କ’ଣ ଭାଇରାଲ ଫୋଟୋ ନରେନ୍ଦ୍ର ମୋଦୀ ଦ୍ଵାରା ଆମେରିକାରେ ଥାଇ ଭାରତରେ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ କରାଇଥିବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False National

ଦିନକୁ ଦିନ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହେଉଛି। ଗତ କିଛି ବର୍ଷ ହେବ ଆମେ ଭାରତ ଦ୍ଵାରା କରା ଯାଇଥିବା ଅନେକ କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ଶୁଣିଛୁ। ତେଣୁ ସାମରିକ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି ବୋଲି କହି ପାରିବା। କ୍ଷେପଣାସ୍ତ୍ର ପରୀକ୍ଷାର କିଛି ଫୋଟୋ ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଳିଲା ଯେଉଁଥିରେ ଦାବି କରା ଯାଇଛି ଯେ କିଛି ଦିନ ପୂର୍ବରୁ ଭାରତ ସଫଳତାର ସହ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା ଏବଂ ଏହି ପରୀକ୍ଷଣ ନରେନ୍ଦ୍ର ମୋଦୀ ଆମେରିକାରେ ବସି କରାଇ ଦେଲେ।  

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଭାରତ କୌଣସି କ୍ଷେପଣାସ୍ତ୍ର ପରୀକ୍ଷା କିଛି ଦିନ ମଧ୍ୟରେ କରିଥିଲାକି। ଏହା ଜାଣିବା ପାଇଁ ଆମେ ପ୍ରଥମେ ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣ ସଂସ୍ଥା ଡି.ଆର.ଡି.ଓ ର ୱେବସାଇଟରେ ଯାଇ ଏହି ବିଷୟରେ ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ଏହି ସମ୍ବନ୍ଧିତ ସେପ୍ଟେମ୍ବର ମାସରେ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ କୌଣସି ସୂଚନା ଦିଆ ଯାଇ ନାହିଁ। ଆପଣ ମାନେ ଲିଙ୍କ୍ରରେ କ୍ଲିକ୍ କରି ସେପ୍ଟେମ୍ବର ମାସରେ ଡି.ଆର.ଡି.ଓ ଦ୍ଵାରା ବିଭିନ୍ନ ପରୀକ୍ଷଣ ଏବଂ କାର୍ଜ୍ୟାକଳାପ ବିଷୟରେ ଜାଣି ପାରିବେ। 

ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ, ଫଳାଫଳରେ ଆମକୁ ୨୩ ସେପ୍ଟେମ୍ବର ରେ ଇଣ୍ଡିଆ ଟୁଡେ ପତ୍ରିକାର ୱେବସାଇଟରେ ଭାଇରାଲ ଦାବି ବିଷୟରେ ତଥ୍ୟ ମିଳିଲା। ୱେବସାଇଟରେ ପ୍ରକାଶିତ ହେଇଥିବା ସମ୍ବାଦ ଅନୁଯାୟୀ ଡି.ଆର.ଡି.ଓ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ ହେଇଥିବା ଦାବିକୁ ଖଣ୍ଡନ କରି କହିଛି ଯେ ସେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ନାହିଁ। 

IT.jpg

ତେବେ ଭାଇରାଲ ଫୋଟୋର ସତ୍ୟତା କ’ଣ?

ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ଆମେ ପ୍ରତ୍ୟେକ ଫୋଟୋର ସତ୍ୟତା ଖୋଜି ବାହାର କରିଲୁ। 

ଫୋଟୋ ୧: ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସରକାରୀ ୱେବସାଇଟ ପିଆଇବିରେ ଏହି ଫୋଟୋ ୩ ଜୁନ୍ ୨୦୧୮ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟରେ କୁହା ଯାଇଛି ଯେ ସଖାଳ ୯.୪୫ ସମୟରେ ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ ହୋଇଥିଲା। 

screenshot-pib.gov.in-2021.09.25-11_07_10.jpg

PIB

ଫୋଟୋ ୨: 

ପୋଷ୍ଟ ହେଇଥିବା ଦ୍ଵିତୀୟ ଫୋଟୋର ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ସମାନ ଫୋଟୋ ଦି ନ୍ୟୁୟର୍କ ଟାଇମ୍ସ ପତ୍ରିକା ୱେବସାଇଟରେ ୧୮ ଜାନୁଆରୀ ୨୦୧୮ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋ ବିଷୟରେ କୁହା ଯାଇଛି ଯେ ଏହା ୨୦୧୩ ମସିହାର ଅଟେ। ଏହି କ୍ଷେପଣାସ୍ତ୍ରର କ୍ଷମତା ୩୦୦୦ ମିଲ୍ ଦୂର ଲକ୍ଷକୁ ମଧ୍ୟ ନଷ୍ଟ କରି ପାରିବ। 

NYT.jpg

The NewYork Times

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନିକଟରେ ଭାରତ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ କରି ନାହିଁ। ଡି.ଆର.ଡି.ଓ ନିଜେ ଏହି ଦାବିକୁ ଖଣ୍ଡନ କରିଛି। ପୋଷ୍ଟ ହେଇଥିବା ଫୋଟୋ ମଧ୍ୟ କିଛି ବର୍ଷ ପୁରୁଣା ଫୋଟୋ ଅଟେ। ସେଥିପାଇଁ ପୋଷ୍ଟର ଦାବି ଯେ ମୋଦୀଜି ଆମେରିକାରେ ବସି ଭାରତରେ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଭାଇରାଲ ଫୋଟୋ ନରେନ୍ଦ୍ର ମୋଦୀ ଦ୍ଵାରା ଆମେରିକାରେ ଥାଇ ଭାରତରେ ଅଗ୍ନି ୫ କ୍ଷେପଣାସ୍ତ୍ର ପରୀକ୍ଷଣ କରାଇଥିବା ଫୋଟୋ ଅଟେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *