
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ମାନେ ଅଜାନ ପଢୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଘଟଣା ଝାରଖଣ୍ଡ ରାଜ୍ୟର ଅଟେ।
ଭିଡିଓରେ କୁହା ଯାଇଛି ଯେ ଝାରଖଣ୍ଡର ଏକ ଗାଁରେ ମୁସଲିମ ଜନସଂଖ୍ୟା ୭୫% ହେଇଥିବା କାରଣରୁ ସେଠିକାର ବିଦ୍ୟାଳୟ ଗୁଡ଼ିକରେ ହିନ୍ଦୁ ଛାତ୍ରଛାତ୍ରୀ ମାନଙ୍କୁ ଜବରଦସ୍ତି ଅଜାନ ପଢାଇବା ପାଇଁ କୁହା ଯାଉଛି। ଦେଶରେ ଇସ୍ଲାମିକ ରାଜ୍ୟ ଆସୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଝାରଖଣ୍ଡର ନୁହେଁ ବରଂ ଆସାମର ଅଟେ।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ “ପ୍ରାୟ ସରକାର ଚାହୁଁଛନ୍ତି ଯେ ଗୃହଯୁଧ୍ୟ ହେଉ ଏବଂ ଭାରତ ଇସ୍ଲାମିକ ରାଷ୍ଟ୍ରରେ ପରିଣତ ହେଉ। ଏଠିକାର ହିନ୍ଦୁ ମାନେ ନିଜର ଆତ୍ମସୁରକ୍ଷା ଓ ଅସ୍ମିତାରକ୍ଷା ପାଇଁ ଅରାଜକତା ସୃଷ୍ଟି କରୁ।”
ସମାନ ପୋଷ୍ଟ ହିନ୍ଦୀରେ ଆମକୁ ଏଠାରେ ଏବଂ ଏଠାରେ ମଧ୍ୟ ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭରସିମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୬ ଜୁନ୍ ୨୦୨୨ ରେ ଆସାମ ନ୍ୟୁଜ ୱେବସାଇଟରେ ଏକ ଖବର ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଆସାମର ଅଟେ। ଆସାମର ପୂର୍ବ ଜୋରହାଟ ଶିକ୍ଷା କ୍ଷେତ୍ରର ହେମଲାଇ ଜ୍ଞାନ ବିକାଶ ପ୍ରାଥମିକ ବିଦ୍ୟାଳୟରେ ପ୍ରାର୍ଥନା ସଭାରେ ଅଜାନ ପଢା ଯାଇଥିବାରୁ ଏକ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ବିଦ୍ୟାଳୟର ପ୍ରିନ୍ସିପାଲ ଉପରେ ଅଭିଯୋଗ ଲଗାଇ କୋର୍ଟ ତାଙ୍କ ତିନି ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦେଶ ଦେଇଛି ଯେ କାହିଁକି ତାଙ୍କ ବିରୁଦ୍ଧରେ ବିଭାଗୀୟ ଦଣ୍ଡ ଲାଗୁ କରା ଜୀବ ନାହିଁ।

୪ ଜୁନରେ ଟାଇମ୍ସ ୮ ନ୍ଯୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ଖବର ଅନୁଯାୟୀ, ଏହି ଘଟଣା ସାମନାକୁ ଆସିଲା ପରେ ଜୋରହାଟ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏକ ନୋଟିସ ଜାରି କରିଥିଲେ।
ଜିଲ୍ଲା ମାଜିଷ୍ଟ୍ରେଟ୍ ଅଶୋକ କୁମାର ବର୍ମନ ଏହି ଘଟଣାରେ ସମ୍ପୃକ୍ତ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟ କର୍ମଚାରୀ ମାନେ ତାଙ୍କୁ କହିଥିଲେ ଯେ ସେମାନେ ଏହି ବିଷୟରେ ଅଜ୍ଞାନ୍ତ ଥିଲେ ଯେ ଛାତ୍ରଟି ପ୍ରାର୍ଥନା ସଭାରେ ଅଜାନ ପଢିବ। ସେହି ଛାତ୍ର କେବଳ ନିଜର ପ୍ରଥିବା ଦେଖାଇବା ପାଇଁ ଅଜାନ ପଢିଥିଲା।
ଉପରୋକ୍ତ ତଥ୍ୟ ଦ୍ଵାରା ପ୍ରମାଣିତ ହେଉଛି ଯେ ଭାଇରାଲ ଭିଡିଓ ଝାରଖଣ୍ଡର ନୁହେଁ ବରଂ ଆସାମର ଅଟେ।
ଆମେ ଆମ ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ନିକଟରେ ଝାରଖଣ୍ଡର ଗରୱା ଜିଲ୍ଲାର ସାଦର ବ୍ଲକ୍ ଅନ୍ତର୍ଗତ କୋରବାଡିରେ ଅବସ୍ଥିତ ଏକ ବିଦ୍ୟାଳୟରେ ହାତ ନଯୋଡ଼ି ମୁସ୍ଲିମ ମାନଙ୍କ ପରି ହାତ ବାନ୍ଧି ପ୍ରାର୍ଥନା କରିଥିଲେ।
ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ଥିବାରୁ ବିଦ୍ୟାଳୟ ଉପରେ ଚାପ ପକାଇ ପ୍ରାର୍ଥନା କରିବା ପ୍ରକ୍ରିୟା ବଦଳାଇଥିବା ଅଭିଯୋଗ ସାମନାକୁ ଆସିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ଏହି ଘଟଣା ନେଇ ଶିକ୍ଷା ଅଧିକାରୀଙ୍କୁ ସୂଚିତ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଝାରଖଣ୍ଡ ସହିତ କୌଣସି ସମ୍ବନ୍ଧ ନାହିଁ। ଆସାମର ଏକ ବିଦ୍ୟାଳୟରେ ଅଜାନ ପଢୁଥିବାଏହି ଭିଡିଓକୁ ଝାରଖଣ୍ଡର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:ଆସାମର ଏକ ବିଦ୍ୟାଳୟରେ ଅଜାନ ପଢୁଥିବା ଏହି ଭିଡିଓକୁ ଝାରଖଣ୍ଡର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
