
ଜୋ ବାଇଡେନ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟୁଇଟ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଉତ୍ତରରେ ଜୋ ବାଇଡେନ ମୋଦୀଙ୍କୁ ବିଶ୍ଵ ନେତା ଭାବରେ ସମ୍ବୋଧିତ କରିଛନ୍ତି। ଏହି ଟୁଇଟର ଫୋଟୋ ସୋସିଆଲ ମିଡିଆରେ କରା ଯାଉଅଛି।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବୀ ଏହି ପୋଷ୍ଟର?
21 ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଟୁଇଟର ଫୋଟୋ ଶେୟାର କରି ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜୋ ବାଇଡେନଙ୍କ ଶପଥ ଗ୍ରହଣ କରିଲା ପରେ ତାଙ୍କୁ ଟୁଇଟ ମାଧ୍ୟମରେ ଶୁଭେଛା ଜଣାଇଲା ପରେ ଜୋ ବାଇଡେନ ଏହାର ଉତାରରେ ମୋଦୀଙ୍କୁ ଜଣେ ବିଶ୍ଵ ନେତା ଭାବରେ ସମ୍ବୋଧିତ କରିଛନ୍ତି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟ ନେଇ ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟ ସର୍ଚ କରିଲୁ। 20 ଜାଉଆରିରେ ନରେନ୍ଦ୍ର ମୋଦୀ ଟୁଇଟ ମାଧ୍ୟମରେ ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଜୋ ବାଇଡେନଙ୍କୁ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ଵ ଗ୍ରହଣ କରିବାରୁ ମୋର ହାର୍ଦିକ ଅଭିନନ୍ଦନ। ଭାରତ ଆମେରିକାର ସମ୍ପର୍କ ଦୃଢ କରିବା ପାଇଁ ମୁଁ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ।“
ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଟୁଇଟର ଫୋଟୋକୁ ଦେଖିଲୁ। ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଯେଉଁ ଟୁଇଟର ଏକାଉଣ୍ଟରୁ ଏହି ଟୁଇଟ କରା ଯାଇଅଛି ସେହି ଏକାଉଣ୍ଟ ରାଷ୍ଟ୍ରପତି ବାଇଡେନଙ୍କ ଏକାଉଣ୍ଟ ନୁହେଁ। ଭାଇରାଲ ହେଉଥିବା ଟୁଇଟର ଫୋଟୋରେ ବାଇଡେନଙ୍କ ନାମ ପାଖରେ ଟୁଇଟରର ଭେରୀଫାଏଡ୍ ଚିହ୍ନ ନାହିଁ। ଏହି ଫୋଟୋରେ ଟୁଇଟର ହେଣ୍ଡେଲର ନାମ ମଧ୍ୟ ତାଙ୍କ ଅସଲି ଟୁଇଟର ହେଣ୍ଡେଲ ଠାରୁ ଭିନ୍ନ ଅଟେ। ତଳେ ଆପଣ ଏହି ଦୁଇଟି ଟୁଇଟର ତୁଳନା ଦେଖି ପାରିବେ।

ଏହା ପରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା କରା ଯାଇଥିବା ଟୁଇଟର ଥ୍ରେଡ୍ ରେ ମଧ୍ୟ ଜୋ ବାଇଡେନଙ୍କ ଦ୍ଵାରା କରା ଯାଇଥିବା କୌଣସି ଟୁଇଟ ଦେଖିବାକୁ ମିଳିଲା ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଟୁଇଟ ଫୋଟୋ ଜୋ ବାଇଡେନଙ୍କ ଟୁଇଟର ଠାରୁ ଭିନ୍ନ ଅଟେ। ପୋଷ୍ଟରେ କରା ଯାଇଥିବା ଦାବିକେ କୌଣସି ସତ୍ୟତା ନାହିଁ। ନକଲି ଟୁଇଟ ପୋଷ୍ଟ କରି ଲୋକଙ୍କୁ ଭ୍ରମିତ କରା ଯାଉଅଛି।

Title:କ’ଣ ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ନରେନ୍ଦ୍ର ମୋଦୀଙ୍କୁ ନେଇ ଟୁଇଟ କରି ତାଙ୍କୁ ବିଶ୍ଵ ନେତା ବୋଲି ସମ୍ବୋଧିତ କରିଛନ୍ତି?
Fact Check By: Siddharth SahuResult: False