କ’ଣ ମମତା ବାନେରିଜିଙ୍କ ଗୋଡ଼ ଦୁର୍ଘଟଣା ଏକ ପ୍ରହସନ ମାତ୍ର? ଜାଣନ୍ତୁ ସତ୍ୟ।

False Political

ବଙ୍ଗାଳ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜିଙ୍କର ଗୋଡ଼ ଆହତ ହେଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ବନ୍ଧିତ ଫେକ୍ଟ କୃସେଣ୍ଡୋ ଓଡ଼ିଆ ପୂର୍ବରୁ ମଧ୍ୟ କିଛି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଆ। 

ବର୍ତ୍ତମାନ ଏକ ନୂତନ ପୋଷ୍ଟ ସାମନାକୁ ଆସିଛି। ଏହି ପୋଷ୍ଟରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ମମତା ବାନେର୍ଜି ୱ୍ହିଲ୍ ଚେୟାରରେ ବସିଛନ୍ତି ଏବଂ ତାଙ୍କ ଗୋଡ଼ରେ ବ୍ୟାଣ୍ଡେଜ ଲାଗିଛି। ଦ୍ଵିତୀୟ ଫୋଟୋରେ ସେ ରାସ୍ତାରେ ଚାଲୁଥିବା ଦେଖିବାକୁ ମିଳିଛି। ପୋଷ୍ଟ ଦାବି ଅନୁଯାୟୀ ୧ ମଇ ରାତ୍ରି ୯ ଟା ୩୦ ସମୟରେ ତାଙ୍କ ଗୋଡ଼ ଆହତ ହେଇଥିଲା କିନ୍ତୁ ସେ ୨ ମଇ ମଧ୍ୟାହ୍ନ ୧୨ ଟା ୪୫ ସମୟରେ ରାସ୍ତାରେ ଚାଲୁଥିଲେ। ପୋଷ୍ଟରେ ଏହା ମଧ୍ୟ କୁହା ଯାଇଅଛି ଯେ ମମତା ବାନେର୍ଜିଙ୍କ ଗୋଡ଼ ଦୁର୍ଘଟଣା ଏକ ପ୍ରହସନ ଅଟେ। 

ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମଳୁ ୧୨ ମାର୍ଚରେ ଇଣ୍ଡିଆ ଟୁଡେ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକା ଅନୁଯାୟୀ କାର ଦ୍ଵାର ଯୋଗୁଁ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜିଙ୍କ ଗୋଡ଼ରେ ଆଘାତ ଲାଗିଥିଲା ବୋଲି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଥିଲେ। ଦୁଇ ଦିନ ଧରି ଚିକିସିତ ହେବା ପରେ ମମତାଏସକେଏମ ହସ୍ପିଟାଲରୁ ଡିସଚାର୍ଜ ହେଇଥିଲେ। 

ITV.jpg

India Today | Archive

ଏହା ପରେ ଆମେ ଭାଇରାଲ ହେଇଥିବା ଦ୍ଵିତୀୟ ଫୋଟୋର ମଧ୍ୟ ଅନୁସନ୍ଧାନ କରିଲୁ। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ୨୮ ନଭେମ୍ବର ୨୦୧୯ ମସିହାର ଟାଇମ୍ସ ନାଓ ପତ୍ରିକାରେ ଭାଇରାଲ ହେଉଥିବା ଫୋଟୋ ପ୍ରକାଶିତ ହେଇଥିବା ଦେଖିବାକୁ ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ପୁରୁଣା ଅଟେ। ପ୍ରଥମ ଏବଂ ଦ୍ଵିତୀୟ ଫୋଟୋ ଅଲଗା ଅଲଗା ସମୟର ଅଟେ। 

TN.jpg

Times Now | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ପୁରୁଣା ଅଟେ। ପ୍ରଥମ ଏବଂ ଦ୍ଵିତୀୟ ଫୋଟୋ ଅଲଗା ଅଲଗା ସମୟର ଅଟେ। ପ୍ରଥମ ଫୋଟୋ ଚଳିତ ବର୍ଷର ହେଇଥିବା ବେଳେ ଦ୍ଵିତୀୟ ଫୋଟୋ ୨୦୧୯ ମସିହାର ଅଟେ। ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ।

Avatar

Title:କ’ଣ ମମତା ବାନେରିଜିଙ୍କ ଗୋଡ଼ ଦୁର୍ଘଟଣା ଏକ ପ୍ରହସନ ମାତ୍ର? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *