
ବିଶ୍ଵରେ କୋରୋନା ବ୍ୟାପିବା ପରେ ଏହା କୁ ନେଇ ଅନେକ ଗୁଜବ ସୃଷ୍ଟି ହେଇଛି। ଏହା କୁ ନେଇ ଲୋକେ ସୋସିଆଲ ମିଡିଆ ରେ ନିଜ ମତ ଏବଂ ପରାମର୍ଶ ଦେଇଥିବା ଦେଖିବା କୁ ମଧ୍ୟ ମିଳିଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି ଅନେକ ଗୁଜବ ଯେଉଁଟା ସୋସିଆଲ ମିଡିଆରେ ଭାଇରାଲ ହେଇଛି ତାହା ବୁସେରେ ସତ୍ୟ ଲୋକଙ୍କ ସାମନା କୁ ଆଣିଛି। ୧୪ ଜୁଲାଇ ୨୦୨୦ ରେ ଜଣେ ବ୍ୟକ୍ତି ଶରେଛାତ ଏପ୍ ରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ରୟାଲ ସ୍ତ୍ଯାଗ ନାମକ ମଦ ବୋତଲ ରେ ଏଣ୍ଟି କୋରୋନା ଲେଖା ହେଇଥିବା ଦେଖିବା କୁ ମିଳିଛି। ଆସନ୍ତୁ ଜାଣିବା ଏହା ସତ୍ୟ ନା ମିଥ୍ୟା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭୁବନେଶ୍ବର ର ଚନ୍ଦ୍ରଶେଖରପୁର ଆଞ୍ଚଲ ଠିପି ବନ୍ଦ ମଦ ଦୋକାନ ଯାଇ ରୟାଲ ସ୍ତ୍ଯାଗ ବୋତଲ କିଣି କି ଆଣିଲୁ। ବୋତଲ ଦେଖିଲା ପରେ ଆମକୁ ଏହି ବୋତଲ ରେ କେଉଁ ଠାରେ ମଧ୍ୟ ଏନ୍ଟି କୋରୋନା ଲେଖା ଯାଇଥିବା ଦେଖିବା କୁ ମିଳିଲା ନାହିଁ।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ରୟାଲ ଷ୍ଟାଗ ଉତ୍ପାଦନ କରୁ ଥିବା କମ୍ପାନୀ ଷିଗ୍ରାମ ଅଫିସ ଫୋନ ଲଗେଇ କାର୍ଯ୍ୟନିର୍ବାହୀଙ୍କୁ ଏହି ବିଷୟରେ ପଚରାଉଚରା କରିଲୁ। ସିଗ୍ରାମ କମ୍ପାନୀ କାର୍ଯ୍ୟନିର୍ବାହିନୀଙ୍କ କହିବା ଅନୁଯାୟୀ ଏପରି କୌଣସି ବୋତଲରେ ଲେଖା ଯାଇ ନାହିଁ। ସେ ଏହି ପୋଷ୍ଟର ଦାବି କୁ ଖାନଧନ କରି ମିଥ୍ୟା ବୋଲି କହିଲେ।
ଏହା ପରେ ଆମେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ୱେବସାଇଟ ଯାଇ ମଦ ସେବନ କରିଲେ କୋରୋନା ଉପରେ କଣ ପ୍ରଭାବ ପଡ଼ି ଥାଏ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବା କୁ ପାଇଲୁ ଯେ WHO କହିବା ଅନୁଯାୟୀ ମଦ ସେବନ କୋରୋନା ବିପକ୍ଷରେ କୌଣସି ସୁରକ୍ଷା ପ୍ରଦାନ କରେ ନାହିଁ, ଏହା ପରିବର୍ତ୍ତେ ମଦ ଶରୀରକୁ କ୍ଷତି କରି ଥାଏ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ରୟାଲ ସ୍ତ୍ଯାଗ ବୋତଲ ରେ ଏନ୍ଟି କୋରୋନା ବୋଲି ଲେଖା ଯାଇ ନାହିଁ। ଏହା କମ୍ପ୍ୟୁଟର ଗ୍ରାଫିକ୍ଷ ସାହାଜ୍ଯତା ରେ ଲେଖା ଯାଇ ଅଛି। WHO ମଧ୍ୟ ସ୍ପଷ୍ଟ କରିଛି ଯେ ମଦ ଦ୍ଵାରା କୋରୋନା ଠାରୁ ସୁରକ୍ଷା ମିଳେ ନାହିଁ, ଏହା ପରିବର୍ତ୍ତେ ମଦ ଶରୀର ପାଇଁ କ୍ଷତିକାରକ ଅଟେ।

Title:କ’ଣ ମଦ ସେବନ କରିଲେ କୋରୋନା ଭୂତାଣୁ ନଷ୍ଟ ହୋଇଥାଏ? କ’ଣ ବର୍ତମାନ ବଜାରରେ ମଦ ବୋତଲ ରେ ଏନ୍ଟି କୋରୋନା ଲେଖା ହେଇଥିବା ମିଳୁଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False