
ଆସନ୍ତା ମାସ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଥିବା ସମୟରେ ଏହା ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଲୋକମାନେ ସମର୍ଥନ କରୁଥିବା ନିଜ ଦଳ ବିଷୟ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରୁଛନ୍ତି।
କିଛି ଦିନ ପୂର୍ବରୁ ବିଜେପି ନେତା ସ୍ଵାମୀ ପ୍ରସାଦ ମୌର୍ୟା ଦଳ ଛାଡି ସମାଜବାଦି ପାର୍ଟିରେ ନିଜ ଯୋଗଦାନ ଦେଇଛନ୍ତି। ଏହା ନେଇ ବିଜେପି ସମର୍ଥକ ମାନେ ତାଙ୍କ ନିନ୍ଦା କରୁଛନ୍ତି। ସମାନ ବିଷୟ ନେଇ ସୋସିଆଲ ମିଡିଆରେ କିଛି ପୋଷ୍ଟ ନାଢ୍ୟ ଭାଇରାଲ ହେବାରେ ଦେଖିବାକୁ ମିଳିଛି। ଏହି ପରି ଏକ ପୋଷ୍ଟ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ଫୋଟୋରେ ଜଣେ ବ୍ୟକ୍ତି ଏକ ମହିଳାଙ୍କ ପାଦ ସ୍ପର୍ଶ କରୁଛନ୍ତି। ଦାବି ଅନୁଯାୟୀ ବ୍ୟକ୍ତି ଜଣ ହେଉଛନ୍ତି ସ୍ଵାମୀ ପ୍ରସାଦ ମୌର୍ୟା ଏବଂ ବିଜେପି ଦଳ ଛାଡିଲା ପରେ ବର୍ତ୍ତମାନ ତାଙ୍କ ଏହି ପରି ଅବସ୍ଥା ହେଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୨ ଜାନୁଆରୀରେ ସଞ୍ଜୟ ସାହୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋରୋ ପୋଷ୍ଟ କରି ଦାବି କରିଛନ୍ତି, “ବିଜେପି ଛାଡିଲା ପରେ ଔକାତ୍ ଗୋଲାମ୍ କୁତା ର ହୋଇଯାଏ। ସ୍ଵାମୀପ୍ରସାଦ ମୌର୍ୟା”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ ଯେ କ’ଣ ପ୍ରକୃତରେ ସ୍ଵାମୀ ପ୍ରସାଦ ମୌର୍ୟା ବିଜେପି ଦଳ ଛାଡିଛନ୍ତି? ସର୍ଚ୍ଚ କରିଲା ପରେ ଆମକୁ ୧୨ ଜାନୁଆରୀରେ ଏନଡିଟିଭି ୱେବସାଇଟରେ ଏକ ସମ୍ବାଦ ପ୍ରକାଶିତ ହେଇଥବା ମିଳିଲା ଯେଉଁଥିରେ କୁହା ଯାଇଛି ଯେ ସ୍ଵାମୀ ପ୍ରସାଦ ମୌର୍ୟା ବିଜେପି ଦଳ ଛାଡିଛନ୍ତି। ଅମବାଦ ଅନୁଯାୟୀ ସ୍ଵାମୀ ପ୍ରସାଦ ମୌର୍ୟା କହିଛନ୍ତି ଯେ ବିଜେପି ଦଳକୁ ଫେରିବାର କୌଣସି ପ୍ରଶ୍ନ ଉଠୁ ନାହିଁ। ମୋର ବିଜେପି ଦଳ ଛାଡିବା ପରେ ଦଳରେ ଭୂମିକମ୍ପ ଆସି ଯାଇଛି ବୋଲି ସ୍ଵାମୀ ପ୍ରସାଦ ମୌର୍ୟା କହିଛନ୍ତି।

ଏହା ପରେ ଆମେ ଭାଇରାଲ ଫୋଟୋ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୬ ସେପ୍ଟେମ୍ବର ୨୦୧୬ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟରେ କୁହା ଯାଇଛି ଯେ ଭାରତରେ ଲୋକମାନେ ଜଣେ ରାଜନେତାଙ୍କ ପାଦ ଛୁଇଁବା ଆଶ୍ଚର୍ଯ୍ୟଜନକ ନୁହେଁ। ମାଯାବତୀଙ୍କ ପିତା ବୟସର ଜଣେ କାର୍ଯ୍ୟକର୍ତ୍ତା ତାଙ୍କ ପାଦ ସ୍ପର୍ଶ କରୁଥିବା ବେଳେ ସେହି ରାଜନେତା ଏହାକୁ ସ୍ଵୀକାର କରିବାକୁ ମଧ୍ୟ ବ୍ୟଗ୍ର ନୁହନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଯଦିଓ ଭାଇରାଲ ଫୋଟୋ ସ୍ଵାମୀ ପ୍ରସାଦ ମୌର୍ୟାଙ୍କ ଅଟେ କିନ୍ତୁ ଏହାର ବର୍ତ୍ତମାନ ସମୟରେ ସ୍ଵାମୀଙ୍କ ବିଜେପି ଛାଡିବା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ୨୦୧୬ ମସିହାର ଅଟେ।

Title:କ’ଣ ସ୍ଵାମୀ ପ୍ରସାଦ ମୌର୍ୟାଙ୍କ ଏହି ଫୋଟୋ ସମ୍ପ୍ରତି ସମୟରେ ବିଜେପି ଦଳ ଛାଡିବା ପର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
