
ସୋସିଆଲ ମିଡିଆରେ ଏକ ସୁନା ରଙ୍ଗର କାରର ଫୋଟୋ ଭାଇରାଲ ହେଉଛି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ସୁନା କାର ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ମୁକେଶ ଅମ୍ବାନୀ ନିଜ ବହୁ ପାଇଁ ଏହି କାର ବିଦେଶରୁ ମଗେଇଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି?
୧୩ ଏପ୍ରିଲରେ ଜେନ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ସୁନା ରଙ୍ଗର କାରର ଫୋଟୋ ସେୟାର କରି କହିଛନ୍ତି, “ନିଜ ବହୁ ପାଇଁ ବିଦେଶରୁ ସୁନାର କାର ମଗେଇଛନ୍ତି ମୁକେଶ ଅମ୍ବାନୀ, କିନ୍ତୁ ୟାଙ୍କ ଋଣ ସବୁ ଛାଡ଼ କରିବାରେ ବ୍ୟସ୍ତ। ଗରିବ ଲୋକ ଉପରେ ଋଣର ଚାପ ଅଧିକ ଥିବା ବେଳେ ଅମ୍ବାନୀ ଅଦାନୀଭଳି ଧନୀ ଲୋକ ମାନଙ୍କ ଉପରେ ଋଣ ଛାଡ଼ କରା ଯାଉଛି।”

ଆମ ଅନୁସନ୍ଧାନ:
ପୋଷ୍ଟର ଦାବିର ସତ୍ୟତା ଜାଣିବା ପାଇଁ ଆମେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମିଡିଆ ଦଳ ସହିତ ଯୋଗାଯୋଗ କରିଲୁ। ସେଠାରୁ ଆମକୁ ସୂଚନା ମିଳିଲା ଯେ “ଏହା ଏକ ପୁରୁଣା ଏବଂ ମିଥ୍ୟା ଖବର ଅଟେ। ଗତ କିଛି ବର୍ଷରୁ ଏପରି ଦାବି ସହିତ ଅନେକ ଫୋଟୋ ସୋସିଆଲ ମଇଦାରେ ଭାଇରାଲ ହେଉଛି। ଏହି ଦାବିରେ କୌଣସି ସତ୍ୟତା ନାହିଁ। ମୁକେଶ ଅମ୍ବାନୀ ନିଜ ବହୁ ପାଇଁ ସୁନା କର କିଣି ନାହାନ୍ତି।“
ଏହି ବିଷୟରେ ଅଧିକ ଅନୁସନ୍ଧାନ କରିଲା ପରେ ଆମକୁ ୨୫ ନୋଭେମ୍ବର ୨୦୨୦ ରେ ଏସିଆନେଟ୍ ନ୍ୟୁଜ ହିନ୍ଦୀର ଏକ ପ୍ରକାଶନ ମିଳିଲା। ଏହି ପ୍ରକାଶନରେ ଭାଇରାଲ ଦାବିକୁ ମିଥ୍ୟା ବୋଲି କୁହା ଯାଇଛି।
ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଆମକୁ ଏକ ସ୍ଥାନରେ କାରର ନାମ R35 G-TR ଲେଖା ଯାଇଥିବା ମିଳିଲା।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ କାରର କିଛି ଫୋଟୋ ଗେଟି ଇମେଜେସ ୱେବସାଇଟରେ ଦେଖିବାକୁ ମିଳିଲା। ଫୋଟୋ ସହିତ କ୍ୟାପସନ୍ ରେ ଲେଖା ହେଇଛି, “ଜାପାନର କୁହୁଲ୍ ରେସିଙ୍ଗ ଏବଂ ଆର୍ଟ R35 GT-R ନାମକ ଏକ କାର ପ୍ରଦର୍ଶନ କରିଛି। ନିସାନ୍ ଜି’ଟି-ଆର ରେ ସୁନା ରଙ୍ଗ ଏବଂ 3D ହୀରା ମଧ୍ୟ ଲାଗିଛି ଯାହାର ପ୍ରଦର୍ଶନ ୨୦୧୬ ମସିହାରେ ଜାପାନର ଟୋକିଓ ସହରରେ କରା ଯାଇଥିଲା।”

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ରିଲାଏନ୍ସ ଇଣ୍ଡଷ୍ଟ୍ରି ମିଡିଆ ଦଳ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁକେଶ ଅମ୍ବାନୀ ନିଜ ବହୁକୁ ସୁନା କାର ଉପହାର ସ୍ୱରୂପ ଦେବା ଦାବି ମିଥ୍ୟା ଅଟେ।

Title:କ’ଣ ରିଲାଏନ୍ସ କମ୍ପାନୀ ମାଲିକ ମୁକେଶ ଅମବାଣୀ ନିଜ ବହୁଙ୍କୁ ସୁନାର କାର ଉପହାରରେ ଦେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
