
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ଗାଡି ଚାଲୁଥିବା ସମୟରେ ଏକ ବିସ୍ଫୋରଣ ହେଉଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ୧୪ ଫେବୃଆରି୨୦୧୯ ମସିହାରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଏହାକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୬ ମାର୍ଚ୍ଚ ୨୦୦୮ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ପାଇଲୁ।
ସମାନ ଭିଡିଓ ଆମକୁ ୯ ଡିସେମ୍ବର ୨୦୦୮ ରେ ମଧ୍ୟ ୟୁଟ୍ୟୁବରେ ପୋଷ୍ଟ ହେଇଥିବା ମିଳିଲା ଯେଉଁଥିରେ ଦାବି କରା ଯାଇଛି ଯେ ଭିଡିଓଟି ୨୦୦୭ ମସିହାର ଇରାକ୍ ଦେଶର ଅଟେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଏକ ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆମେ ସିସିଟିଭି ର ସମୟ ଦେଖିଲୁ ଯାହା ୨ ସେପ୍ଟେମ୍ବର ୨୦୦୭ ମସିହାର ଅଟେ ବୋଲି ଜଣା ପଡିଛି।

ଅଧିକ ଅନୁସନ୍ଧାନ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜମ୍ମୁ କାଶ୍ମୀର ରାଜପଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ନଥିଲା। ପୁଲୱାମା ଆକ୍ରମଣ ପରେ ରାଜ୍ୟ ପୋଲିସକୁ ଶ୍ରୀନଗର – ସୋନମାର୍ଗ ଏବଂ ଜମ୍ମୁ – ଶ୍ରୀନଗର ରାଜପଥରେ ସିସିଟିଭି ସ୍ଥାପନ କରିବାକୁ ଆଦେଶ ଜାରି କରା ଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଇଣ୍ଟର୍ନେଟରେ ୨୦୦୭ ମସିହାରୁ ଉପଲବ୍ଧ ଅଛି। ଏହି ଭିଡିଓର ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିତ କୌଣସି ସମ୍ବନ୍ଧ ନାହିଁ। ଏକ ପୁରୁଣା ଭିଡିଓକୁ ୨୦୧୯ ପୁଲୱାମା ଘଟଣା ସହିତ ଯୋଡି ଗୁଜବ ସୃଷ୍ଟି କରା ଯାଉଛି।

Title:କ’ଣ ଭାଇରାଲ ଭିଡିଓ ୨୦୧୯ ମସିହାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦର୍ଶାଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
