
କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବାହାଘର ପାଇଁ ନେପାଳ ଯାଇଥିଲେ। ବାହାଘର ମଧ୍ୟରେ ସେ ଏକ ପବ୍ କୁ ଯାଇଥିବାର ଭିଡିଓ ଭାଇରାଲ ହେଲାପରେ ତାଙ୍କୁ ନେଇ ଅନେକ ଖବର ପ୍ରକାଶିତ ହୋଇଛି। ଏଥିମଧ୍ୟରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହି ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କୁ କେହି ଧ୍ୟାନ ଦେଉ ନାହାନ୍ତି।
Somanath Panda ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀ ଜି ଙ୍କ କାନ୍ଧରେ ହାତ ପକେଇ ବୁଲୁଥିବା ଲୋକ ଟି ଆଜି ବେଇମାନ୍ ବାହାରିଲା ବୋଲି ନେପାଳ ର ଲୋକ ବି ପଚାରୁ ନାହାଁନ୍ତି!ଯୋଉଁ ମାନେ ସବୁ ବେଇମାନ ଗିରି କରିଛ ତମକୁ ଇଜତ୍ ଦେବା ତ ଦୁରର କଥା ବାସୀ ରେ ବି କେହି ପଚାରିବେନି! ଉଦାହରଣ – ଜ୍ୟୋତିରାଦିତ୍ୟ ମାଧବରାଓ ସିନ୍ଧିଆ (ଫଟୋ ରେ ଅଛି ଦେଖିନିଅ) !!

ଲିଙ୍କ ଦେଖନ୍ତୁ- ଫେସବୁକ । ଆର୍କାଇଭ
ଏହା ଛଡ଼ା ଏହି ଖବର ଏଠାରେ ମଧ୍ୟ ସେୟାର କରାଯାଇଛି।

ତେବେ କଣ ଭାଇରାଲ ଫୋଟୋ ବର୍ତ୍ତମାନ ରାହୁଲ ଗାନ୍ଧୀ ଯାଇଥିବା ନେପାଳ ବିବାହର ଫୋଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କରି ଆମେ ଏହି ଚିତ୍ର ଯାଞ୍ଚ କରିଲୁ। ଫଳସ୍ୱରୂପ, ଆମେ 15 ଅକ୍ଟୋବର 2011 ରେ ହିନ୍ଦୁସ୍ତାନ ଟାଇମ୍ସର ୱେବସାଇଟରେ ପ୍ରକାଶିତ ଭାଇରାଲ ଫୋଟୋ ପାଇଲୁ। ଆପଣ ନିମ୍ନରେ ଦେଖିପାରିବେ। ସୂଚନା ମୁତାବକ, ଭୁଟାନର ରାଜଧାନୀରେ ରାଜା ଏବଂ ରାଣୀଙ୍କ ବିବାହ ରିସେପସନ୍ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତତ୍କାଳୀନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,, ଭୁଟାନର ପୂର୍ବତନ ରାଜା ଜିଗ୍ମ ଡୋର୍ଜି ୱାଙ୍ଗଚକ୍ଙ୍କ ସହିତ ଉପସ୍ଥିତ ହୋଇଥିଲେ।

ଏଥିରୁ ଆମେ କହିପାରିବା ଯେ ଭାଇରାଲ ଫୋଟୋ ବର୍ତ୍ତମାନର ନୁହେଁ ବରଂ 2011 ମସିହାର ଅଟେ। 2011 ମସିହାରେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା କଂଗ୍ରେସ ଦଳର ନେତା ଥିଲେ।
ଆମେ ଆପଣଙ୍କୁ କହିବୁ ଯେ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେପାଳୀ ବନ୍ଧୁଙ୍କ ବିବାହରେ ପାଞ୍ଚ ଦିନ କାଠମାଣ୍ଡୁ ଯାଇଛନ୍ତି। ଏହି କାରଣରୁ, ତାଙ୍କର ଗୋଟିଏ ଭିଡିଓ ଇଣ୍ଟରନେଟରେ ବହୁତ ଚର୍ଚ୍ଚାରେ ଥିଲା। ଏଥିରେ ସେ ଏକ ନାଇଟ୍ କ୍ଲବ୍ରେ ନଜର ଆସିଛନ୍ତି।
ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ହେବା ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ। ଏହି ଫୋଟୋ 2011 ମସିହାର ଅଟେ। ତା’ପରେ ରାହୁଲ ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ଭୁଟାନର ରାଜାଙ୍କ ବିବାହ ଭୋଜିରେ ଯାଇଥିଲେ। ସେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା,ବିଜେପିରେ ନଥିଲେ ବରଂ କଂଗ୍ରେସ ଦଳରେ ଥିଲେ।

Title:ନେପାଳରେ ରାହୁଲ ଗାନ୍ଧୀ ଯୋଗ ଦେଇଥିବା ବିବାହରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟା, ମଧ୍ୟ ଉପସ୍ଥିତ ଥିଲେ କି?
Fact Check By: Saritadevi SamalResult: False
