କ’ଣ ଫ୍ରାନ୍ସରେ ପୋଲିସ ପାଣି ତୋପ ବ୍ୟବହାର କରି ମୁସଲମାନ ଲୋକଙ୍କୁ ରାସ୍ତାରୁ ହଟାଉଛନ୍ତି? ଜାଣନ୍ତୁ ସତ୍ୟ।

False International Social

ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତାରେ ପ୍ରାର୍ଥନା କରୁଥିବା ସମୟରେ ପୋଲିସ ଆସି ତାଙ୍କ ଉପରେ ପାଳି ତୋପରେ ପ୍ରହାର କରିଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିର ଅନୁସନ୍ଧାନ କରି  ଏହାକୁ ମିଥ୍ୟା ବୋଲି ପାଇଲା। 

ଣ ଦାବି ଏହି ପୋଷ୍ଟର?

୨୯ ଅକ୍ଟୋବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହଣ୍ଡେଲରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓଟି ଫ୍ରାନ୍ସ ଦେଶର ଅଟେ। ସେ ଏହା ମଧ୍ୟ ଲେଖିଛନ୍ତି ଯେ “ୟୁକ୍ସେକୋଭା(ଫ୍ରାନ୍ସ) ରାସ୍ତାକୁ ସଫା କରିବା ପାଇଁ ଫ୍ରାନ୍ସ ପୋଲିସ ପାଣି ତୋପକୁ ବ୍ୟବହାର କରିଲେ! ରାସ୍ତାଗୁଡ଼ିକ କାର ପାଇଁ, ନମାଜ୍ ପାଇଁ ନୁହେଁ।“

https://twitter.com/ExposeAndExpose/status/1321521038383964165

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭିଡିଓକୁ ଇନଭିଡ୍ ଗୁଗୁଲ କ୍ରୋମ୍ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୨ ମସିହାରୁ ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ଏହି ଭିଡିଓ ଆମକୁ ୟୁଟ୍ୟୁବରେ ୯ ନୋଭେମ୍ବର ୨୦୧୨ ରେ ପୋଷ୍ଟ କରା ଯାଇଅଛି। ହି ଭିଡିଓର ଫୁଟ୍ ନୋଟ୍ ଅନୁଯାୟୀ ଶୁକ୍ରବାର ପ୍ରାର୍ଥନା ସମୟରେ ଯୁକ୍ସୋକୋଭା ସହରର ହବ୍ବାରି ଜିଲ୍ଲାରେ ଏହି ଘଟଣା ଘଟିଛି। 

ଆମ ଗୁଗୁଲ ମ୍ୟାପରେ ଯୁକ୍ସୋକୋଭା ସହର ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଦେଖିଲୁ ଯେ ହି ସହର ତୁର୍କୀ ଦେଶରେ ଅଛି। 

map.png

Google Map

ଉପରେ ଥିବା ତଥ୍ୟ ନି ଆମ ଏହି ବିଷୟକୁ ଗୁଗୁଲରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ନଭେମ୍ବର ୨୦୧୨ ମସିହାରେ ତୁର୍କୀ ଦେଶର ଗୋଟିଏ ପତ୍ରିକାରେ ଏହି ଘଟଣା ବିଷୟରେ ପ୍ରକାଶିତ ହିଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ବିରୋଧ କରୁଥିବା ଛାତ୍ରଙ୍କ ଉପରେ ତୁର୍କୀ ପୋଲିସ ପାଣି ତୋପରେ ପ୍ରହାର କରିଲା। ସେହି ସ୍ଥାନରେ ପ୍ରାର୍ଥନା କରୁଥିବା କିଛି ଲୋକ ଭୟରେ ଦଉଡ଼ି ପଳେଇଲେ। 

news.png

Haberturk | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୨ ମସିହାରେ ତୁର୍କୀରେ ଘଟଣା। ଏହି ଭିଡିଓର ବର୍ତମାନ ଫ୍ରାନ୍ସରେ ହେଉଥିବା ବିରୋଧ ସହିତ କୌଣସି ସମ୍ବନ୍ଧ ନାହିଁ। ତୁର୍କୀର ପୁରୁଣା ଭିଡିଓକୁ ଫ୍ରାନ୍ସର କହି ଗୁଜବ ସୃଷ୍ଟି କରା ଯାଉଅଛି।

Avatar

Title:କ’ଣ ଫ୍ରାନ୍ସରେ ପୋଲିସ ପାଣି ତୋପ ବ୍ୟବହାର କରି ମୁସଲମାନ ଲୋକଙ୍କୁ ରାସ୍ତାରୁ ହଟାଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *