
ଆମେ ଜାଣିଛୁ ଯେ ଗତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ଏହା ନେଇ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ଫୋଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ କିଛି ବିଦେଶୀ ଲୋକେ ନରେନ୍ଦ୍ର ମୋଦୀଙ୍କର ବିରୋଧ କରୁଛନ୍ତି। ରାସ୍ତାରେ ବିରୋଧ ପ୍ରଦର୍ଶନ ସମୟରେ ସେ ମାନେ ‘ମୋଦୀ ଭାରତର ହିଟଲର’ ନାରା ସହିତ କାଶ୍ମୀରରେ ଜନତାଙ୍କ ଉପରେ ଯନ୍ତ୍ରଣା ନେଇ ନାରା ମଧ୍ୟ ଦେଉଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ମୋଦୀଙ୍କର ସମ୍ପ୍ରତି ସମୟରେ ଆମେରିକା ପରିଦର୍ଶନ ସମୟର ଭିଡିଓ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୩ ସେପ୍ଟେମ୍ବର ୨୦୧୯ ମସିହାରେ ଜଣେ ଫେସବୁକ ବ୍ୟବହାରକାରୀଙ୍କ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ପୋଷ୍ଟ କରି କୁହା ଯାଇଥିଲା ଯେ ଆମେରିକାର ଲୋକମାନେର୍ୟାଳି ବାହାର କରି ‘ମୋଦୀ ଭାରତର ହିଟଲର’ ନାରା ଲଗାଉଛନ୍ତି।
ଏହା ପରେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଏହି ଭିଡିଓରେ ଆମକୁ ହଳିୱୁଡ ହାଇଲ୍ୟାଣ୍ଡ, ଦିଶନିପ୍ ଷ୍ଟୂଡିଓ ନାମକ ବୋର୍ଡ ଦେଖିବାକୁ ମିଳିଲା। ଆମେ ଗୁଗୁଲରେ ଏହି ମୁଖ୍ୟଶବ୍ଦ ଦେଇ ସର୍ଚ୍ଚ କରିଲା ପରେ ଜାଣିବାକୁ ପାଇଲୁ ଯେ ହଳିୱୁଡ ହାଇଲ୍ୟାଣ୍ଡ ଆମେରିକାର ଲସ୍ ଏଞ୍ଜେଲେସର ଏକ ମଲ୍ ଅଟେ ଏବଂ ଦିଶନିପ୍ ଷ୍ଟୂଡିଓ ଏକ ସୋଡା ଏବଂ ଚକଲେଟ୍ ଦୁକାନ ଅଟେ।


ଉପରୋକ୍ତ ତଥ୍ୟକୁ ନଜରରେ ରାଖୀ ଆମେ ଫେସବୁକରେ ମୁଖ୍ୟଶବ୍ଦ ବ୍ୟବହାର କରି ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୱାକର ଅଲି ଖାନ ନାମକ ଜଣେ ଫ୍କେବୂକ ୟୁଜରଙ୍କ ଦ୍ଵାରା କିଛି ଫୋଟୋ ଏବଂ ଭିଡିଓ ୧ ସେପ୍ଟେମ୍ବର ୨୦୧୯ ରେ ପୋଷ୍ଟ କରା ଯାଇଥିବା ମିଳିଲା। ଏହି ପୋଷ୍ଟରେ ଉଲ୍ଲେଖ କରା ଯାଇଛି ଯେ “ଆଜି ହଲିୱୁଡ ବୁଲଭାର୍ଡ ଲସ୍ ଏଞ୍ଜେଲେସରେ ଚିନୀ ଥିଏଟର ବାହାରେ କାଶ୍ମୀର ବିରୋଧ ରେଲି ଆୟୋଜିତ କରା ଯାଇଥିଲା। ଏହା ଆଇ.ସି.ଏନ.ଏଫ କାଉନ୍ସିଲ୍ ଅଫ୍ ପାକିସ୍ତାନ (COP), UFPID ଶିଖ୍ ଏବଂ କାଶ୍ମୀର ସମ୍ପ୍ରଦାୟ ସଦସ୍ୟ ତଥା ଅନ୍ୟାନ୍ୟ ମାନବଧୀକାର କର୍ମୀ ସଂଗଠନର ଏକ ଯୁକ୍ତ ଅଭିଯାନ ଥିଲା। ଏହାର ପ୍ରତିବାଦରେ ଅଦନାନ ଖାନ୍ ପାକିସ୍ତାନୀ ସମ୍ପ୍ରଦାୟର ନେତୃତ୍ଵ ନେଇଥିଲେ ଏବଂ ଶ୍ରୀ ମାଜିଦ୍ ବଟ୍ଟ୍ କାଶ୍ମୀର ସମ୍ପ୍ରଦାୟର ନେତୃତ୍ଵ ନେଇଥିଲେ।”

ଉପରୋକ୍ତ ପୋଷ୍ଟରେ ଦିଆ ଯାଇଥିବା ସୂଚନା ନଜରରେ ରଖି ଆମେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ କାଉନ୍ସିଲ୍ ଅଫ୍ ପାକିସ୍ତାନ ନାମକ ସଂସ୍ଥାର ଅଫିସିଆଲ ପେଜରେ ଏହି ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ମିଳିଲା। ଏହି ପେଜରେ ପ୍ରକାଶିତ ହେଇଥିବା ଫୋଟୋ ଏବଂ ଭିଡିଓ ଉପରୋକ୍ତ ପୋଷ୍ଟ ସହିତ ସମାନ ବୋଲି ଜଣା ପଡିଲା। ଏହି ପେଜରେ ଲେଖା ଯାଇଛି ଯେ କାଶ୍ମୀର ଏବଂ କାଶ୍ମୀରର ଲୋକଙ୍କ ସମର୍ଥନ କରିବା ପାଇଁ ହେଇଥିବା ଅନେକ ରେଲି ମଧ୍ୟରୁ ୩୧ ଅଗଷ୍ଟ ୨୦୧୯ ରେ ହଲିୱୁଡରେ ଆୟୋଜିତ ହେଇଥିଲା। ଏଠାରେ ଅନେକ ଲୋକ କାଶ୍ମୀରର ଲୋକଙ୍କ ସହିତ ସମର୍ଥନ ଦେଖାଇବା ପାଇଁ ନିଜ ଯୋଗଦାନ ଦେଇଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ପ୍ରସଙ୍ଗ ବାହାରେ ଅଟେ। ଏହି ଭିଡିଓ ୨୦୧୯ ମସିହାରେ ଆମେରିକାର ଲସ୍ ଏଞ୍ଜେଲେସ୍ ରେ କାଶ୍ମିରୀଲୋକଙ୍କ ମାନବଧୀକାର ପାଇଁ କରା ଯାଇଥିବା ପ୍ରଦର୍ଶନର ଭିଡିଓ ଅଟେ। ଏହାର ବର୍ତ୍ତମାନ ମୋଦୀଙ୍କର ଆମେରିକା ପରିଦର୍ଶନ ସହିତ କୌଣସି ସମବନ୍ଦ ନାହିଁ।

Title:କ’ଣ ଏହି ଭାଇରାଲ ଭିଡିଓରେ ହେଉଥିବା ଆନ୍ଦୋଳନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିକଟରେ ଆମେରିକା ପରିଦର୍ଶନ ସମୟର ଭିଡିଓ ଅଟେ?
Fact Check By: Siddharth SahuResult: Missing Context
