
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀରେ ଗ୍ରାହକ ମାନଙ୍କୁ ମାଗଣା ଉପହାର ଦେଉଛି।
ଏହି ମେସେଜର ଫ୍ୟାକ୍ଟ ଚେକ୍ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ମାଧ୍ୟମରେ ଆସିଥିଲା।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ମେସେଜ୍ ଏକ ସ୍କ୍ୟାମ୍ ଅଟେ।

ଉପରୋକ୍ତ ଲିଙ୍କରେ ଦାବି କରା ଯାଇଛି ଯେ ବାର୍ବେକ୍ୟୁ ନେସନ୍ ୧୫ ତମ ବାର୍ଷିକୀ ଅବସରରେ ୬୦୦୦ ଧନରାଶି ଜିତିବାର ସୁଯୋଗ ଦେଉଛି।
ଆମ ଅନୁସନ୍ଧାନ:
ମେସେଜରେ ଦିଆ ଯାଇଥିବା ଲିଙ୍କ୍ ଦେଖି ଜାଣିବାକୁ ମିଳିଛି ଯେ ଏହା ବାର୍ବେକ୍ୟୁ ନେସନ୍ ୱେବସାଇଟରୁ ଆସି ନାହିଁ। ଏହା କାରଣରୁ ଏହି ମେସେଜ୍ ଏକ ସ୍କ୍ୟାମ୍ ହେଇଥିବାର ଆମକୁ ସନ୍ଦେହ ହେଲା।
ସତ୍ୟତା ଜାଣିବା ପାଇଁ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ବାର୍ବେକ୍ୟୁ ନେସନ୍ ୱେବସାଇଟରୁ ଜାଣିବାକୁ ମିଳିଲା ଯେ ୧୫ ତମ ବାର୍ଷିକୀ ଅବସରରେ ୧୮ ଜାନୁଆରୀରୁ ୨୨ ଜାନୁଆରୀ ଟକ ବାର୍ବେକ୍ୟୁ ନେସନ୍ ଗ୍ରାହକଙ୍କୁ ୧୫% ଡିଶ୍କାଉଣ୍ଟ ଦେଉଥିଲା। ଏହା ବାବଦ ଆଉ କୌଣସି ଉପହାର କିମ୍ବା ଶୁଭିଧା ମିଳୁଥିବାର କୌଣସି ସୂଚନା ଉପଲବ୍ଧ ନାହିଁ।

ଅଧିକ ସୂଚନା ଏକତ୍ର କରିବା ପାଇଁ ଆମେ ବାର୍ବେକ୍ୟୁ ନେସନ୍ ମ୍ୟାନେଜରକ ସହିତ ଯୋଗାଯୋଗ କରିଲୁ। ସେ ଆମକୁ କହିଲେ, “୬୦୦୦ ଧନରାଶି ଉପହାର ଦିଆ ଯାଉଥିବା ଦାବି ମିଥ୍ୟା ଅଟେ। ଏପରି କୌଣସି ଉପହାର ଦେବା ପାଇଁ ଆମକୁ ନିର୍ଦେଶ ମିଳି ନାହିଁ। ୱେବସାଇଟରେ ଯେଉଁ ୧୫% କେଶ୍ ବ୍ୟାକ୍ ଅଫାର ଅଛି ସେଇଟା କେବଳ ଜାନୁଆରୀ ମାସର କିଛି ତାରିଖ ଟକ ସୀମିତ ଥିଲା। ଜାନୁଆରୀ ମାସରେ ଏପରି ଅନେକ ଅଫାର ଆସିଥାଏ କାରଣ ନୂଆ ବର୍ଷ ଏବଂ ଅନ୍ୟାନ୍ୟ ଅବସ ରହିଥାଏ।”
୧୬ ଏପ୍ରିଲରେ ବାର୍ବେକ୍ୟୁ ନେସନ୍ ମଧ୍ୟ ଏକ ଟୁଇଟ ମାଧ୍ୟମରେ ଲୋକଙ୍କୁ ସାବଧାନ କରି କହିଛି, “ଏହା ଆମ ନଜରକୁ ଆସିଛି ଯେ କିଛି ୱେବସାଇଟ ଲୋକଙ୍କୁ ଏକ ପ୍ରତିଯୋଗୀତାରେ ଯୋଗଦାନ ଦେବା ପାଇଁ ପ୍ରୋତ୍ସାହିଇଟ କରୁଛନ୍ତି ଯେଉଁଠାରେ ବାର୍ବେକ୍ୟୁ ନେସନର ୧୫ ତମ ବାର୍ଷିକୀ ଅବସରରେ ୬୦୦୦ ଟଙ୍କା ଜିତିବା ସୁଯୋଗ ମିଳୁଛି। ଆମେ ସୂଚନା ଦେବାକୁ ଚାହୁଁଛୁ ଯେ ବାର୍ବେକ୍ୟୁ ନେସନ୍ ଏପରି କୌଣସି ଅଫାର ଦେଉ ନାହିଁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଇଟ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବାର୍ବେକ୍ୟୁ ନେସନ୍ ନିଜେ ସ୍ପଷ୍ଟ ଭାବରେ କହିଛି ଯେ ସେ ଏପରି କୌଣସି ଅଫାର ଗ୍ରାହକଙ୍କୁ ଦେଉ ନାହାଁନ୍ତୀ। ଭାଇରାଲ ଲିକ୍ ଏକ ପ୍ରକାରର ସ୍କ୍ୟାମ୍ ଅଟେ। ଆମେ ଆମ ପାଠକଙ୍କୁ ଏପରି ଲିଙ୍କ୍ ପ୍ରତି ସାବଧାନ ରହିବା ପାଇଁ ଅନୁରୋଧ କରୁଛୁ।
Title:କ’ଣ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବାର୍ବେକ୍ୟୁ ନେସନ୍ ନିଜ ୧୫ ତମ ବାର୍ଷିକୀ ଅବସରରେ ଗ୍ରାହକଙ୍କୁ ମାଗଣା ଉପହାର ଦେଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False


