ଢାକା-ମୈମନସିଂ ରାଜପଥର ଫୋଟୋକୁ ଆସାମର ରାଜପଥ ଦାବି ସହିତ ସେୟାର କରା ଯାଉଛି।

False Social

ଗୋଲାପି ରଙ୍ଗ ଫୁଲରେ ଆଚ୍ଛାଦିତ ହୋଇଥିବା ଏକ ସୁନ୍ଦର ରାଜପଥର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ମାନେ ଏହି ରାଜପଥର ପ୍ରଶଂସା କରି ଦାବି କରୁଛନ୍ତି ଯେ ଏହା ଆସାମରେ ଅବସ୍ଥିତ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥୟା ବୋଲି ଜାଣିବାକୁ ପାଇଲା। ଏହା ଆସାମର ରାଜପଥର ଫୋଟୋ ନୁହେ। ଏହା ବାଂଲାଦେଶର ଗାଜିପୁରର ହୋତାପାରାରେ ଢାକା-ମୈମନସିଂ ରାଜପଥ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପ୍ରକୃତି ରାଜପଥକୁ ଗୋଲାପୀ ରଙ୍ଗରେ ରଙ୍ଗିତ କରିଛି ! 📍ଆସାମ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ “Our Gazipur” ନାମକ ଏକ ଫେସବୁକ ପେଜରେ ଭାଇରାଲ ପୋଷ୍ଟରେ ଥିବା ସମାନ ରାସ୍ତାର ଫୋଟୋକୁ ଦେଖାଉଥିବା ଅନେକ ଭିଡିଓ ପାଇଲୁ।

ଭିଡିଓର କ୍ୟାପ୍ସନ ଅନୁଯାୟୀ, ଏହା ବାଂଲାଦେଶର ଏକ ସ୍ଥାନ। 

ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ “ପ୍ରଥମ ଆଲୋ”ର ୟୁଟ୍ୟୁବ ଚ୍ୟାନେଲ ମିଳିଲା ଯେଉଁଠାରେ ଆମେ ଭାଇରାଲ ରାସ୍ତା ଉପରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁସାରେ, ଭିଡିଓରେ ବାଂଲାଦେଶର ଗାଜିପୁର ଅଞ୍ଚଳର ଢାକା-ମୈମନସିଂ ରାଜପଥ ଦର୍ଶାଯାଇଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ସୁନ୍ଦର ଫୁଲରେ ଭରି ହେଇଥିବା ରାଜପଥର ଭାଇରାଲ ଫୋଟୋ ଆସାମର ନୁହେଁ। ଏହା ବାଂଲାଦେଶର ଗାଜିପୁରର ହୋତାପାରାରେ ଢାକା-ମୈମନସିଂ ରାଜପଥ।

Result Stamp

Title: ଢାକା-ମୈମନସିଂ ରାଜପଥର ଫୋଟୋକୁ ଆସାମର ରାଜପଥ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *