
କିଛି ଦିନ ପୂର୍ବରୁ ଆଜ୍ ତକ୍ ସାମ୍ବାଦିକ ରୋହିତ ସରଦାନାଙ୍କର କରୋନା ଚିକିତ୍ସା ସମୟରେ ହୃଦଘାତରେ ମୃତ୍ୟୁ ବରଣ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ବିଷୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମସ୍କ ପିନ୍ଧି ଏବଂ ହାତରେ ବ୍ୟାଣ୍ଡେଜ୍ ଲଗାଇଥିବା ବ୍ୟକ୍ତି ଦେଶରେ ଚାଲିଥିବା କୋଭିଡମାହାମାରୀ ଅବସ୍ଥା ଖରାପ ହେବା ବିଷୟରେ କହୁଛନ୍ତି। ଭିଡିଓ ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ରୋହିତ ସରଦାନା ଅଟନ୍ତି ଏବଂ ଚିକିସ୍ତାଧୀନ ଅବସ୍ଥାରେ ମୃତ୍ୟୁର କିଛି ସମୟ ପୂର୍ବରୁ ଏହି ଭିଡିଓ କରିଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଆମ ଅନୁସନ୍ଧାନ:
ଭାଇରାଲ ହେଉଥିବା ଭିଡିଓ ଦେଖି ଆମେ ଅନୁସନ୍ଧାନ ଆରମ୍ଭ କରିଲୁ। ଫଳସ୍ୱରୂପ ଭିଡିଓର ଡାହାଣ ପାର୍ଶ୍ଵରେ ଆମକୁ “ଦୋ ବୋଲ” ଲେଖା ଯାଇଥିବା ମିଳିଲା। ଏହା ପରେ ଆମେ ୟୁଟ୍ୟୁବରେ ମୁଖ୍ୟଶବ୍ଦ ବ୍ୟବହାର କରି ଅନୁସନ୍ଧାନ କରିଲୁ। ଫଳାଫଳରେ ଆମକୁ “ଦୋ ବୋଲ” ନାମକ ୟୁଟ୍ୟୁବ ଚ୍ୟାନାଲ ମିଳିଲା ଯାହାର ଚିହ୍ନ ଭାଇରାଲ ହେଉଥିବା ଭିଡିଓରେ ଥିବା ଚିହ୍ନ ସହିତ ସମାନ ଦେଖାଗଲା। ସେହି ୟୁଟ୍ୟୁବ ଚ୍ୟାନାଲରେ ସର୍ଚ କରିଲା ପରେ ଆମକୁ ଭାଇରାଲ ହେଇଥିବା ସମାନ ଭିଡିଓ ଚଳିତ ବର୍ଷ 26 ଏପ୍ରିଲରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓର ଫୁଟନୋଟ୍ ରେ ଲେଖା ଯାଇଅଛି ଯେ “ମୃତ୍ୟୁ ମୁହଁରୁ ବାହାରିଲା ପରେ ସାମ୍ବାଦିକ ନବୀନ କୁମାର କାନ୍ଦୁଥିବା ସମୟରେ ଦେଶର ଯନ୍ତ୍ରଣା ବିଷୟରେ କହୁଛନ୍ତି।
ଫେକ୍ଟ କୃସେଣ୍ଡୋ ହିନ୍ଦୀ ଦଳ ସାମ୍ବାଦିକ ନବୀନ କୁମାରଙ୍କ ସହିତ ଯୋଗାଯୋଗ କରିଲା। ନବୀନ କୁମାର ନିଜେ ସୂଚନା ଦେଇଛନ୍ତି ଯେ ଭାଇରାଲ ଭିଡିଓରେ ବ୍ୟକ୍ତି ସେ ନିଜେ ଅଟନ୍ତି ଏବଂ ବର୍ତ୍ତମାନ ମଧ୍ୟ ତାଙ୍କ ଚିକିତ୍ସା ଚାଲିଛି।
ପରବର୍ତ୍ତୀ ଅନୁସନ୍ଧାନରେ 26 ଏପ୍ରିଲରେ ଆର୍ଟିକଲ୍ ୧୯ନାମକ ଫେସବୁକ ଏକାଉଣ୍ଟରେ ଭାଇରାଲ ହେଇଥିବା ଭିଡିଓର ୩୫ ମିନିଟର ସମ୍ପୂର୍ଣ ଭିଡିଓ ପ୍ରସାରିତ ହେଇଥିବା ମିଳିଲା।
ଏହା ପରେ ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୩୦ ଏପ୍ରିଲରେ ଇଣ୍ଡିଆ ଟୁଡେ ପତ୍ରିକା ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା ଯେଉଁଥିରେ ରୋହିତ ସରଦାନାଙ୍କୁ ନୋଏଡାର ମେଟ୍ରୋ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲରେ ଦାଖଲ କରା ଯାଇଥିଲା ଏବଂ ହୁଦଘାତରେ ତାଙ୍କ ମୃତ୍ୟୁ ଘଟିଥିଲା।

ଶେଷରେ ଫେକ୍ଟ କୃସେଣ୍ଡୋ ଆଜ୍ ତକ୍ ସହିତ ଯୋଗାଯୋଗ କରିଲା ଏବଂ ସେ ଆମକୁ ସୂଚନା ଦେଲେ ଯେ ଭାଇରାଲ ହେଉଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ ଏବଂ ଭିଡିଓରେ ଥିବା ବ୍ୟକ୍ତି ରୋହିତ ସରଦାନା ନୁହନ୍ତି।
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଉପରୋକ୍ତ ଦାବି ମିଥ୍ୟା ଅଟେ। ଭିଡିଓରେ ଦେଖା ଯାଉଥିବା ବ୍ୟକ୍ତି ସ୍ଵର୍ଗତ ରୋହିତ ସରଦାନା ନୁହନ୍ତି ବରଂ ଆର୍ଟିକଲ ୧୯ ଇଣ୍ଡିଆର ସାମ୍ବାଦିକ ନବୀନ କୁମାର ଅଟନ୍ତି।

Title:କ’ଣ ଭାଇରାଲ ହେଉଥିବା ଭିଡିଓ ଆଜ୍ ତକ୍ ର ଆଗ ଧାଡ଼ିର ସାମ୍ବାଦିକ ରୋହିତ ସରଦାନାଙ୍କ ସେଶ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
