
ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖି ରୁଷ ଖାର୍କିଭ୍ ରେ ଥିବା ଫ୍ରିଡମ୍ ସ୍କ୍ୱେୟାରର ସରକାରୀ କାର୍ଯ୍ୟଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଏହି ଆକ୍ରମଣର ଭିଡିଓ ସାମନାକୁ ଆସିବା ପରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହା ୟୁକ୍ରେନ୍-ରୁଷ ମଧ୍ୟରେ ହେଉଥିବା ଯୁଧ୍ୟର ଦୃଶ୍ୟ ଅଟେ।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ୨୦୦୬ ମସିହାଏ ଲେବାନନ୍ ଦେଶର ଫୋଟୋ ଅଟେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୬ ଡିସେମ୍ବର ୨୦୦୬ ରେ ଡେଭିଏଣ୍ଟ ଆର୍ଟ୍ସ ନାମକ ୱେବସାଇଟରେ ପୋଷ୍ଟ ହେଇଥିବା ମିଳିଲା। ଟୋଟସି ନାମକ ଜଣେ ୟୁଜର ଏହି ଫୋଟୋ ପୋଷ୍ଟ କରି କହିଛନ୍ତି ଯେ ଯୁଧ୍ୟ ସେଶ ହେବା ୨ ଦିନ ପରେ ସେ ଏହି ଫୋଟୋ ନେଇଛନ୍ତି ଏବଂ ସେ ଧ୍ଵଂସ ହେଇଥିବା ଘର ଉପରକୁ ମଧ୍ୟ ଯାଇଥିଲେ।

ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଫୋଟୋ ସର୍ଚ୍ଚ କରିଲୁ। ଗେଟି ଇମେଜେସ ୱେବସାଇଟ ଅନୁଯାୟୀ, ଏହି ଦୃଶ୍ୟ ଲେବାନନ୍ ଦେଶର, ବେଇରୁଟ୍ ସହରର ଦକ୍ଷିଣ ଅଞ୍ଚଳର ଫୋରଟୋ ଅଟେ। ଏହି ଫୋଟୋ ବିଷୟରେ କୁହା ଯାଇଛି ଯେ ଇଜରାଏଲର ଆକ୍ରମଣ ପରେ ସେଠିକାର ବିଲଡିଙ୍ଗ ଗୁଡିକର ଏପରି ଅବସ୍ଥା ହୋଇଥିଲା।

ଗେଟି ଇମେଜେସ ୱେବସାଇଟରେ ଅପ୍ଲୋଡ ହେଇଥିବା ଫୋଟୋ ଭାଇରାଲ ଫୋଟୋର ଦୃଶ୍ୟ ନୁହେଁ, କିନ୍ତୁ ଦୁଇଟି ଫୋଟୋ ମଧ୍ୟରେ କିଛି ସମାନତା ଥିବାରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଦୁଇଟି ଫୋଟୋ ସମାନ ସ୍ଥାନର ଅଟେ। ନିମ୍ନରେ ଆପଣ ମାନେ ଫୋଟୋ ମଧ୍ୟରେ ସମାନତା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଫୋଟୋ ୨୦୦୬ ମସିହାର ଲେବାନନ୍ ଦେଶର ଫୋଟୋ ଅଟେ।

Title:୨୦୦୬ ମସିହାର ଲେବାନନ୍ ଦେଶର ଏକ ଫୋଟୋକୁ ରୁଷ-ୟୁକ୍ରେନ୍ ଯୁଧ୍ୟ ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
