କ’ଣ ଫୋଟୋରେ ମହିଳା ସହିତ ଥିବା ବ୍ୟକ୍ତି ଜବାହାରଲାଲ ନେହରୂ ଅଟନ୍ତି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମହିଳାଙ୍କ ନିକଟତର ହେବା ଦେଖିବାକୁ ମିଳିଛି। ଫୋଟୋରେ ଦେଖା ଯାଉଥିବା ବ୍ୟକ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ଅଟନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଏହି ସମାନ ପୋଷ୍ଟ ୨୧ ସେପ୍ଟେମ୍ବର ୨୦୧୯ରେ ମଧ୍ୟ ଫେସବୁକରେ ଭାଇରାଲ ହେଇଥିଲା। ଏହି ପୋଷ୍ଟରେ ନେହେରୁଙ୍କ ରଙ୍ଗିଲା ଚରିତ୍ର ପାଇଁ ଭାରତ ବହୁତ ପଛରେ ରହି ଯାଇଅଛି ବୋଲି କୁହା ଯାଇଅଛି। 

https://www.facebook.com/VishvHinduAkta/posts/746116285841247/

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ହାମ୍ପଷ୍ଟେଡ୍ ଥିଏଟର ଦ୍ଵାରା ଆୟୋଜିତ “ଡ୍ରଇଙ୍ଗ ଦି ଲାଇନ” ମଞ୍ଚ ନାଟକରୁ ଆସିଛି। 

search.png

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଏହି ଫୋଟୋ ୧୯୪୭ ମସିହାରେ ଭାରତର ବିଭାଜନ କରିବା ଏବଂ ପାକିସ୍ତାନ ଦେଶ ଗଠନ କରିବା ପାଇଁ ବ୍ରିଟିଶ ସରକାର ମାଉଣ୍ଟବ୍ୟାଟେନ୍ କୁ ପଠାଇବା ବିଷୟରେ ଏକ ମଞ୍ଚ ନାଟକ ଥିଲା। ଏହି ଫୋଟୋ ଆମକୁ ହାମ୍ପଷ୍ଟେଡ୍ ଥିଏଟର ୱେବସାଇଟରେ ଦେଖିବାକୁ ମିଳିଲା। 

hampsted.jpg

Hampstead Theatre | Archive 

ଏହି ୱେବସାଇଟରେ ଭାଇରାଲ ହେଉଥିବା ଫୋଟୋ ଖୋଲିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋରେ ଥିବା ବ୍ୟକ୍ତି ଏହି ନାଟକର ଅଭିନେତା ସିଳାସ କାରସୋନ ଅଟନ୍ତି ଏବଂ ତାଙ୍କ ସହିତ ଥିବା ମହିଳା ହେଉଛନ୍ତି ଜଣେ ଅଭିନେତ୍ରୀ ଲୁସି ବ୍ଲାକ। ଏହି ନାଟକରେ ସିଳାସ କାରସୋନ ନେହେରୁ ଭୂମିକାରେ ଅଭିନୟ କରିଥିଲେ। 

silas.jpg

Hampstead Theatre 

ଏହି ବିଷୟରେ ଗୁଗୁଲରେ ସର୍ଚ କରିଲା ପରେ ଆମକୁ ୨ ଏପ୍ରିଲ ରେ ଗୋଟିଏ ୱେବସାଇଟରେ “ଡ୍ରଇଙ୍ଗ ଦି ଲାଇନ” ନାଟକ ବିଷୟରେ ଉଲ୍ଲେଖ କରା ଯାଇଅଛି। ଏହି ୱେବସାଇଟରେ କୁହା ଯାଇଅଛି ଯେ ୨୦୧୩ ମସିହାରେ ହାୱାର୍ଡ ବ୍ରେଣ୍ଟନଙ୍କ ନାଟକ “ଡ୍ରଇଙ୍ଗ ଦି ଲାଇନ” ଆମକୁ ବିଭାଜନର ଠିକ ପୂର୍ବ ସମୟକୁ ଫେରେଇ ନେଇଛି ଯେତେବେଳେ ବ୍ରିଟିଶ ସରକାର ଭାରତରେ ୨୦୦ ବର୍ଷ ଶାସନ କରିଲା ପରେ ଦେଶରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଥିଲେ।

asian culture.jpg

Asian Culture Vulture | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଫୋଟୋରେ ଥିବା ବ୍ୟକ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନୁହନ୍ତି। ଏହି ଫୋଟୋ “ଡ୍ରଇଙ୍ଗ ଦି ଲାଇନ” ନାମକ ମଞ୍ଚ ନାଟକର ଅଭିନେତା ସିଲାସ କାରଲୋଶ ଏବଂ ଲୁସି ବ୍ଲାକ ନାମକ ଅଭିନେତା ଏବଂ ଅଭିନେତ୍ରୀଙ୍କ ଫୋଟୋ ଅଟେ।

Avatar

Title:କ’ଣ ଫୋଟୋରେ ମହିଳା ସହିତ ଥିବା ବ୍ୟକ୍ତି ଜବାହାରଲାଲ ନେହରୂ ଅଟନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *