କ’ଣ ନିର୍ବାଚନ ଜିତିବା ପରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ପରୋକ୍ଷରେ ମୋଦୀଜିଙ୍କ ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

Misleading Political

କିଛି ମାସ ପୂର୍ବରୁ ଆମେରିକାରେ ହେଇଥିବା ହାଉଡି ମୋଦୀ କାର୍ଜ୍ୟକ୍ରମରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଜନତାକୁ ସମ୍ବୋଧିତ କରି “ଅବ୍ କି ବାର ଟ୍ରମ୍ଫ ସରକାର” ନାରା ଲଗାଇଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ଆମେରିକା ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିର୍ବାଚନ ହାରିଯାଇଛନ୍ତି। ଜୋ ବିଡେନ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିଯୁକ୍ତ ହେଇଛନ୍ତି। ଏହି ଘଟଣାକୁ ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଜୋ ବିଡେନଙ୍କ ଦ୍ଵାରା ଗୋଟିଏ ଟୁଇଟର ଫୋଫୋ ଶେୟାର କରା ଯାଇଅଛି। 

ଫେକ୍ଟ କୃସେନଦୀ ଏହି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୮ ନଭେମ୍ବରରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନଙ୍କ ଗୋଟିଏ ଟୁଇଟ ପୋଷ୍ଟ କରିଛନ୍ତି। ଏହି ଟୁଇଟରେ ଲେଖା ଯାଇଅଛି ଯେ “ମୁଁ ସବୁ ଭୁଲି ଯାଇ ପାରିବି କିନ୍ତୁ ଅବ୍ କି ବାର ଟ୍ରମ୍ଫ ସରକାର ନାରା ଏବଂ ନାରା ଲଗାଇଥିବା ବ୍ୟକ୍ତିକୁ ସଦା ବେଳେ ମାନେ ରଖିବୀ। “

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ଯାଇ ଜୋ ବିଡେନଙ୍କ ଏକାଉଣ୍ଟ ସର୍ଚ କରିଲୁ। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ଟୁଇଟ ୮ ନଭେମ୍ବରରେ କରା ଯାଇଅଛି। ଜୋ ବିଡେନଙ୍କ ଟୁଇଟର ହେଣ୍ଡେଲ ରେ ସର୍ଚ କରିଲା ପରେ ଆମକୁ ଏପରି କୌଣସି ଟୁଇଟ କରା ଯାଇଥିବା ମିଳିଲା ନାହିଁ। 

ଆମେରିକା ନିର୍ବାଚନ ଉପରେ ସାରା ବିଶ୍ଵର ସମସ୍ତ ଦେଶ ନଜର ରଖିଥାନ୍ତି। ଯଦି ଏପରି କୌଣସି ଟୁଇଟ ଆମେରିକା ରାଷ୍ଟ୍ରପତି କରିଥାନ୍ତେ ତେବେ ଏହି ଖବର ଅନେକ ସମ୍ବାଦର ମୁଖ୍ୟ ଖବର ହେଇଥାନ୍ତା। କିନ୍ତୁ ଆମକୁ ଗୁଗୁଲ ସର୍ଚ ଦ୍ଵାରା ଏପରି କୌଣସି ସମ୍ବାଦ ଇଣ୍ଟର୍ନେଟରେ ଦେଖିବାକୁ ମିଳିଲା ନାହିଁ। 

tweet.jpg

Twitter | Archive

ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଟୁଇଟକୁ ଗମ୍ଭୀରଟା ସହିତ ଦେଖିଲୁ। ଦେଖିଲା ପରେ ଏହି ଟୁଇଟରେ ଅନେକ ବ୍ଯାକରଣଗତ ତ୍ରୁଟି ଦେଖିବାକୁ ମିଳିଲା। ଏହି ଟୁଇଟରେ ଅନେକ ଭୁଲ ଦେଖିବାକୁ ମିଳିଛି। 

fb.jpg

ଏହା ପରେ ଆମେ ଇଣ୍ଟର୍ନେଟରେ କେଉଁ ପରି ଟୁଇଟ ସୃଷ୍ଟି କରନ୍ତି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଟୁଇଟଜେନ୍ ନାମକ ୱେବସାଇଟ ସାହାଜ୍ଯତାରେ ଟୁଇଟ ସୃଷ୍ଟି କରି ହେବା ବିଷୟରେ ଆମେ ଜାଣିବାକୁ ପାଇଲୁ। ଏହି ୱେବସାଇଟ ମାଧ୍ୟମରେ ନକଲି ଟୁଇଟ ସୃଷ୍ଟି କରି ହେବା ସମ୍ଭବ ଯେଉଁଟା ଅସଲି ଟୁଇଟ ସମାନ ଦେଖା ଯାଏ। ତଳେ ଦିଆ ଯାଇଥିବା ଭିଡିଓରେ ଆପଣ ଦେଖି ପାରିବେ କେଉଁ ପ୍ରକାର ଦାବି କରା ଯାଇଥିବା ଟୁଇଟ ସୃଷ୍ଟି କରା ଯାଇଅଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଜୋ ବିଡେନ ଏପରି କୌଣସି ଟୁଇଟ କରି ନାହାନ୍ତି। ଅନ୍ୟ ୱେବସାଇଟ ସାହାଜ୍ଯତାରେ ଏହି ନକଲି ଟୁଇଟ ସୃଷ୍ଟି କରା ଯାଇଅଛି। 

Avatar

Title:କ’ଣ ନିର୍ବାଚନ ଜିତିବା ପରେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ପରୋକ୍ଷରେ ମୋଦୀଜିଙ୍କ ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *