯେଉଁଥିରେ ସମାନ ଫୋଟୋକୁ ବାଂଲାଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଫୋଟୋ ବୋଲି କୁହା ଯାଇଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ଭାରତ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ୨୦୧୭ ମସିହାରେ ବାଂଲାଦେଶରେ ଜଣେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଫୋଟୋ ଅଟେ।

Title:ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଫୋଟୋକୁ ଭାରତର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
