
କରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଆବସଶ୍ୟକ ପଡ଼ିଛି। କିନ୍ତୁ ଅନେକ ରାଜ୍ୟରେ ଯତେଷ୍ଠ ଅମ୍ଳଜାନ ନଥିବାର ସୂଚନା ମଧ୍ୟ ଆସୁଛି। ଏହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହେବାର ମଧ୍ୟ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହା ସହିତ ଡାକ୍ତରଖାନାରେ ବେଡ୍ ଅଭାବ ମଧ୍ୟ ହେଇଥିବା ଜଣା ପଡ଼ିଛି।
ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ମହିଳା ରାସ୍ତାରେ ଅମ୍ଳଜାନ ସିଲିଣ୍ଡର ସହିତ ବସିଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଫୋଟୋ ବର୍ତ୍ତମାନ କରୋନା ସ୍ଥିତିର ଫୋଟୋ ଅଟେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୭ ଏପ୍ରିଲ ୨୦୧୮ ମସିହାରେ ଏଏନଆଇ ନ୍ୟୁଜ ଦ୍ଵାରା ପ୍ରସାରିତ ଗୋଟିଏ ୟୁଟ୍ୟୁବ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ଜଣେ ବ୍ୟକ୍ତି ନିଜ ମାଁର ଅମ୍ଳଜାନ ସିଲିଣ୍ଡର କାନ୍ଧରେ ବୋହି ଆମ୍ବୁଲେନ୍ସର ଅପେକ୍ଷା କରୁଛି। ବୃଦ୍ଧ ମହିଳା ମଧ୍ୟ ଅମ୍ଳଜାନ ମାସ୍କ ଲଗାଇ ଡାକ୍ତରଖାନାରେ ଚିଡ଼ା ହୋଇଛନ୍ତି। ଏହି ଘଟଣା ଉତ୍ତର ପ୍ରଦେଶର ଆଗ୍ରା ସହରର ଘଟଣା ଅଟେ।
ଟୁଇଟରରେ ସର୍ଚ କରିଲା ପରେ ଏନଡିଟିଭିର ଟୁଇଟର ହେଣ୍ଡେଲରେ ଆମକୁ ୭ ଏପ୍ରିଲ ୨୦୧୮ ମସିହାର ଫୋଟୋ ମିଳିଲା ଯେଉଁଥିରେ ଆମେ ଭାଇରାଲ ହେଉଥିବା ଫୋଟୋର ବୃଦ୍ଧ ମହିଳାଙ୍କୁ ଦେଖିବାକୁ ପାଇଲୁ।
ଶେଷକଥା:
ଆମ ଅନୁସନ୍ଧାରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋ ୨୦୧୮ ମସିହାର ଉତ୍ତର ପ୍ରଦେଶର ଆଗ୍ରା ସହରର ଫୋଟୋ ଅଟେ। ଏହି ଫୋଟୋର କରୋନା ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଅମ୍ଳଜାନ ସିଲିଣ୍ଡର ସହିତ ରାସ୍ତାରେ ବସିଥିବା ବୃଦ୍ଧ ମହିଳା କରୋନାରୁ ପୀଡ଼ିତ ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
