
ରାମ ମନ୍ଦିର ନିର୍ମାଣ ସପକ୍ଷରେ କୋର୍ଟ ନିଜ ରାୟ ଦେବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଉଭୟ ସମ୍ପ୍ରଦାୟ ବିଭିନ୍ନ କାରଣରୁ ପରସ୍ପରକୁ ଅଭିଯୋଗ କରୁଛନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୁସଲିମ ସମ୍ପ୍ରଦାୟ ଏକ ଜନସମୂହ ନଦୀ ପାଣି ମଧ୍ୟରେ ନମାଜ ପଢୁଛନ୍ତି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ସମ୍ପ୍ରଦାୟ ଲୋକେ ଗଙ୍ଗା ନଦୀ ମଧ୍ୟରେ ନମାଜ ପଢୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୯ ଜୁଲାଇରେ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଏହା ମୁସଲମାନ ମାନଙ୍କର ଏକ ଯୋଜନା ଯେ ଗଙ୍ଗା ନଦୀରେ ଅଜାନ ଦ୍ଵାରା ଜମି ଉପରେ କବ୍ଜା ଏବଂ ଏହାର ପାଣିର ପବିତ୍ରତାକୁ ଅଶୁଦ୍ଧ କରା ଯାଉ ଏବଂ ଗଙ୍ଗା ନଦୀ କୁଳରେ ଏକ ଅସ୍ଥାୟୀ ବାସସ୍ଥାନ ନିର୍ମାଣ କରି ଭବିଷତରେ ଏହାକୁ ଏକ ସ୍ଥାୟୀ ବାସସ୍ଥାନରେ ପରିଣତ କରା ଯାଇ ପାରିବ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ୍ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୮ ମଇ ୨୦୨୦ ରେ ସମାନ ଭିଡିଓ ଇସଲାମ ଇନ୍ଫୋ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହୋଇଥିବା ମିଳିଲା। ଏହି ଚ୍ୟାନାଲ ଅନୁଯାୟୀ ଇଦ-ଉଲ-ଫିତର ପର୍ବ ଅବସରରେ ବାଙ୍ଗଲାଦେଶ ମୁସଲିମ ଲୋକେ ଇଦର ପ୍ରାର୍ଥନା କରୁଛନ୍ତି।
ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୫ ମଇ ୨୦୨୦ ରେ ଢାକା ଟ୍ରାଇବ୍ୟୁନ ୱେବସାଇଟରେ ପ୍ରକାଶିତ ହୋଇଥିବା ଏ ସମ୍ବାଦରେ ଏହି ଭିଡିଓ ବିଷୟରେ ସୂଚନା ପାଇଲୁ। ଏହି ୱେବସାଇଟ ଅନୁଯାୟୀ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସହର ଖୁଲଣାର କୋୟରା ଉପଜିଲ୍ଲାରେ ସ୍ଥାନୀୟ ଲୋକେ ଆଣ୍ଠୁଏ ପାଣିରେ ଇଦ୍ ପର୍ବ ମଣ୍ଡଳୀରେ ଏକତ୍ର ହୋଇଥିଲେ। କୋୟରା ସଦର ଉପଜିଲ୍ଲା ପରିଷଦର ଅଧ୍ୟକ୍ଷ ଏମଡି ହୁମାୟୁନ କବୀର କହିଛନ୍ତି ଯେ ଉପଜିଲ୍ଲାରେ ତିନିଟି ଅଲଗା ଇଦ୍ ମଣ୍ଡଳୀରେ ୩୦୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ।

ଭାଇରାଲ ଇମେଜ ଏବଂ ପତ୍ରିକାରେ ପ୍ରକାଶିତ ହେଇଥିବା ଇମେଜ ରେ ଆପଣ ସମାନତା ଦେଖି ପାରିବେ। ଦିତି ଫୋଟୋରେ ପ୍ରାର୍ଥନା ନେତୃତ୍ଵ କରୁଥିବା ମୌଲବୀ ସମାନ ଲୋକ ଏବଂ ତାଙ୍କ ସହିତ ଚିଡ଼ା ହୋଇଥିବା ଲୋକମାନଙ୍କ ପୋଷାକ ମଧ୍ୟ ସମାନ ଅଟେ। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ ବାଙ୍ଗଲାଦେଶର ଅଟେ।

ଉପସଂହାର:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଗଙ୍ଗା ନଦୀ କିମ୍ବା ଭାରତ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୨୦ ମସିହାର ବାଙ୍ଗଲାଦେଶର ଖୁଲନା ଜିଲ୍ଲାର ଭିଡିଓ ଅଟେ।

Title:କ’ଣ ଭିଡିଓରେ ଥିବା ମୁସଲିମ ଲୋକେ ଗଙ୍ଗା ନଦୀରେ ନମାଜ ପଢୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
