
ମସଜିଦରେ ଲାଉଡ ସ୍ପିକର ବ୍ୟବହାର କରି ନମାଜ ପଢିବା ବିରୁଦ୍ଧରେ ଭାରତରେ ଅନେକ ସ୍ଥାନରେ ବିରୋଧ ହେଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା ଦଳ ସଭାପତି ରାଜ ଠାକରେ ନମାଜ ପଢିବା ପାଇଁ ଲାଉଡ ସ୍ପିକର ବ୍ୟବହାର କରୁଥିବାରୁ ସରକାରକୁ ଚେତାବନୀ ମଧ୍ୟ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ କିଛି ମୁସ୍ଲିମ ସମ୍ପ୍ରଦାୟ ଲୋକେ ରାସ୍ତାରେ ନମାଜ ପଡ଼ୁଛନ୍ତି। ସେହି ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଭିଡିଓ ସମ୍ପ୍ରତି ସମୟରେ ପ୍ୟାରିସର ଘଟଣା ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ପ୍ରସଙ୍ଗ ବାହାରେ ବୋଲି ପାଇଲା। ଭାଇରାଲ ଭିଡିଓ 2017 ମସିହାରେ ଅଟେ ଯାହାକୁ ସମ୍ପ୍ରତି ସମୟର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ପୋଷ୍ଟରେ ଦାବି କରା ଯାଇଛି ଯେ ପ୍ୟାରିସର ରାସ୍ତାରେ ମୁସଲମାନେ ଲାଉଡସ୍ପିକର ବ୍ୟବହାର କରି ନମାଜ ପଢିବା ଆରମ୍ଭ କରିଥିବା ପରେ ସେଠିକାର ସ୍ଥାନୀୟ ଲୋକେ ସେହି ସ୍ଥାନରେ ଲାଉଡ ସ୍ପିକର ଲଗାଇ ତାଙ୍କ ରାଷ୍ଟ୍ରଗାନ ଗାଇବା ଆରମ୍ଭ କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୫ ନଭେମ୍ବର ୨୦୧୭ ରେ ଏପି ଆର୍କାଇଭ୍ ନାମକ ୟୁଟ୍ୟୁବ ଚ୍ୟାନାଲରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇ ଅଛି ଯେ ମସଜିଦ ଅବାଭ ହେଇଥିବା କାରଣରୁ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବା ସମୟରେ ସେଠିକାର ସ୍ଥାନୀୟ ଲୋକେ ଏହାର ବିରୋଧ କରିଥିଲେ। ବିରୋଧ ପ୍ରଦର୍ଶନ ସମୟରେ ମୁସ୍ଲିମ ମାନେ ଆଲ୍ଲାହ-ହୁ-ଆକବର ନାରା ଦେଇଥିବା ବେଳେ ପ୍ରଦର୍ଶନକାରି ମାନେ ଫ୍ରାନ୍ସର ରାଷ୍ଟ୍ରଗାନ ଗାଇଥିଲେ। ପ୍ୟାରିସ ମେୟର ରେମି ମୁଜାୟୁ ଏହି ବିରୋଧର ନେତୃତ୍ଵ କରି ସେହି ସ୍ଥାନକୁ ଯାଇଥିଲେ ଯେଉଁଠି ମୁସଲମାନ ମାନେ ଅନେକ ମାସ ଧରି ନମାଜ ପଢୀ ଆସୁଥିଲେ।
ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ୧୦ ନୋଭେମ୍ବର ୨୦୧୭ ମସିହାରେ ୨୦ ମିନିଟ୍ ପ୍ୟାରିସ ପତ୍ରିକାରେ ଏହି ଘଟଣାର ଉଲ୍ଲେଖ କରା ଯାଇଅଛି। ରିପୋର୍ଟ ଅନୁଯାୟୀ ଫ୍ରାନ୍ସର ରାଜନେତା ମାନେ ପ୍ୟାରିସ ରାସ୍ତାରେ ଯାଇ ମୁସଲମାନ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ଏପରି ରାସ୍ତାର ନମାଜ ପଢିବା ଏକ ଗ୍ରହଣୀୟ ବ୍ୟବହାର ବୋଲି କହିଥିଲେ।

ବିବିସି ନ୍ୟୁଜ ୱେବସାଇଟରେ ମଧ୍ୟ ଏହି ଘଟଣାର ରିପୋର୍ଟ କରା ଯାଇଛି। ଏହି ୱେବସାଇଟରେ ପ୍ରକାଶିତ ହେଇଥିବା ଫୋଟୋର ଦୃଶ୍ୟ ଆମକୁ ଭାଇରାଲ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଲା। ନିମ୍ନରେ ଆପଣ ଦୁଇଟି ଫୋଟୋ ମଧ୍ୟରେ ସମାନତା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ପୁରୁଣା ଅଟେ। ୨୦୧୭ ମସିହାରେ ପ୍ୟାରିସ ମୁସଲମାନ ମାନଙ୍କ ଦ୍ଵାରା ରାସ୍ତାରେ ନମାଜ ପଢୁଥିବା ଘଟଣାର ବିରୋଧ କରୁଥିବାର ଭିଡିଓକୁ ସମ୍ପ୍ରତି ସମୟର ଭିଡିଓ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଲାଉଡ ସ୍ପିକର ଲଗାଇ ପ୍ୟାରିସର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କ ବିରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
