
ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି। ଏହି କ୍ଲିପ୍ ରେ ଶୁଣିବାକୁ ମିଳିଛି ଯେ ମୋଦୀ ନିଜକୁ ଜଣେ ପଠାଣର ସନ୍ତାନ କହି ସମ୍ବୋଧିତ କରୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ଏକ ଛୋଟ କ୍ଲିପ୍ ଭାଇରାଲ କରା ଯାଇଛି।
ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ଗୁଡିକରେ ଲେଖା ଯାଇଛି ଯେ ୫ ଟଙ୍କିଆ ହଲଦିରାମ ଭୁଜିଆ ଖାଇବା ପରେ ମୋଦୀଜିଙ୍କ ଏପରି ଅବସ୍ଥା ହେଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ୟୁଟ୍ୟୁବରେ ସର୍ଚ୍ଚ କରିଲୁ। ସର୍ଚ୍ଚ କରିଲା ପରେ ଆମକୁ ଭାରତୀୟ ଜନତା ପାର୍ଟିର ଅଫିସିଆଲ ୟୁଟ୍ଯୂବ ଚ୍ୟାନାଲରେ ୨୩ ଫେବୃଆରି ୨୦୧୯ ମସିହାରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓର ୫୯.୪୫ ମିନିଟ ପରେ ଆମେ ମୋଦୀଜିଙ୍କୁ କହୁଥିବା ଶୁଣିବାକୁ ପାଇଲୁ, “ପାକିସ୍ତାନରେ ନୂତନ ସରକାର ଗଠନ ହୋଇଛି। ପ୍ରୋଟୋକୋଲ୍ ଅନୁଯାୟୀ ମୁଁ ତାଙ୍କ ସହିତ ଯୋଗାଯୋଗ କରି ଶୁଭେଚ୍ଚା ଜଣାଇଥିଲି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଯାହାକୁ ଲୋକେ ଏକ କ୍ରିକେଟର ବୋଲି ଜାଣିଛନ୍ତି, ମୁଁ ତାଙ୍କୁ କହିଥିଲି; ଭାରତ ଏବଂ ପାକିସ୍ତାନ ବହୁତ ଯୁଧ୍ୟ କରିଛନ୍ତି। ସେଥିରୁ ପାକିସ୍ତାନକୁ ମିଛି ହାସଲ ହୋଇ ନାହିଁ। ଆମେ ସମସ୍ତ ଯୁଧ୍ୟ ଜିତ୍ୟ ସାରିଛୁ ଆଉ ଏହି ସିଲସିଲା ଆଗକୁ ମଧ୍ୟ ଚାଲି ରହିବ। ମୁଁ ତାଙ୍କୁ ଏହା ମଧ୍ୟ କହି ଥିଲି ଯେ ଆପଣ କ୍ରିଡା ଜଗତରୁ ରାଜନୀତିରେ ଆସିଛନ୍ତି। ଆସନ୍ତୁ ଭାରତ ଏବଂ ପାକିସ୍ତାନ ମିଶି ଦାରିଦ୍ର୍ୟ ଏବଂ ଅଶିକ୍ଷା ବିରୁଦ୍ଧରେ ଲଢିବା। ସେ ମୋତେ ଏହା କହିଥିଲେ ଯେ ମୋଦୀଜି, ମୁଁ ପଠାଣର ଛୁଆ, ସତ୍ୟ କୁହେ ଏବଂ ସତ୍ୟ କରେ।”
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓରେ ମୋଦୀଜି ନିଜକୁ ପଠାଣର ଛୁଆ ବୋଲି ସମ୍ବୋଧିତ କରି ନାହାଁନ୍ତି।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ଅସଲି ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଏଡିଟିଙ୍ଗ ହୋଇଛି। ମୂଳ ଭିଡିଓରୁ ଜଣା ପଡିଛି ଯେ ମୋଦିଙ୍କ ସହିତ ବାର୍ତ୍ତାଳାପ ସମୟରେ ଇମ୍ରାନ ଖାନ ତାଙ୍କୁ ଯାହା କହିଥିଲେ ସେ ବିଷୟରେ ମୋଦୀ ନିଜ ଭାଷଣରେ କହୁଛନ୍ତି।

Title:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସଲି ଭିଡିଓରେ ସେ ନିଜକୁ ପଠାଣ ବୋଲି ସମ୍ବୋଧିତ କରି ନାହାନ୍ତି।
Fact Check By: Siddharth SahuResult: Missing Context
