କ’ଣ କୋରୋନା ରୋଗୀଙ୍କ ମୃତ ଶରୀର କୁ ଚୀନ ସମୁଦ୍ରରେ ଫୋପାଡ଼ି ଦୁନିୟା ରେ କୋରୋନା ସଙ୍କ୍ରାମାନ ବିସ୍ତାର କରିବା କୁ ଚାହୁଁଛି? ଜାଣନ୍ତୁ ସତ୍ୟ।

False Social
image.jpg

୧୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଗୋଟିଏ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଚୀନ କୋରୋନା ସଂକ୍ରମଣ ରେ ମୃତ୍ୟୁ ହେଇଥିବା ମର ଶରୀର କୁ ସମୁଦ୍ର ଦ୍ଵାରା ବିଭିନ୍ନ ଦେଶ କୁ ପଠାଇଛି। କିଛି କୋରୋନା ସଂକ୍ରମିତ ଶରୀର ସମୁଦ୍ର ଦ୍ଵାରା ଭାସି ଭାସି ଭାରତ ରେ ମଧ୍ୟ ପହଞ୍ଚିଛି ବୋଲି ମଧ୍ୟ ଦାବି କରିଛନ୍ତି। 

ଏହା ପରେ ଆମେ ଭିଡିଓ ଦେଖିଲୁ। ଭିଡିଓ ରେ କୁହା ଯାଇଅଛି ଯେ ଯେଉଁ ଶବ ସମୁଦ୍ର କୁଳ ରେ ପଡ଼ିଥିବା ମିଳିଛି, ଏହି ଶବ ଗୁଡ଼ିକ ଚୀନ ରେ ହେଇଥିବା କୋରୋନା ରୋଗୀଙ୍କ ମୃତ ଶରୀର। ଦୁନିୟା ଠାରୁ କୋରୋନା ବିଷୟରେ ଲୁଚାଇବା ପାଇଁ ଚୀନ ଏହି କୋରୋନା ସଂକ୍ରମଣ ମୃତ ଶରୀର କୁ ସମୁଦ୍ରରେ ଫୋପାଡ଼ି ଦେଇଥିଲା। ବର୍ତମାନ ଏହି ଶବ ତାଇଵାନ, ହଙ୍ଗକଙ୍ଗ ଇତିଯାଡି ଦେଶ କୁ ବହିକି ପହଞ୍ଚି ସାରିଛି। ସମୁଦ୍ର ଜୀବ ଏହି ଶବ କୁ ଖାଇ ସଂକ୍ରମଣ ହେଇଛନ୍ତି ବୋଲି ମଧ୍ୟ ଦାବି କରା ଯାଇଅଛି। ଏହି ଭିଡିଓ କେଉଁ ଦେଶର ଏହା ସ୍ପଷ୍ଟ ହେଇ ନାହିଁ କିନ୍ତୁ ଏହି ଶବ ଚୀନ ଦ୍ଵାରା କୋରୋନା ସଂକ୍ରମଣ ରୋଗୀଙ୍କର ଶବ ଅଟେ। 

https://www.facebook.com/rajindia.odisha/videos/2536331016680866/

Archive

2 ଅକ୍ଟୋବର ୨୦୧୮ ମସିହାରେ ଏହି ଭିଡିଓ ୟୁଟ୍ୟୁବ ରେ ମଧ୍ୟ ଦେଖିବା କୁ ମିଳିଥିଲା। ଏହି ଭିଡିଓ ରେ ଦାବି କରା ଯାଇଅଛି ଯେ ଇଣ୍ଡୋନେସିଆ ଆସିଥିବା ଭୂମିକମ୍ପ ଏବଂ ସୁନାମୀ ରେ କେଉଁ ପରି ଲୋକଙ୍କ ମରୁତ ହେଇଛି। 

https://www.youtube.com/watch?v=w6Ls0ctlen4

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ବିଷୟରେ କିଛି ତଥ୍ୟ ମିଳିଲା। ୨୬ ଅଗଷ୍ଟ ୨୦୧୪ ମସିହାରେ ମେଲ ଅନ୍ଲାଇନ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ତ୍ରିପୋଲି ଆଞ୍ଚଲ ରୁ ୩୦ ମିଲ ଦୂରରେ ଆଫ୍ରିକୀୟ ପ୍ରବାସୀ ମାନଙ୍କ ମୃତ ଶରୀର ଦେଖିବା କୁ ମିଳିଛି। ଲିବିୟା ଦେଶର ସମୁଦ୍ର କୁଳ ଠାରୁ ଗୋଟିଏ ମିଲ ଦୂରତା ରେ ୨୦୦ ପ୍ରବାସୀ ନେଇ ଆସୁଥିବା ଗୋଟିଏ ନଉକା ସମୁଦ୍ରରେ ଡୁବି ଯାଇଥିଲା। ମୃତ ଲୋକଙ୍କ ମଧ୍ୟରୁ ୫ ଜଣ ଶିଶୁ ଥିବା ଜଣା ପଡିଛି। ଲିବିୟା ତଟରକ୍ଷୀ ବାହିନୀ ଅବଦୁଲ ଲତୀଫ ମୂହମ୍ମଦ ଇବ୍ରାହିମଙ୍କ କହିବା ଅନୁଯାୟୀ କେବଳ ୧୬ ଲୋକଙ୍କ କୁ ବଞ୍ଚାଇବାରେ ସକ୍ଷମ ହେଇଛନ୍ତି ଏବଂ ୧୫ ଶବ ପୁନରୁଉଦ୍ଧାର କରିଛନ୍ତି। ଅନ୍ୟ ୧୭୦ ଲୋକଙ୍କୁ ସମୁଦ୍ରରେ ଖୋଜା ଚାଲିଛି। 

daily mail.jpg

Dailymail | Archive

ଏହା ପରେ ଆମେ ଏହି ବିଷୟ ନେଇ ୟୁଟ୍ୟୁବରେ ମଧ୍ୟ ସର୍ଚ କରିଲୁ। ୨୫ ଅଗଷ୍ଟ ୨୦୧୪ ମସିହାରେ ୟୁରୋ ନ୍ୟୁଜ ନିଜ ୟୁଟ୍ୟୁବ ଛେନାଲ ରେ ଏହି ଘଟନା ନେଇ ଗୋଟିଏ ଭିଡିଓ ପ୍ରସାରିତ କରିଛି। ଏହି ଭିଡିଓରେ କୁହା ଯାଇଅଛି ଯେ ଲିବିୟା ସମୁଦ୍ର କୁଳ ରେ କିଛି ପ୍ରବାସୀ ମାନଙ୍କ ଶବ ଦେଖିବା କୁ ମିଳିଛି। ୧୦୦ ରୁ ଅଧିକ ଶବ ପୁନରୁଦ୍ଧାର କରା ଯାଇସାରିଛି। ସାଂମୁଦ୍ର ରେ ନଉକା ଡୁବିଲାରୁ ଏହି ଘଟଣା ଘଟିଛି। ତଟରକ୍ଷୀ ବାହିନୀଙ୍କ କହିବା ଅନୁଯାୟୀ ଆହୁରି ଶବ ଲିବୀୟ ତଟ କୁ ଆସି ପାରେ। ଏହି ପ୍ରବାସୀ ମାନଙ୍କ ପାଖରେ କୌଣସି କାଗାଜ ନ ଥିବାରୁ ଶବ ଚିହ୍ନଟ କରିବା ରେ ଅସୁବିଧା ହେଉଛି। ଅନୁମାନ କରା ଯାଉଛି ଯେ ଏହି ଶବ ଗୁଡ଼ିକ ଆଫିକା ଦେଶ ଲୋକ ମାନଙ୍କର ଯେଉଁ ମାନେ ସମୁଦ୍ର ମାଧ୍ୟମ ରେ ଇଟାଲୀ ଯିବା ଚେଷ୍ଟା କରୁଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୪ ମସିହାର ଅଟେ। ଆଫ୍ରିକା ରୁ ଇଟାଲୀ ଯାଉଥିବା ପ୍ରବାଶି ମାନଙ୍କ ନୌକା ସମୁଦ୍ରରେ ଡୁବି ଯାଇଥିବା ରୁ ତାଙ୍କ ଶବ ଲିବିୟା ସମୁଦ୍ର କୁଳରେ ବହିକି ପହଞ୍ଚି ଥିଲା। ଏହି ଭିଡିଓରେ ଘଟିଥିବା ଘଟଣାର କୋରୋନା ବା ଚୀନ ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ କୋରୋନା ରୋଗୀଙ୍କ ମୃତ ଶରୀର କୁ ଚୀନ ସମୁଦ୍ରରେ ଫୋପାଡ଼ି ଦୁନିୟା ରେ କୋରୋନା ସଙ୍କ୍ରାମାନ ବିସ୍ତାର କରିବା କୁ ଚାହୁଁଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *