କ’ଣ କେରଳ ରେ ଗୋଟିଏ ବସ୍ ରେ ଯାତ୍ରା କରୁଥିବା ମୁସ୍ଲିମ ମହିଳା ଯାତ୍ରୀ ମାନେ ଜଣେ ହିନ୍ଦୁ ମହିଳାଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Communal Misleading

ଏକ ବସ୍‌ରେ ଯାତ୍ରା କରୁଥିବା ସମୟରେ ବୁର୍ଖା ପିନ୍ଧିଥିବା ଝିଅ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରିଛନ୍ତି ଯେ କେରଳର ମୁସଲମାନ ଝିଅ ମାନେ ବୁର୍ଖା ନ ପିନ୍ଧି ବସ୍‌ରେ ପ୍ରବେଶ କରିଥିବାରୁ ଜଣେ ବୃଦ୍ଧ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହା ସାମ୍ପ୍ରଦାୟିକ ଘଟଣା ନୁହେଁ। ବସ୍ ଅଟକାଇବା ନେଇ ହେଇଥିବା ଏକ ଘଟଣାର ଭିଡିଓକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ଏହା ହେଉଛି କେରଳ ର ଗୋଟିଏ ସରକାରୀ ବସ୍ ର ଦୃଶ୍ୟ। ହିଯାବ ନା ପିନ୍ଧିଥିବା ରୁ ହିନ୍ଦୁ ମହିଳା ଙ୍କ ଉପରେ ଆକ୍ରମଣ କରି ଓଲେହେଇ ଦିଆ ଯାଇଛି ବସ୍ ରୁ।ଏବେ ହିନ୍ଦୁ ମାନେ ଖୁସି ତ

Facebook | Archive

ଆମ ଅନୁସନ୍ଧାନ: 

ଭିଡିଓକୁ ଯତ୍ନ ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା କେରଲର କାସାରଗୋଡ ଜିଲ୍ଲାର ଘଟଣା ଅଟେ। ଫ୍ୟାକ୍ଟ କ୍ରିଷେଣ୍ଡୋ ସେହି ବସ୍ ର କଣ୍ଡକ୍ଟର ହରିଶ୍ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଇଛନ୍ତି ଯେ, “ଏହା କୁମ୍ବାଲା-ମୁଲ୍ଲେରିଆ ଯାଉଥିବା ବସ୍ ର ଘଟଣା ଅଟେ ଯାହା ୨୦ ଅକ୍ଟୋବରରେ ଘଟିଥିଲା। କିଛି ଛାତ୍ରୀ ମାନେ ଯାତ୍ରା କରିବା ପାଇଁ ରାସ୍ତା ମଝିରେ ବସକୁ ହାତ ଦେଖାଇ ଅଟକାଇ ଥିଲେ। ସେହି ସ୍ଥାନରେ କୌଣସି ବସ୍ ଷ୍ଟପ୍ ନଥିଲା। ବସରେ ଯାତ୍ରା କରୁଥିବା ଜଣେ ମହିଳା ଏହାର ବିରୋଧ କରି କହିଥିଲେ ଯେ ବସ୍ ଷ୍ଟପ୍ ନଥ୍ଗିବା ସ୍ଥାନରେ ଛାତ୍ରୀ ମାନେ କେଉଁ ପରି ବସ୍ ଅଟକାଇଥିଲେ। ଏହା ପରେ ଝଗଡା ସୃଷ୍ଟି ହୋଇଥିଲା ଏବଂ ସେହି ଛାତ୍ରୀ ମାନେ ମହିଳାଙ୍କୁ ଅପଶବ୍ଦ ମଧ୍ୟ କହିଥିଲେ ଏବଂ ଧମକ ଦେଇଥିଲେ। କିନ୍ତୁ ହିନ୍ଦୁ ମହିଳାଙ୍କୁ ତାଙ୍କ ମୁଣ୍ଡ ଢାଙ୍କିବା ଏବଂ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରୁଥିବା ଦାବି ମିଥ୍ୟା ଅଟେ।”

ଏହି ଘଟଣାର ଅଧିକ ସୂଚନା ପାଇଁ ଆମେ କାସାରଗୋଡ ଜିଲ୍ଲାର କୁମ୍ବାଲା ପୋଲିସ ଥାନା ସହିତ ଯୋଗାଯୋଗ କରିଲୁ। ଥାନା SHO କହିବା ଅନୁଯାୟୀ, ଏହି ଘଟଣା ପୋଲିସ ନଜରରେ ଆସିଥିଲା, କିନ୍ତୁ କେହି ମାମଲା ଦାଖଲ କରି ନାହାଁନ୍ତି। ଭିଡିଓରେ ଥିବା ଛାତ୍ରୀ ମାନେ କନ୍ନୁର ବିଶ୍ଵବିଦ୍ୟାଳୟର ଖାନ୍ସା ମହିଳା କଲେଜରେ ଶିକ୍ଷା ଗ୍ରହଣ କରନ୍ତି। ଅନେକ ଦିନରୁ ଛାତ୍ରୀ ମାନେ ଅଭିଯୋଗ କରୁଥିଲେ ଯେ ବସ୍ ତାଙ୍କ କଲେଜ୍ ସାମନାରେ ଅଟକେ ନାହିଁ। ଶେଠୀପାଇଁ ସେମାନେ ହାତ ଦେଖାଇ ବସରେ ଯାତ୍ରା କରନ୍ତି। ଏହା କୌଣସି ସାମ୍ପ୍ରଦାୟିକ ମାମଲା ନୁହେଁ। ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ ବୋଲି ପୋଲିସ ଆମକୁ ସୂଚନା ଦେଇଛନ୍ତି। 

ନିମ୍ନରେ ଆପଣ ମାନେ ସେହି ଘଟଣାର ଗୋଟିଏ ଭିଡିଓ ଦେଖି ପାରିବେ ଯାହା ଫ୍ୟାକ୍ଟ କ୍ରିଷେଣ୍ଡୋକୁ ମିଳିଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ରାସ୍ତା ମଝିରେ ବସ୍ ଅଟକାଇ ଯାତ୍ରା କରିବାରୁ ମୁସ୍ଲିମ ଛାତ୍ରୀ ମାନଙ୍କର ଜଣେ ହିନ୍ଦୁ ମହିଳା ଯାତ୍ରୀଙ୍କ ସହିତ ଝଗଡା ହୋଇଥିଲା। ଏହି ଘଟଣାକୁ ସାମ୍ପ୍ରଦାୟିକ ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। 

Avatar

Title:କ’ଣ କେରଳ ରେ ଗୋଟିଏ ବସ୍ ରେ ଯାତ୍ରା କରୁଥିବା ମୁସ୍ଲିମ ମହିଳା ଯାତ୍ରୀ ମାନେ ଜଣେ ହିନ୍ଦୁ ମହିଳାଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *