କ’ଣ ଭାଇରାଲ ଭିଡିଓ ୨୦୧୯ ମସିହାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

False Social

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ଗାଡି ଚାଲୁଥିବା ସମୟରେ ଏକ ବିସ୍ଫୋରଣ ହେଉଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ୧୪ ଫେବୃଆରି ୨୦୧୯ ମସିହାରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “14 ଫେବୃଆରୀ 2019 ମସିହା… ଆମେ ମାନେ ପ୍ରେମ ଦିବସ ପାଳିବାରେ ବ୍ୟସ୍ତ ଥିଲେ। ସେଦିନ ସେମାନେ ବାହାରିଥିଲେ ନିଜର କର୍ମ କ୍ଷେତ୍ରକୁ। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ସେମାନଙ୍କ ଗାଡି ଆଗେଇ ଚାଲିଥିଲା । ଖୁସିରେ ଆଉ ମଜାକ୍ ଭିତରେ ସମୟ କଟୁଥିଲା। ପୁଲୱାମା ଜିଲ୍ଲାର ଲେଥପୋରା ଠାରେ ସେମାନଙ୍କ ଗାଡି ଉପରେ ଆତ୍ମଘାତୀ ବିସ୍ପୋରଣକାରୀ ମାନବ ବୋମା ଆକ୍ରମଣ କଲା।

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଏହାକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୬ ମାର୍ଚ୍ଚ ୨୦୦୮ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ପାଇଲୁ। 

ସମାନ ଭିଡିଓ ଆମକୁ ୯ ଡିସେମ୍ବର ୨୦୦୮ ରେ ମଧ୍ୟ ୟୁଟ୍ୟୁବରେ ପୋଷ୍ଟ ହେଇଥିବା ମିଳିଲା ଯେଉଁଥିରେ ଦାବି କରା ଯାଇଛି ଯେ ଭିଡିଓଟି ୨୦୦୭ ମସିହାର ଇରାକ୍ ଦେଶର ଅଟେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଏକ ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆମେ ସିସିଟିଭି ର ସମୟ ଦେଖିଲୁ ଯାହା ୨ ସେପ୍ଟେମ୍ବର ୨୦୦୭ ମସିହାର ଅଟେ ବୋଲି ଜଣା ପଡିଛି। 

ଅଧିକ ଅନୁସନ୍ଧାନ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜମ୍ମୁ କାଶ୍ମୀର ରାଜପଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ନଥିଲା। ପୁଲୱାମା ଆକ୍ରମଣ ପରେ ରାଜ୍ୟ ପୋଲିସକୁ ଶ୍ରୀନଗର – ସୋନମାର୍ଗ ଏବଂ ଜମ୍ମୁ – ଶ୍ରୀନଗର ରାଜପଥରେ ସିସିଟିଭି ସ୍ଥାପନ କରିବାକୁ ଆଦେଶ ଜାରି କରା ଯାଇଥିଲା। 

Website

ଶେଷକଥା: 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଇଣ୍ଟର୍ନେଟରେ ୨୦୦୭ ମସିହାରୁ ଉପଲବ୍ଧ ଅଛି। ଏହି ଭିଡିଓର ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିତ କୌଣସି ସମ୍ବନ୍ଧ ନାହିଁ। ଏକ ପୁରୁଣା ଭିଡିଓକୁ ୨୦୧୯ ପୁଲୱାମା ଘଟଣା ସହିତ ଯୋଡି ଗୁଜବ ସୃଷ୍ଟି କରା ଯାଉଛି। 

Avatar

Title:କ’ଣ ଭାଇରାଲ ଭିଡିଓ ୨୦୧୯ ମସିହାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

Fact Check By:  Siddharth Sahu 

Result: False

Leave a Reply

Your email address will not be published. Required fields are marked *