କ’ଣ ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ଅଟନ୍ତି? ଜାଣନ୍ତୁ ସତ୍ୟ। 

False Social

ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଜଣେ କୋରିୟଗ୍ରାଫର ଅଟନ୍ତି। ସେ ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ହେଇଥିବା ଦାବି ମିଥ୍ୟା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଇଏ ହେଉଛନ୍ତି ସୌରଭ କୃପାଳ , ଭାରତର ପ୍ରଥମ CJI ଜଷ୍ଟିସ ଏସବି କୃପାଳଙ୍କ ନାତି ଆଉ ଭାରତର ପୂର୍ବ CJI ଜଷ୍ଟିସ ବି କୃପାଳଙ୍କ ପୁଅ ।

ଆଉ ଏହି ନମୁନାଙ୍କ ନାମ ବି କୋଲୋଜିୟମ ଦିଲ୍ଲୀ HC ରେ ଜଜ ପାଇଁ ସୁପାରିଶ କରା ଯାଇଥିଲା ,ଯାହାକୁ ମୋଦି ସରକାର ରିଜେକ୍ଟ କରି ଦେଇଛନ୍ତି ।

Facebook | Archive

ଏହି ଭିଡିଓ ସୋସିଆଲ ମିଡିଆରେ କିଛି ମାସ ପୂର୍ବରୁ ମଧ୍ୟ ଭାଇରାଲ ହେଇଥିଲା। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଦମନଡାଏରିଜ୍ ନାମକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ୮ ଜାନୁଆରୀ ୨୦୨୨ ରେ ପୋଷ୍ଟ ହେଇଥିବା ମିଳିଲା। 

ପୋଷ୍ଟରେ ଉଲ୍ଲେଖ କରି ୟୁଜର ଲେଖିଛନ୍ତି, “ମୋର ଗୋଟିଏ ମନପସନ୍ଦ ଗୀତରେ ମୁଁ ନୃତ୍ୟ କରୁଛି।”

ଏହା ପରେ ଆମେ ଉପରୋକ୍ତ ଇଂଷ୍ଟାଗ୍ରାମ ପେଜର ଯାଞ୍ଚ କରିଲୁ। ଏହି ପେଜରେ କେବଳ ଭାଇରାଲ ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତିଙ୍କ ଭିଡିଓ ପୋଷ୍ଟ ହେଇଛି। ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ବ୍ୟକ୍ତି କିଏ? ଇଂଷ୍ଟାଗ୍ରାମ ପେଜରେ ଉଲ୍ଲେଖ କରା ଯାଇଛି ଯେ ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ଦମନଦୀପ ସିଂ ଚୌଧରି। 

ଏହା ପରେ ଆମେ ଗୁଗୁଲରେ ଦମନଦୀପ ସିଂ ଚୌଧରୀଙ୍କ ବିଷୟରେ ସର୍ଚ୍ଚ କରିଲୁ। ଟାଇମ୍ସ ଅଫ୍ ଇଣ୍ଡିଆର ୱେବସାଇଟରେ ଆମେ ଜାଣିବାକୁ ପାଇଲୁ ଯେ ସେ ଜଣେ କୋରିଓଗ୍ରାଫର ଏବଂ ଜଣେ କଳାକାର ପରିଚାଳନା କମ୍ପାନୀର ମାଲିକ।

ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଜଣେ କୋରିୟଗ୍ରାଫର ଦମନଦୀପ ସିଂ ଚୌଧରି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଜ୍ ସୌରବ କ୍ରିପାଲଙ୍କ ନାତି ନୁହଁନ୍ତି। ଏହି ବ୍ୟକ୍ତି ଜଣେ କୋରିଓଗ୍ରାଫର ଅଟନ୍ତି। 

Avatar

Title:କ’ଣ ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ଅଟନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *