କ’ଣ ଏହା ଗୁଜରାତ ପୋଲିସ ଜଣେ ବାଇକ୍ ଚାଳକକୁ ଅତ୍ୟାଚାର କରୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

False Social

ବର୍ତମାନ ସୋସିଆଲ ମିଡିଆଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସକର୍ମୀ ନିଜ ଗାଡ଼ି ଦ୍ଵାର ଖୋଲିଥିବା ସମୟରେ ବାଇକ୍ ଚଳେଇ ଆସୁଥିବା ବ୍ୟକ୍ତି ପୋଲିସ ଗାଡ଼ି ସହିତ ଢକା ହେଇ ପଡ଼ି ଗଲେ। ଏହା ପରେ ପୋଲିସ ତାଙ୍କୁ ଅତ୍ୟାଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। 

ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

12 ନଭେମ୍ବରରେ ଓଡ଼ିଶା ଲିଙ୍କ ନାମକ ଫେସବୁକ ଗ୍ରୁପରେ ପୋଷ୍ଟ କରା ଯାଇଥିବା ଭିଡିଓରେ ଦାବି କରା ଯାଇଅଛି ଯେ ଗୁଜରାତ ପୋଲିସ ଦୁର୍ଘଟଣା ପରେ ଜଣେ ବାଇକ୍ ଚାଳକଙ୍କୁ ବିନା କୌଣସି ଅଭିଯୋଗରେ ଅତ୍ୟାଚାର କରୁଛନ୍ତି। 

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଇନଭିଡ ୱି ଭେରୀଫାଏ ଟୁଲ ସାହାଜ୍ଯତାରେ ଭିଡିଓକୁ ବିଭି ନ୍ନଫ୍ରେମ୍ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ 10 ନଭେମ୍ବର ରେ ଭୋପାଳ ସମାଚାର ନାମକ ୟୁଟ୍ୟୁବ ଚ୍ୟାନାଲରେ ପୋଷ୍ଟ କରା ଯାଇଥିବା ଭିଡିଓ ପ୍ରସାରିତ ହେଉଥିବା ପାଇଲୁ। ଏହି ଭିଡିଓରେ କୁହା ଯାଇଅଛି ଯେ ଇନ୍ଦୋର ପୋଲିସ ଭୁଲ ସ୍ଥାନରେ ଗାଡ଼ି ପାର୍କ କରିଥିଲା ଏବଂ ବିନା ରାସ୍ତା ଦେଖି ଗାଡ଼ିର ଦ୍ଵାର ଖୋଲିଲା। ଦୁର୍ଘଟଣା ପରେ ଜଣେ ବୟସ୍କ ଲୋକଙ୍କୁ ମଧ୍ୟ ଅତ୍ୟାଚାର କରିଲା। ଏହି ଚ୍ୟାନାଲର ଫୁଟ୍ନୋଟ୍ ରେ କୁହା ଯାଇଅଛି ଯେ ସେହି ପୋଲିସକର୍ମୀଙ୍କୁ ନିଲମ୍ବିତ କରି ଦିଆ ଯାଇଅଛି। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ କରିଲା ପରେ 10 ନଭେମ୍ବରରେ ନ୍ୟୁଜ ନେସନ୍ ଟିଭି ନାମକ ପତ୍ରିକାରେ ଏହି ବିଷୟରେ ସମ୍ବାଦ ପ୍ରକାଶିତ ହେଇଛି। ଏହି ସମ୍ବାଦରେ କୁହା ଯାଇଅଛି ଯେ ପୋଲିସ ଅସାବଧାନତାରେ ଗାଡ଼ି ଦ୍ଵାର ଖୋଲିଥିବାରୁ ଗୋଟିଏ ବାଇକ୍ ରେ ଆସୁଥିବା ଦୁଇଟି ଲୋକ ଦୁର୍ଘଟଣା ଶିକାର ହେଇଥିଲେ। ଭିଡିଓ ଭାଇରାଲ ହେଲା ପରେ ବାସକ ଲୋଙ୍କଙ୍କୁ ଅତ୍ୟାଚାର କରୁ ଥିବା ପୋଲିସକୁ ନିଲମ୍ବିତ କରି ଦିଆ ଯାଇଅଛି। ପୋଲିସ ସେହି ବୟସ୍କ ଲୋକଙ୍କୁ ମାରିଲା ପରେ ତାଙ୍କୁ ଜବରଦସ୍ତ କରି ପୋଲିସ ଜିପ୍ ରେ ଭର୍ତି କରିଥିଲେ। 

NN.jpg

News Nation | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଭିଡିଓରେ ଅତ୍ୟାଚାର କରୁଥିବା ପୋଲିସକର୍ମୀ ଗୁଜରାଟ ପୋଲିସ ହେଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି ଘଟଣା ଇନ୍ଦୋରରେ ଘଟିତ। ଅଭିଯୋଗୀ ଇନ୍ଦୋର ପୋଲିସ କର୍ମଚାରୀ ଅଟନ୍ତି।

Avatar

Title:କ’ଣ ଏହା ଗୁଜରାତ ପୋଲିସ ଜଣେ ବାଇକ୍ ଚାଳକକୁ ଅତ୍ୟାଚାର କରୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *