କ'ଣ ଏହି ଭିଡିଓ ଜଣେ ଇସ୍ରାଏଲି ମହିଳାଙ୍କ ଅଟେ ଯାହାଙ୍କୁ ହମାସ୍ ଆତଙ୍କବାଦୀ ମାନେ ତାଙ୍କ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସାକ୍ଷାତକାର ସମୟରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେହି ମହିଳା ଏକ କଷ୍ଟଦାୟକ ଏବଂ ଯନ୍ତ୍ରଣା ଘଟଣାର ବର୍ଣ୍ଣନା କରୁଥିବା ଜଣା ପଡୁଛି। ଦାବି କରା ଯାଉଛି ଯେ ଏହି ଭିଡିଓରେ ଜଣେ ଇସ୍ରାଏଲି ମହିଳା ହମାସ୍ ଆତଙ୍କବାଦୀ ଦ୍ଵାରା ଅପହରଣ ହୋଇଥିଲେ ଏବଂ ସେମାନେ ଏହି ମହିଳାଙ୍କୁ ତାଙ୍କ ନିଜ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ମହିଳା ହେଉଛନ୍ତି ୟାଜିଦି ଇରାକର ସାଂସଦ ଭିଆନ୍ ଦାଖିଲ। ସେ ୟାଜିଦି ଲୋକଙ୍କ ପ୍ରତି ଆଇଏସଆଇଏସ (ISIS) ର ଅତ୍ୟାଚାର ବିଷୟରେ କହୁଛନ୍ତି।
କ'ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି ଯେ, "ଇସ୍ରାଏଲ ର ମହିଳା ଜଣଙ୍କ କହୁଛନ୍ତି ଯେ ସେ ୩ ଦିନରୁ ହମାସ ର ଆତଙ୍କବାଦୀ ଙ୍କ କବଳରେ ଥିଲେ | ୩ ଦିନ ପରେ ଆତଙ୍କବାଦୀ ମୋ ପାଇଁ ଭାତ ଆଉ ମାଂସ ର ତରକାରୀ ଖାଇବା ପାଇଁ ଆଣିଲେ | ମୁଁ ବହୁତ ଭୋକିଲା ଥିଲି, ମୋର ଖାଇବା ପରେ ମତେ କହିଲେ ଯେ ଏଇ ମାଂସ ର ତରକାରୀ ତୋର ୧ ବର୍ଷ ର ସେଇ ପିଲା କୁ କାଟିକି ତିଆରି କରା ଯାଇଥିଲା, ଯାହାକୁ ଆମେ ତୋ କୋଳରୁ ଛଡେଇ ଆଣି ଥିଲୁ।"
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ଆମକୁ MEMRI ର ଫେସବୁକ ପେଜରେ ୨୦୧୭ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ସାକ୍ଷାତକାର ହୋଇଥିବା ମହିଳା ଜଣକ ହେଉଛନ୍ତି ୟାଜିଦି ଇରାକର ଜଣେ ବିଧାୟକ। ତାଙ୍କ ନାମ ହେଉଛି ଭିଆନ ଦାଖିଲ। ସାକ୍ଷାତକାର ସମୟରେ ସେ ୟାଜିଦି ଲୋକଙ୍କ ଉପରେରେ ISIS ଦ୍ୱାରା ହୋଇଥିବା ଅତ୍ୟାଚାର ବିଷୟରେ ଉଲ୍ଲେଖ କରିଥିଲେ। ପ୍ରାୟ ୬,୯୦୦ ୟାଜିଦି ମହିଳା, ଯୁବକ ବାଳକ ଏବଂ ବାଳିକା ISIS ଦ୍ୱାରା ଅପହରଣ ହୋଇଥିଲେ। ୪ ରୁ ୧୦ ବର୍ଷ ବୟସର ଯୁବକ ବାଳକମାନଙ୍କୁ ସେମାନଙ୍କ ପିତାମାତାଙ୍କଠାରୁ ଛଡ଼ାଇ ନିଆଯାଇ ଆତଙ୍କବାଦୀ ହେବାର ତାଲିମ ଦିଆଯାଇଥିଲା।
ସେ ଅନ୍ୟ ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ଜଣେ ୟାଜିଦି ମହିଳାଙ୍କୁ ଅନେକ ଦିନ ଭୋକିଲା ଜେଲରେ ରଖାଯାଇଥିଲା ଏବଂ ପରେ ତାଙ୍କ ସନ୍ତାନର ମାଂସ ଖାଇବାକୁ ଦିଆଯାଇଥିଲା। ଅନ୍ୟ ଏକ ୧୦ ବର୍ଷୀୟ ଝିଅକୁ ତାଙ୍କ ବାପା-ମାଁଙ୍କ ସାମନାରେ ପ୍ରାଣ ହରାଇବା ପର୍ଯ୍ୟନ୍ତ ଦୁଷ୍କର୍ମ କରା ଯାଇଥିଲା।
ଇଣ୍ଡିପେଣ୍ଡେଣ୍ଟ ପତ୍ରିକାର ୨୦୧୭ ମସିହାର ଏକ ରିପୋର୍ଟ ଅନୁଯାୟୀ, ଭିଡିଓରେ ଥିବା ମହିଳା ହେଉଛନ୍ତି ଇରାକର ସାଂସଦ ଭିଆନ ଦାଖିଲ। ସେ ISIS ପରିସ୍ଥିତି ଏବଂ ୟାଜିଦି ନାଗରିକଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ କହୁଥିଲେ ଯାହାକୁ ISIS ସୈତାନ ଉପାସକ ବୋଲି ବିବେଚନା କରନ୍ତି।
ସମାନ ଭିଡିଓ MEMRI ଦ୍ଵାରା ତାଙ୍କ ଟୁଇଟର ହେଣ୍ଡେଲରେ ୨୦୧୭ ରେ ମଧ୍ୟ ପୋଷ୍ଟ ହେଇଥିଲା।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରେ ଥିବା ମହିଳା ଏବଂ ଭିଆନ୍ ଦାଖିଲଙ୍କ ମଧ୍ୟରେ ସମାନତା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓରେ ଥିବା ଏହି ମହିଳା ହାମାସ ଦ୍ୱାରା ଅପହରଣ ହୋଇଥିବା ଜଣେ ଇସ୍ରାଏଲ ମହିଳା ନୁହଁନ୍ତି। ସେ ଇରାକ ଦେଶର ଜଣେ ସାଂସଦ, ଭିଆନ ଦାଖିଲ ଯିଏ ୟାଜିଦି ଲୋକଙ୍କ ଉପରେ ISIS ର ଅତ୍ୟାଚାର ବିଷୟରେ କହୁଥିଲେ। ଏହା 2017 ମସିହାର ଏକ ପୁରୁଣା ଭିଡିଓ।
Title:କ'ଣ ଏହି ଭିଡିଓ ଜଣେ ଇସ୍ରାଏଲି ମହିଳାଙ୍କ ଅଟେ ଯାହାଙ୍କୁ ହମାସ୍ ଆତଙ୍କବାଦୀ ମାନେ ତାଙ୍କ ସନ୍ତାନର ମାଂସ ଖାଇବାକୁ ଦେଇଥିଲେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False