ଇସ୍ରାଏଲ ମସଜିଦ ଧ୍ୱଂସ କରିଥିବାର ଦାବିରେ ଭାଇରାଲ ଭିଡିଓ ସାତ ବର୍ଷ ପୁରୁଣା ସିରିଆର ଅଟେ।

False International

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ମେ ମାସରେ ତିକ୍ତତା ଅନେକ ଦିନ ଧରି ଲାଗି ରହିଥିଲେ। ଏଥିମଧ୍ୟେର ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ଦ୍ୱନ୍ଦ୍ୱର କେନ୍ଦ୍ର ହେଉଛି ଯିରୁଶାଲମର ଅଲ-ଆକସା ମସଜିଦ ଏବଂ ଏହାର ଆଖପାଖ ଅଞ୍ଚଳରେ। ବର୍ତ୍ତମାନ ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଇସ୍ରାଏଲର ତୃତୀୟ ପବିତ୍ର ସ୍ଥାନ ଭାବରେ ପରିଗଣିତ ଅଲ-ଆକସା ମସଜିଦକୁ ଇସ୍ରାଏଲ ଧ୍ୱଂସ କରିଥିବାର ଦାବି ହେଉଛି। ଭାଇରାଲ୍ ଭିଡିଓ ଆରମ୍ଭରେ ଏକ ମସଜିଦ ଦେଖାଯାଉଛି ଏବଂ ପରେ ହଠାତ୍ କିଛି ସେକେଣ୍ଡ ପରେ ବିସ୍ଫୋରଣ ହେଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

26 ଜୁଲାଇରେ Adhira Biswal ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓକୁ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଛି ଯେ,  ମସଜିଦ ରେ ଉଚ୍ଚ ଶବ୍ଦ ରେ ଆଜାନ କରୁଥିବା ମୁଲ୍ଲା ଙ୍କ କାମ କୁ ଶେଷ କରିବାର ପ୍ରକ୍ରିୟା କେମିତି ହୁଏ ଇସ୍ରାଏଲ ରୁ ଶିଖିବା କଥା । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଇସ୍ରାଏଲ ଆଜାନ ଚାଲୁଥିବା ଏହି ମସଜିଦକୁ ଆକ୍ରମଣ କରିଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ପୂର୍ବରୁ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଇରାନର ନ୍ୟୁଜ୍ ଏଜେନ୍ସି ABNA 24 ଏହି ଭିଡିଓ ବ୍ୟବହାର କରି ଜୁନ୍ 2014 ରେ ଏକ କାହାଣୀ ପ୍ରକାଶ କରିଥିଲା। ଖବର ଅନୁଯାୟୀ, ଭିଡିଓରେ ଦେଖାଯାଇଥିବା କୋଠାକୁ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଭାଙ୍ଗି ଦେଇଛନ୍ତି। ଏହି ଭିଡିଓ ବିଷୟରେ ଆମେ ଜୁନ୍ 2014 “CNN ତୁର୍କ” ରିପୋର୍ଟ ମଧ୍ୟ ପାଇଲୁ। ଏହି ରିପୋର୍ଟ ଅନୁଯାୟୀ, ଏହି କୋଠାଟି ସିରିଆର ରାକ୍କାରେ ଅବସ୍ଥିତ ଏକ କବର ଥିଲା ଯାହା ଇସଲାମିକ୍ ଷ୍ଟେଟ୍ ଦ୍ୱାରା ନଷ୍ଟ ହୋଇଯାଇଥିଲା। ଏହି କବରଟି ଇସଲାମର ଜଣେ ପ୍ରମୁଖ ଧାର୍ମିକ ବ୍ୟକ୍ତି ଭାବରେ ବିବେଚିତ ଭେସେଲ କରାନୀଙ୍କର ଥିଲା। 

ଏଠାରେ ଲିଙ୍କ ଦେଖନ୍ତୁ- ‘ABNA 24’Archive

ବାସ୍ତବରେ, ସେହି ସମୟରେ ଏପରି ଅନେକ ଭିଡିଓ ଥିଲା ଯେଉଁଥିରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଇରାକ ଏବଂ ସିରିଆର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡିକ ଭାଙ୍ଗି କିମ୍ବା ନଷ୍ଟ କରୁଥିବା ଦେଖାଯାଇଥିଲା। Mint ଏହି ବିଷୟରେ ଏକ ୟୁଟ୍ୟୁବ୍ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି ଯେଉଁଥିରେ ଏହି ଭିଡିଓ ମଧ୍ୟ ଉପସ୍ଥିତ ଅଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏଠାରେ ପ୍ରମାଣିତ ହୋଇଛି ଯେ ଇସ୍ରାଏଲ ମସଜିଦ ଧ୍ୱଂଶ କରିଥିବା ଦାବିରେ ଭାଇରାଲ ଭିଡିଓ ସାତ ବର୍ଷ ପୁରୁଣା ସିରିଆର ଅଟେ।

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ ଇସ୍ରାଏଲ ମସଜିଦ ଧ୍ୱଂଶ କରିଥିବା ଦାବିରେ ଭାଇରାଲ ଭିଡିଓ ସାତ ବର୍ଷ ପୁରୁଣା ସିରିଆର ଅଟେ। ସେତେବେଳେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଇରାକ ଏବଂ ସିରିଆର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡିକ ଭାଙ୍ଗି କିମ୍ବା ନଷ୍ଟ କରିଥିଲେ।

Avatar

Title:ଇସ୍ରାଏଲ ମସଜିଦ ଧ୍ୱଂସ କରିଥିବାର ଦାବିରେ ଭାଇରାଲ ଭିଡିଓ ସାତ ବର୍ଷ ପୁରୁଣା ସିରିଆର ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *